Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଯଦି ଘରଭଡା ଦେବାକୁ ନାହିଁ ସରକାର ଦେବେ, ଲୋକଙ୍କୁ ଦିଲ୍ଲୀ ଛାଡନି କହିଲେ କେଜରିୱାଲ

29/03/2020 at 9:12 PM

ନୂଆଦିଲ୍ଲୀ ୨୯।୩:  ରାଜଧାନୀ ଦିଲ୍ଲୀରେ କରୋନା ଭାଇରସର ସଂକ୍ରମଣ ହୁ ହୁ ହୋଇ ବଢୁଛି। ରବିବାର ଗୋଟିଏ ଦିନରେ ରାଜଧାନୀରେ ୨୩ଟି ନୂଆ କରୋନା ମାମଲା ମିଳିଥିବାବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୨ରେ ପହଞ୍ଚିଛି। ଏଥିରେ ଦିଲ୍ଲୀରେ ଶ୍ରମିକ ଦଳଦଳ ହୋଇ ପଳାୟନ କରିବା ଘଟଣାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ମୁହଁ ଖୋଲିଛନ୍ତି। ଯଦି କେହି ଘରଭଡା ଦେଇ ପାରୁନାହାନ୍ତି ତାଙ୍କ ଲାଗି ଦିଲ୍ଲୀ ସରକାର ଘର ମାଲିକଙ୍କୁ ଭଡା ଦେବେ। ହେଲେ ଏପରି ତରବରିଆ ଭାବେ ଦିଲ୍ଲୀ ଛାଡନ୍ତୁ ନାହିଁ ବୋଲି ନିବେଦନ କରିଛନ୍ତି।

ସେହିପରି ଯେଉଁ ଲୋକଙ୍କର ରହିବାକୁ ଘର ନାହିଁ ସେମାନଙ୍କ ଲାଗି ମଧ୍ୟ ସରକାର ବନ୍ଦୋବସ୍ତ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଦେଶରେ ଲକ ଡାଉନ ଜାରି ଥିବା ପର୍ଯ୍ୟନ୍ତ ଏଭଳି ଲୋକେ ବିଭିନ୍ନ ସ୍କୁଲରେ ସରକାର କରିଥିବା ଆଶ୍ରୟ ସ୍ଥଳରେ ରହି ପାରନ୍ତି। ପ୍ରତ୍ୟେକ ନାଗରିକକୁ ସମ୍ମାନର ସହ ରଖିବା ଦାୟିତ୍ୱ ଦିଲ୍ଲୀ ସରକାରଙ୍କର ଏଣୁ କେହି ଏପରି ଦିଲ୍ଲୀ ଛାଡି ଯାଆନ୍ତୁ ନାହିଁ ବୋଲି କହିଛନ୍ତି କେଜରୀୱାଲ।

କେବଳ ରାଜଧାନୀ ଦିଲ୍ଲୀରେ ନୁହେଁ ସାରା ଦେଶରେ ଲୋକେ ସହରାଞ୍ଚଳରୁ ଏବେ ଗାଁ ମୁହାଁ ହୋଇଛନ୍ତି। ତେବେ ଏହା ଲକ ଡାଉନ ଆଇନ ବିରୋଧୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏଭଳି ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ବି ହୋଇପାରେ। ଏତେ ପ୍ରତିଶ୍ରୁତି ପରେ ବି ଲୋକେ ଯଦି ପଳାୟନ ପନ୍ଥୀ ହୁଅନ୍ତି ତେବେ ସରକାର ବାଧ୍ୟ ହୋଇ ଲକ୍ ଡାଉନ ନିୟମକୁ କଡାକଡି କରିବେ ବୋଲି ମଧ୍ୟ ଚେତାଇ ଦେଇଛନ୍ତି।

   Related Posts