ଅମିତ ଶାହଙ୍କୁ କେଜରୀୱାଲଙ୍କ Challenge, କହିଲେ ସାର୍ବଜନିକ ତର୍କ ଲାଗି ମୁଁ ପ୍ରସ୍ତୁତ, ସମୟ ଓ ସ୍ଥାନ କୁହନ୍ତୁ

Published By : Prameya-News7 Bureau | February 05, 2020 IST

ନୂଆଦିଲ୍ଲୀ ୫।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଯେତିକି ପାଖଉଛି ରାଜନୈତିକ ଦଳଙ୍କ ମଧ୍ୟରେ ଭାଷଣ ଯୁଦ୍ଧ ସେତିକି ବଡୁଛି। ଏହି କ୍ରମରେ   ଆମ ଆଦମୀ ପାର୍ଟି ମୁଖିଆ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସାର୍ବଜନିକ ବିତର୍କ ଲାଗି ଆହ୍ୱାନ ଦେଇଛନ୍ତି। ବୁଧବାର କେଜରୀୱାଲ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି କହିଛନ୍ତି ଯେ ଜାତୀୟ ରାଜଧାନୀ ଦିଲ୍ଲୀର ଭୋଟଦାତା ଫେବୃଆରୀ ୮ ତାରିଖ ବିଧାନସଭା ନିର୍ବାଚନରେ ବିଜେପିକୁ କାହିଁକି ଭୋଟ ଦେବେ ତାହା ଜାଣିବାକୁ ଚାହୁଁଛନ୍ତି।

{"id":220621,"sizeSlug":"large"}

କେଜରୀୱାଲ ଆଶ୍ଚର୍ଯ୍ୟବ୍ୟକ୍ତ କରି କହିଛନ୍ତି ଯେ ଦିଲ୍ଲୀ ଶାହିନବାଗରେ ଏବେ କ'ଣ ଚାଲିଛି। ଗତ ୨ ମାସ ହେଲା ଲୋକେ ସେଠାରେ ସିଏଏକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ କେନ୍ଦ୍ର ସରକାର ଅଞ୍ଚଳର ଆଖପାଖର ସଡକ ଗୁଡିକୁ କାହିଁକି ବନ୍ଦ କରିରଖିଛନ୍ତି। ଏଥିରେ ବରିଷ୍ଠ ବିଜେପି ନେତା ଅମିତ ଶାହ ଦିଲ୍ଲୀର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ସେ ନିଷ୍ପତ୍ତି  କରିବେ କହି ଲୋକଙ୍କୁ ଭୋଟ ମାଗିବା ହାସ୍ୟସ୍ପଦ ପରିସ୍ଥିତି ସୃଷ୍ଟି କରୁଛି ବୋଲି କେଜରୀୱାଲ କହିଛନ୍ତି। 

{"id":220622,"sizeSlug":"large"}

ଏଥିରେ ଦିଲ୍ଲୀବାସୀ ଶାହଙ୍କୁ କିପରି ବ୍ଲାଙ୍କ ଚେକ୍ ଧରାଇ ଦେବେ ସେ ନେଇ କେଜରୀୱାଲ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ଦିଲ୍ଲୀର ସାର୍ବଜନିକ ସମସ୍ୟା ନେଇ ଯେ କୌଣସି ପ୍ରସଙ୍ଗରେ ଶାହଙ୍କ ସହ ଯେ କୌଣସି ମଞ୍ଚରେ ବିତର୍କ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି । ସେ କବେଳ ସ୍ଥାନ ଓ ସମୟ ନିର୍ଧାରଣ କରନ୍ତୁ ବୋଲି କେଜରୀୱାଲ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.