ଦିଲ୍ଲୀ ସରକାର ଆଉ ୬ ମାସ ସମ୍ପ୍ରସାରଣ କଲେ ନିଶୁଳ୍କ ରାସନ ଯୋଜନା, ଜାଣନ୍ତୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି କ’ଣ?

Published By : Prameya-News7 Bureau | November 06, 2021 IST

ନୂଆଦିଲ୍ଲୀ ୬।୧୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତାଙ୍କ ସରକାର ରାଜ୍ୟରେ ଚଳାଇଥିବା ନିଃଶୁଳ୍କ ରାସନ ଯୋଜନା ରାଜ୍ୟରେ ଆଉ ୬ ମାସ ସମ୍ପ୍ରସାରଣ କରିଥିବା ଶନିବାର ଟ୍ୱିଟ୍‌ କରିଛନ୍ତି। ରାଜ୍ୟରେ ୨୦୨୨ ମେ ମାସ ପର୍ଯ୍ୟନ୍ତ ଯୋଜନା କାର୍ଯ୍ୟକାରୀ ହେବ ବୋଲି କେଜରିୱାଲ କହିଛନ୍ତି। ମୁଦ୍ରାସ୍ପିତି ବହୁତ ଅଧିକ ହୋଇଯାଇଥିବା ବେଳେ ସାଧାରଣ ଲୋକଙ୍କ ଲାଗି ୨ ବେଳା ରୁଟି ଯୋଗାଡ କରିବା କଷ୍ଟକର ହୋଇପଡିଛି। ଏମିତିରେ କରୋନା ଯୋଗୁ ଅନେକ ବେକାର ହୋଇଯାଇଥିବା କେଜରିୱାଲ ଉଲ୍ଲେଖ କରିଛନ୍ତି।

wp:embed {"url":"https://twitter.com/ArvindKejriwal/status/1456856433958350851","type":"rich","providerNameSlug":"twitter","responsive":true}
https://twitter.com/ArvindKejriwal/status/1456856433958350851
/wp:embed

ଏଣୁ କେନ୍ଦ୍ର ସରକାର ଦେଶରେ ଗରିବଙ୍କ ଲାଗି ଚଳାଇଥିବା ନିଶୁଳ୍କ ଖାଦ୍ୟ ଯୋଜନା ଆଉ ୬ ମାସ ଚଳାଇ ରଖନ୍ତୁ ବୋଲି କେଜରିୱାଲ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଥିବା ବେଳେ ଦିଲ୍ଲୀ ସରକାର ଯୋଜନାକୁ ଆଉ ୬ ମାସ ସମ୍ପ୍ରସାରିତ କରିଥିବା ଘୋଷଣା କରିଛନ୍ତି। ତେବେ ଦିନକ ପୂର୍ବରୁ କେନ୍ଦ୍ର ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେୟ ଦେଶରେ କୋଭିଡ କାରଣରୁ ଚଳାଯାଇଥିବା ନିଶୁଳ୍କ ରାସନ ଯୋଜନା ୩୦ ନଭେମ୍ବରରୁ ଆଗକୁ ଚଳାଯିବାର କୌଣସି ପ୍ରସ୍ତାବ ନାହିଁ ବୋଲି କହିଥିଲେ।

{"id":539475,"sizeSlug":"full","linkDestination":"none"}

କେନ୍ଦ୍ର ଖାଦ୍ୟ ସଚିବଙ୍କ ବୟାନର ଗଣମାଧ୍ୟମ କ୍ଲିପିଂ ସଂଯୁକ୍ତ କରି କେଜରିୱାଲ ଶନିବାର ତାଙ୍କ ଟ୍ୱିଟ୍‌ରେ ଯୋଜନାର ସମ୍ପ୍ରସାରଣ ଘୋଷଣା କରିଛନ୍ତି। ଦିଲ୍ଲୀ ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ହିତାଧିକାରୀଙ୍କୁ ଏପର୍ଯ୍ୟନ୍ତ ନିଶୁଳ୍କ ରାସନ ଉପଲବ୍ଧ କରିଆସୁଛନ୍ତି। ଜାତୀୟ ରାଜଧାନୀରେ ୨ ହଜାରରୁ ଅଧିକ ସୁଲଭ ଦୋକାନ ଥିବା ବେଳେ ଏହି ସବୁ ଦୋକାନଙ୍କ ମାଧ୍ୟମରେ ୧୭.୭୭ ଲକ୍ଷ ରାସନକାର୍ଡ ଧାରୀ ଓ ୭୨,୭୮ ଲକ୍ଷ ହିତାଧିକାରୀଙ୍କୁ ଉପକୃତ କରିଆସୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.