Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

DU ଓ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟମାନଙ୍କ ଶେଷ ବର୍ଷ ପରୀକ୍ଷା ବାତିଲ ଲାଗି ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେଜ୍ରିୱାଲ

11/07/2020 at 10:23 PM

ନୂଆଦିଲ୍ଲୀ ୧୧।୭:  ଦିଲ୍ଲୀ ବିଶ୍ୱବିଦ୍ୟାଳୟ ସମେତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟମାନଙ୍କର ଆଗାମୀ ପରୀକ୍ଷା ସବୁ ବାତିଲ କରିବା ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ଏ ନେଇ ସେ ତାଙ୍କ ଟ୍ୱିଟ ହ୍ୟାଣ୍ଡଲରେ ଏକ ପତ୍ର ପୋଷ୍ଟ କରିଥିବା ବେଳେ ଏଥିରେ ଆମ ଯୁବ ପିଢିଙ୍କ ସ୍ୱାର୍ଥ ରକ୍ଷା ଲାଗି ଡିୟୁ ଓ ଅନ୍ୟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟମାନଙ୍କର ଆଗାମୀ ପରୀକ୍ଷା ସବୁ ବାତିଲ କରିବାକୁ ଓ ସେମାନଙ୍କ ଭବିଷ୍ୟତ ରକ୍ଷା କରିବାକୁ  ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରୁଛି ବୋଲି ଉଲ୍ଲେଖ କରିଛନ୍ତି।

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କରୋନା ଭାଇରସ ମହାମାରୀ ଲାଗି ଚଳିତବର୍ଷ ବିଶ୍ୱବିଦ୍ୟାଳୟ ଫାଇନାଲ ଇୟର ପରୀକ୍ଷା ବାତିଲ ଘୋଷଣା କରିବା ପରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏହି ଟ୍ୱିଟ୍‌ କରିଛନ୍ତି। ସିସୋଦିଆ ତାଙ୍କ ଘୋଷଣାରେ ଏହା ଆଗାମୀ ସିମେଷ୍ଟର ଓ ଅନ୍ୟ ପରୀକ୍ଷା ନିମନ୍ତେ ମଧ୍ୟ ଲାଗୁ ବୋଲି କହିଥିଲେ।   ଭୂତାଣୁ ସଂକ୍ରମଣ ଯୋଗୁ ଚଳିତବର୍ଷ ସାରା ବିଶ୍ୱରେ ସ୍କୁଲ ଓ କଲେଜ ପାଠପଢା ବ୍ୟହତ ହୋଇଛି। ତେବେ ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟଙ୍କ ମୂଲ୍ୟାଙ୍କ ମାପ ଦଣ୍ଡ ଅନୁସାରେ ଛାତ୍ରଛାତ୍ରୀଙ୍କୁ ଡିଗ୍ରି ପ୍ରଦାନ କରାଯିବ ବୋଲି ସିସୋଦିଆ କହିଥିଲେ।

   Related Posts