Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ତ୍ରିରଙ୍ଗାର ଅପମାନ କରିଛନ୍ତି କେଜ୍ରିଓ୍ୱାଲ ! ଧଳା ରଙ୍ଗଠୁ ଅଧିକ ରହିଛି ସବୁଜ ରଙ୍ଗ, ସାଙ୍ଘାତିକ ଅଭିଯୋଗ ଆଣିଲେ କେନ୍ଦ୍ରମନ୍ତ୍ରୀ

28/05/2021 at 11:30 AM

ନୂଆଦିଲ୍ଲୀ, ୨୮/୦୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଜାତୀୟ ପତାକାକୁ କରିଛନ୍ତି ଅପମାନ । ଏପରି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ । କରୋନା ସଙ୍କଟ ବେଳେ ପୁଣି ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାର । ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ ଓ କେଜ୍ରିଓ୍ୱାଲଙ୍କୁ ଚିଠି ଲେଖିଛନ୍ତି ।

ପ୍ରହ୍ଲାଦ ପଟେଲଙ୍କ କହିବାନୁସାରେ, ସେ ଗତ କିଛିଦିନ ଧରି କେଜ୍ରିଓ୍ୱାଲଙ୍କ ସାମ୍ବାଦିକ ସମ୍ମିଳନୀ ଦେଖୁଛନ୍ତି । ତାଙ୍କ ପଛରେ ଲାଗିଥିବା ତ୍ରିରଙ୍ଗା ପତାକାରେ ଧଳା ରଙ୍ଗ ଉପରେ ସବୁଜ ରଙ୍ଗକୁ ବଢାଇ ଦିଆଯାଇଛି । ଏହାକୁ ନେଇ ସେ କେଜ୍ରିଓ୍ୱାଲ ଓ ଏଲଜିଙ୍କୁ ପତ୍ର ଲେଖିଛନ୍ତି । ଏହାସହ ଏଥିରେ ଥିବା ତ୍ରୁଟି ସୁଧାରିବାକୁ ସେ କେଜ୍ରିଓ୍ୱାଲଙ୍କୁ କହିଛନ୍ତି ।

ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ, କେଜ୍ରିଓ୍ୱାଲ ତ୍ରିରଙ୍ଗାର ଅପମାନ କରିଛନ୍ତି । ତ୍ରିରଙ୍ଗାକୁ ଭୁଲ୍ ଭାବେ ଲଗାଯାଇଛି । ଯେଉଁଥିରେ ଧଳା ରଙ୍ଗ କମ୍ ଓ ସବୁଜ ରଙ୍ଗ ଅଧିକ ରହିଛି । ଏହା ଗୃହ ମନ୍ତ୍ରାଳୟ ଦ୍ୱାରା ଜାରି ନିର୍ଦ୍ଦେଶର ଉଲଙ୍ଘନ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, କରୋନାର ଦ୍ୱିତୀୟ ଲହରରେ ଅନେକ ପ୍ରସଙ୍ଗକୁ ନେଇ ଦିଲ୍ଲୀ ସରକାର  ଓ କେନ୍ଦ୍ର ସରକାର ମୁହାଁମୁହିଁ ହୋଇଛନ୍ତି । କେତେବେଳେ ବୈଠକର ଲାଇଭକୁ ନେଇ କେଜ୍ରିଓ୍ୱାଲଙ୍କ ବିରୋଧରେ ଅଭିଯୋଗ ଉଠିଛି । ପୁଣି ଅନେକ ସମୟରେ କେଜ୍ରିଓ୍ୱାଲ ଟିକା, ଅକ୍ସିଜେନ୍ ଆଦିକୁ ନଇ କେନ୍ଦ୍ର ଉପରେ ବର୍ଷିଛନ୍ତି ।

   Related Posts