ନୂଆଦିଲ୍ଲୀ ୭।୧୧: ଦୀପାବଳି ଦେଶରେ ଗତ ଗୁରୁବାର ପାଳିତ ହୋଇଥିଲା। ଇତିମଧ୍ୟରେ ୪ ଦିନ ବିତିଗଲାଣି, ହେଲେ ଆତସବାଜୀ ପରେ ଦିଲ୍ଲୀ ପରିବେଶରେ ଧୂଆଁ ଭରିଯାଇଛି। ଏମିତିରେ ଜାତୀୟ ରାଜଧାନୀର ପ୍ରଦୂଷଣ ସ୍ତର ଦୀପାବଳି ପୂର୍ବରୁ ଖରାପ ହୋଇସାରିଥିଲା। ଧୂଳି ଓ ପାଳ କୁଟା ଧୂଆଁ ଯୋଗୁ ବାୟୁମାନ କ୍ରମାଗତ ହ୍ରାସ ପାଇଚାଲିଥିବା ବେଳେ କାଳିପୂଜା ଆତଶବାଜୀ ପରିସ୍ଥିତିକୁ ଶୋଚନୀୟ କରିଦେଇଛି। ବାୟୁରେ ଧୂଳି ନିୟନ୍ତ୍ରଣ ଲାଗି ଦିଲ୍ଲୀ ପରିବେଶ ମନ୍ତ୍ରୀ ରବିବାର ଚଲିବାଳୟ ବାହାରେ ପାଣି ଟ୍ୟାଙ୍କରଙ୍କୁ ସବୁଜ ପତାକା ଦେଖାଇ ଉଦଘାଟନ କରିଛନ୍ତି। ଏହି ଅବସରରେ ରାଜଧାନୀର ଆଜି ଏପରି ପରିସ୍ଥିତି ଲାଗି ସେ ବିଜେପିକୁ ଦାୟି କରିଛନ୍ତି।
{"id":540135,"width":838,"height":629,"sizeSlug":"full","linkDestination":"none"}ରାଜଧାନୀର ପ୍ରଦୂଷଣକୁ ନଜରେ ରଖି ଦିଲ୍ଲୀ ସରକାର ଦୀପାବଳିରେ ଲୋକଙ୍କୁ ବାଣ ନ ଫୁଟାଇବାକୁ ନିବେଦନ କରିଥିଲେ। କେବଳ ଦୀପ ଜାଳି ଏଥର ଅମାବାସ୍ୟାର ଅନ୍ଧାର ଦୂରେଇବା ଲାଗି ଲୋକଙ୍କୁ ସଚେତନ କରାଯାଉଥିଲା। ଏହି ସମୟରେ ରାଜଧାନୀରେ ଆତଶବାଜୀ ରୋକିବା ଲାଗି ସରକାର ଏସଡିଏମ୍ ସ୍ତରୀୟ ଅଧିକାରୀଙ୍କୁ ଦାୟିତ୍ୱରେ ରଖିଥିଲେ। କଟକଣା ସତ୍ତ୍ୱେ ବାଣ ଫୁଟେଇଥିବା ଲୋକଙ୍କ ବିରୋଧରେ ଦିଲ୍ଲୀ ପୋଲିସ କାର୍ଯ୍ୟାନୁଷ୍ଠାନ ମଧ୍ୟ କରିଛି।
{"id":540136,"width":839,"height":576,"sizeSlug":"full","linkDestination":"none"}ତେବେ ସରକାରଙ୍କ କଟକଣାକୁ ଜାତୀୟ ରାଜଧାନୀରେ ବିଜେପି ବିଫଳ କରିଥିବା ରାୟ କହିଛନ୍ତି। ବଜେପି ଦଳୀୟ ଲୋକେ ଦୀପାବଳିରେ ଆତଶବାଜୀ ବ୍ୟାନ୍ ନିଷ୍ପତ୍ତି ସମ୍ପୂର୍ଣ୍ଣ ଭୁଲ ବୋଲି ଏବେବି ଖୋଲାଖୋଲି କହୁଛନ୍ତି। ସେହିମାନେ ହିଁ ନିୟମ ଭାଙ୍ଗି ଆତସବାଜୀ କରିବା ଯୋଗୁ ସାଧାରଣ ଲୋକେ ତାଙ୍କ ଦେଖାଦେଖି ଆତସବାଜୀରେ ମସଗୁଲ ହେବା ଜାତୀୟ ରାଜଧାନୀର ଏ ଅବସ୍ଥା କରିଥିବା ରାୟ ଗଣମାଧ୍ୟମକୁ କହିଛନ୍ତି। ତେବେ ଜାତୀୟ ରାଜଧାନୀରେ ବାୟୁପ୍ରଦୂଷଣ ଏବେ ପଡୋଶୀ ହରିୟାଣା ଓ ପଞ୍ଜାବ ଯୋଗୁ ବଢ଼ିବଢ଼ି ଚାଲିଛି। ଏଣୁ ଦିଲ୍ଲୀକୁ ପ୍ରଦୂଷଣ ମୁକ୍ତ କରିବା ଲାଗି ବିଭିନ୍ନ ସ୍ଥାନରେ ସ୍ମଗ ଗନ୍ ସବୁ ଲଗା ଯାଇଥିବା ବେଳେ ୧୧୪ ଟି ଟ୍ୟାଙ୍କର ଲଗାଇ ରାଜଧାନୀର ସବୁ ରାସ୍ତାରେ ଏବେ ପାଣି ଛିଞ୍ଚା ଯାଉଥିବା କହିଛନ୍ତି।
{"id":540137,"sizeSlug":"full","linkDestination":"none"}ଏହା ଛଡା ରାଜଧାନୀରେ ଧୂଳି ପ୍ରଦୂଷଣ କରୁଥିବା ୯୨ଟି ନିର୍ମାଣକୁ ମଧ୍ୟ ରାଜ୍ୟ ସରକାର ବନ୍ଦ କରାଇଥିବା ରାଏ କହିଛନ୍ତି। କାଲି ପର୍ଯ୍ୟନ୍ତ ପାଳକୁଟା ପୋଡାର ୩ହଜାର ୫୦୦ ଘଟଣା ଜଣାପଡିଥିଲା। ରବିବାର ଏହା ୪ ହଜାରକୁ ଅତିକ୍ରମ କରିଯାଇଛି। ଜାତୀୟ ରାଜଧାନୀରେ ପବନ ସଞ୍ଚାଳନ ହୋଇ ପାରୁନଥିବାରୁ ବାୟୁର ମାନ ହ୍ରାସ ହୋଇଚାଲିଛି। ଫଳରେ ଗତ ୩ ଦିନ ହେଲା ରାଜଧାନୀରେ ଲୋକେ ଅଣନିଶ୍ୱାସୀ ହେଉଛନ୍ତି।