ଅନ୍ୟ ରାଜ୍ୟକୁ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କ ଗୁହାରି, ଯଦି ବଳକା ଅକ୍ସିଜେନ୍ ଅଛି ତେବେ ଦିଲ୍ଲୀକୁ ଯୋଗାଇ ଦିଅନ୍ତୁ

Published By : Prameya-News7 Bureau | April 24, 2021 IST

ନୂଆଦିଲ୍ଲୀ ୨୪।୦୪: କରୋନା ଭାଇରସ୍‌ର ଦ୍ଵିତୀୟ ଲହରରେ ଦେଶର ରାଜଧାନୀ ଦିଲ୍ଲୀରେ ଅକ୍ସିଜେନର ଘୋର ଅଭାବ ଦେଖିବାକୁ ମିଳିଛି। ଅକ୍ସିଜେନ୍ ଅଭାବରୁ ଅନେକ  ହସ୍ପିଟାଲରେ ସ୍ଥିତି ସଙ୍ଗୀନ ହୋଇ ପଡିଛି। ରୋଗୀଙ୍କ ଜୀବନ ବିପଦରେ ପଡିଛି। ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସାହଯୋଗ ଲୋଡିଛନ୍ତି। କେଜ୍ରିଓ୍ଵାଲ ଅନ୍ୟ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ, ଯଦି ଅତିରିକ୍ତ ଅକ୍ସିଜେନ୍ ଅଛି ତେବେ ଦିଲ୍ଲୀକୁ ଯୋଗାଇ ଦିଅନ୍ତୁ।

ଅରବିନ୍ଦ କେଜ୍ରିଓ୍ଵାଲ ଟ୍ଵିଟ୍ କରିଛନ୍ତି ଯେ, ସେ ଏହି ବିଷୟରେ ଅନ୍ୟ ରାଜ୍ୟ ସରକାରଙ୍କୁ ଚିଠି ଲେଖିବେ। ସେ ଲେଖିଛନ୍ତି ଯେ, ମୁଁ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରୁଛି ଯେ, ଯଦି ସେମାନଙ୍କ ପାଖରେ ବଳକା ଅକ୍ସିଜେନ୍ ରହିଛି ତେବେ ଦିଲ୍ଲୀକୁ ଯୋଗାଇ ଦିଅନ୍ତୁ। କେନ୍ଦ୍ର ସରକାର ମଧ୍ୟ ଆମକୁ ଯଥା ସମ୍ଭବ ସାହାଯ୍ୟ କରୁଛନ୍ତି, କିନ୍ତୁ କରୋନା ସ୍ଥିତି ଏତେ ଗମ୍ଭୀର ଯେ, ସମସ୍ତ ବ୍ୟବସ୍ଥା ସତ୍ତ୍ଵେ ବି ସମ୍ବଳ ନିଅଣ୍ଟ ପଡୁଛି।

wp:html /wp:html

ଦିଲ୍ଲୀର ଅନେକ  ହସ୍ପିଟାଲରେ ଅକ୍ସିଜେନ୍‌ର ସଙ୍କଟ ଶନିବାର ମଧ୍ୟ ଜାରି ରହିଛି। ଅକ୍ସିଜେନ ଅଭାବ କାରଣରୁ ଅନେକ ଗୁରୁତର ରୋଗୀଙ୍କୁ ଅନେକ ହସ୍ପିଟାଲ୍‌ରେ  ଭର୍ତ୍ତି କରାଯାଇ ନାହିଁ। ଦିଲ୍ଲୀର ଜୟପୁର ଗୋଲ୍‌ଡେନ ହସ୍ପିଟାଲରେ ଶୁକ୍ରବାର ରାତିରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ସମସ୍ତ ରୋଗୀ ଅକ୍ସିଜେନ୍‌ ସପୋର୍ଟ ସିଷ୍ଟମରେ ଥିଲେ। ଅକ୍ସିଜେନ୍ ଅଭାବ କାରଣରୁ ଏହାର ଗତିକୁ କମ କରିବାକୁ ପଡିଥିଲା। ତେଣୁ ରୋଗୀଙ୍କ ଜୀବନ ସଙ୍କଟରେ ପଡିଥିଲା। ଏହା ପୂର୍ବରୁ ଗୁରୁବାର ରାତିରେ ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ମଧ୍ୟ ୨୫ ଗୁରୁତର କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.