Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

କେଜ୍ରିୱାଲଙ୍କ ବିଜ୍ଞାପନକୁ ନେଇ ବିଜେପିର ପ୍ରଶ୍ନ, କରୋନାରେ ଅନାଥ ଶିଶୁଙ୍କୁ କମ ଟଙ୍କା ଓ ବିଜ୍ଞାପନରେ ଅଧିକ ଖର୍ଚ୍ଚ କାହିଁକି ?

9/07/2021 at 5:23 PM

ନୂଆଦିଲ୍ଲୀ ୦୯/୦୭ : ଗୁଜରାଟ ସୁରଟରୁ ବିଜେପି ବିଧାୟକ ହର୍ଷ ସାଂଘଭୀ କେଜ୍ରିୱାଲ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଗୁଜରାଟରେ ବିଜ୍ଞାପନରେ ୭୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା କେଜ୍ରିୱାଲ ସରକାଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା ହର୍ଷ ସାଂଘଭୀ ।  

ହର୍ଷ ସାଂଘବି ଟ୍ବିଟ କରି ଲେଖିଛନ୍ତି, ‘କେଜ୍ରିୱାଲ ସରକାର ଗୁଜରାଟରେ ବିଜ୍ଞାପନ ପାଇଁ ୭୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି, ଯାହାର ଗୁଜରାଟରେ କୌଣସି ପ୍ରାସଙ୍ଗିକତା ନାହିଁ। କିନ୍ତୁ କୋଭିଡରେ ନିଜ ପିତାମାତାଙ୍କୁ ହରାଇଥିବା ଶିଶୁଙ୍କୁ ମାତ୍ର ୨୫୦୦ ଟଙ୍କା ଦେଉଛନ୍ତି। ଟିକିଏ ଚିନ୍ତା କଲେ, ଯଦି ଏହି ଟଙ୍କା କରୋନାରେ ପୀଡିତ ଶିଶୁଙ୍କୁ ଦିଆଯାଏ ତେବେ ସେମାନଙ୍କ ଭବିଷ୍ୟତ ଉଜ୍ବଳ ହୋଇପାରିବ।’

ବିଜେପି ବିଧାୟକ ହର୍ଷ ସାଂଘବି ଆଗକୁ ଲେଖିଛନ୍ତି, ଗୁଜରାଟ ସରକାର ଶିଶୁଙ୍କ ପାଇଁ ୪ ହଜାର ଟଙ୍କା ଉପଲବ୍ଧ କରାଇବାକୁ ପ୍ରତିବଦ୍ଧ। କରୋନାରେ ନିଜ ପିତାମାତାଙ୍କୁ ହରାଇଥିବା ପିଲାଙ୍କୁ ଭିଜନ, କିଟ, ଶିକ୍ଷାଗତ ଆବଶ୍ୟକତା ଓ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ସହ ମାସକୁ ୪ ହଜାର ଟଙ୍କା ଦେଉଛନ୍ତି। ଏଥିରୁ ଅନ୍ତର ସ୍ପଷ୍ଟ ଓ ଅନୁମେୟ । ସୂଚନା ଅନୁଯାୟୀ, କେଜ୍ରିୱାଲ ସରକାର ଦିଲ୍ଲୀ ବାହାରେ ତମାମ ଖବରକାଗଜରେ ସରକାରୀ ଅର୍ଥରେ  ବିଜ୍ଞାପନ ଦିଅନ୍ତି। ଏଥିପାଇଁ ବିରୋଧୀ ତାଙ୍କୁ ଟାର୍ଗେଟ କରିଥାନ୍ତି।

ଏଥର ବିଜେପି ବିଧାୟକ ହର୍ଷ ସାଂଘଭୀ ସାଂଘବି ଏହା ବ୍ୟତୀତ  ବିଜେପି ଶାସିତ ରାଜ୍ୟ ତୁଳନାରେ କରୋନାରେ ଅନାଥ ହୋଇଯାଇଥିବା ଶିଶୁଙ୍କୁ କମ ଟଙ୍କା ଦେବା ଓ ଅନ୍ୟ ରାଜ୍ୟରେ ନିଜ ବିଜ୍ଞାପନରେ ଅଯଥା ଖର୍ଚ୍ଚ କରିବାକୁ ନେଇ ସାଂଘଭୀ କେଜ୍ରିଓ୍ବାଲଙ୍କ ଉପରେ ଖପ୍ପା ହୋଇଥିବା ଜଣାପଡ଼ିଛି।  

   Related Posts