ଦିଲ୍ଲୀରେ ନୂଆ ଗାଇଡଲାଇନ : ଆନ୍ଧ୍ର, ତେଲେଙ୍ଗାନାରୁ ଆସିଲେ ୧୪ ଦିନ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ

Published By : Prameya-News7 Bureau | May 07, 2021 IST

ନୂଆଦିଲ୍ଲୀ ୭/୫ : ଦିଲ୍ଲୀରେ ବଢୁଥିବା ସଂକ୍ରମଣ ରୋକିବାକୁ ନୂଆ ଗାଇଡଲାଇନ ଜାରି କଲେ କେଜରିଓ୍ୱାଲ୍ । ଏଣିକି ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରୁ ଦିଲ୍ଲୀକୁ ଆସୁଥିବା ଲୋକଙ୍କୁ ୧୪ ଦିନ ପାଇଁ କ୍ୱାରାଣ୍ଟାଇନ ବାଧ୍ୟତାମୂଳକ କରିଛନ୍ତି । ଏଥିପାଇଁ ସରକାର ଦେୟଯୁକ୍ତ ସଂଗରୋଧର ବ୍ୟବସ୍ଥା କରିଛନ୍ତି । ଯେ କେହି ଆସିଲେ ସଂଗରୋଧର ୧୪ ଦିନ ରହିପାରିବ ।

ଏହାସହ ଯେଉଁମାନେ କରୋନା ଟିକାର ୨ଟି ଜୋଡ୍ ନେଇଛନ୍ତି ସେମାନେ ମଧ୍ୟ ରିପୋର୍ଟ ଦେଖାଇବାକୁ କୁହାଯ।ଇଛି । ଏତତବ୍ୟତୀତ ୭୨ ଘଣ୍ଟା ପୂର୍ବରୁ RTPCR ରିପୋର୍ଟ ଦେଖାଇବାକୁ ପଡିବ । ତାସହ ୭ଦିନ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ କରିଛନ୍ତି । ଯଦି କୌଣସି ବ୍ୟକ୍ତିଙ୍କର ଘରୋଇ କ୍ୟାଣ୍ଟିନର ସୁବିଧା ନଥାଏ, ତେବେ ସେ ସରକାରଙ୍କ ଦ୍ୱାରା ଚିହ୍ନିତ କ୍ୱାରେଣ୍ଟାଇନରେ ରହିପାରିବେ ।

ସୂଚନା ଥାଉକି, ଯଦି ଆପଣ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରୁ ବସ୍ , ଟ୍ରେନ୍, ବିମାନ ଯାତ୍ରା, କାର କିମ୍ବା ଟ୍ରକ୍ ଦେଇ ଦିଲ୍ଲୀକୁ ଆସନ୍ତି, ତେବେ ଆପଣଙ୍କୁ ଏହି ନୂତନ ନିୟମ ମାନିବାକୁ ନିର୍ଦ୍ଦେଶ ରହିଛି । ଆନ୍ଧ୍ର ଏବଂ ତେଲେଙ୍ଗାନାରେ କରୋନାର ନୂଆ ମ୍ୟୁଟାଣ୍ଟ ଜଣାପଡିବା ପରେ ଦିଲ୍ଲୀ ସରକାର ଏହି ନିର୍ଦ୍ଦେଶ ଜାରି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.