‘ ଦିଲ୍ଲୀର ଜିତ୍, ଭାରତ ମାତାଙ୍କ ବିଜୟ, ଭଗବାନ ହନୁମାନଙ୍କୁ ବି ଧନ୍ୟବାଦ ‘…

Published By : Prameya-News7 Bureau | February 11, 2020 IST

ନୂଆଦିଲ୍ଲୀ ୧୧/୦୨- ଆମ ଆଦମୀ ପାର୍ଟିର ଜବରଦସ୍ତ ଜିତ୍ ।୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ଭୋଟର କମାଲ କରିବା ଆଶାରେ ଥିବା ବିଜେପି ଏବେ ସୁଦ୍ଧା ପୁଣି ଏକକ ସଂଖ୍ୟାରେ ରହିଛି । ଅପରାହ୍ନ ୪ ଟା ସୁଦ୍ଧା ଗଣତିରୁ ଆପ୍‌ ୬୩ ଆସନ ଏବଂ ବିଜେପି ୭ ଆସନରେ ବିଜୟୀ ବା ଆଗୁଆ ରହିଛନ୍ତି ।ଏକ ବିରାଟ ରୋଡ ଶୋ ସହ  ବିଜୟ ଉତ୍ସବ ପାଲନ କରୁଥିବା ଅରବିନ୍ଦ କେଜରିୱାଲ କିନ୍ତୁ  ଆଇ ଲଭ୍ ଯୁ କହି ଦିଲ୍ଲୀ ବାସୀଙ୍କୁ ଜଣାଇଛନ୍ତି କୃତଜ୍ଞତା , ଦେଇଛନ୍ତି ଧନ୍ୟବାଦ । ଲଗାତର ତୃତୀୟ ଥର ଲାଗି  ଦିଲ୍ଲୀର ସରକାର ଗଠନ କରିବାକୁ ଯାଉଥିବା ଅରବିନ୍ଦ କେଜରିୱାଲ ତାଙ୍କ ବିଜୟ ପ୍ରତିକ୍ରିୟାରେ କହିଛନ୍ତି ଅନେକ କିଛି ।

{"id":223311,"sizeSlug":"large"}

ଏହା କେବଳ ଦିଲ୍ଲୀର ବିଜୟ ନୁହେଁ, ଭାରତ ମାତା ବି ଆଜି ଆଉ ଏକ ବିଜୟର ଟୀକା ପିନ୍ଧିଛନ୍ତି  । ଭଗବାନ ହନୁମାନଙ୍କୁ ବି କୃତଜ୍ଞତା ଜଣାଇଛନ୍ତି , କେଜ୍ରିୱାଲ । ଆହୁରି କହିଛନ୍ତି, ବିକାଶକୁ ଦିଲ୍ଲୀ ଭୋଟର ଦେଇଛନ୍ତି ମ୍ୟାଣ୍ଡେଟ୍ ,ଏବଂ  ରାଜନୀତିର ପରିଭାଷାରେ ଆଉ ଏକ କଥା ଯୋଡି ହୋଇଛି ବିକାଶର ରାଜନୀତି । ଅର୍ଥାତ ପଲିଟିକ୍ସ ଅଫ ୱାର୍କ । ଏହା କହିବାବେଳେ ଆପ୍‌ ସଂଯୋଜକ ସମସ୍ତଙ୍କ ସହ ମିଶି ଦିଲ୍ଲୀର ବିକାଶକୁ ଆଗେଇନେବାକୁ ଆହ୍ୱାନ ମଧ୍ୟ କରିଛନ୍ତି  । ସେହିପରି ଆପ୍‌ର ନମ୍ବର ଟୁ କୁହାଯାଉଥିବା ମନୀଷ ଶିଷୋଦିଆ କହିଛନ୍ତି, ଦିଲ୍ଲୀର ଫଳାଫଳ ପ୍ରକୃତ ଜାତୀୟତାବାଦକୁ ବୁଝାଏ ।

{"id":223312,"sizeSlug":"large"}

 ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ମ୍ୟାଜିକ ନମ୍ବର ୩୬ ହୋଇଥିବା ବେଳେ ଆପ୍‌ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ସହ ପୁଣି ଏକ ରେକର୍ଡ କରିବାକୁ ଯାଉଛି । ଅନ୍ୟ ପକ୍ଷରେ ଲୋକସଭା ନିର୍ବାଚନରେ  ସବୁ ଆସନ ଜିତିଥିବା ବିଜେପି ପୁଣି ଥରେ ଏକକ ସଂଖ୍ୟାରେ ସୀମିତ ରହିବା ଆଶଙ୍କା ଦଳୀୟ ନେତା ଓ କର୍ମୀଙ୍କୁ ହତାଶ କରିଛି । ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ବିଜେପିର ପରାଜୟକୁ ଗ୍ରହଣ କରିବା ସହ ଆରବିନ୍ଦ କେଜ୍ରିୱାଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି । କହିଛନ୍ତି ବିଜେପି ଜନତାଙ୍କ ରାୟକୁ ଗ୍ରହଣ କରିବା ସହ ଏକ ଦାୟିତ୍ୱ ସଂପନ୍ନ ବିରୋଧି ଦଳ ଭାବେ ଗଠନ ମୂଳକ ଭୂମିକା ନିଭାଇବ । ବିଜେପି ନେତା ତଥା ସାଂସଦ  ଗୌତମ ଗାମ୍ଭୀର ବିଜେପିର ପରାଜୟକୁ ମାନି ନେବା ସହ କେଜ୍ରିୱାଲଙ୍କୁ ତାଙ୍କ  ବିକାଶ  କାର୍ଯ୍ୟ ଜାରି ରହିବାକୁ କହିଛନ୍ତି । ତେବେ ବିଜେପି ସହଯୋଗୀ ସଂଯୁକ୍ତ ଜନତା ଦଳନେତା ତଥା ବିହାର ମୁଖ୍ୟମନ୍ତ୍ରୀ  ନୀତିଶ କୁମାର ଜନତା ହିଁ ସୁପ୍ରିମ୍‌ କହି ମେଣ୍ଟ ଧର୍ମ ପାଳିବା ଭଳି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.