ଦିଲ୍ଲୀରେ ସମସ୍ତ ସ୍କୁଲ-କଲେଜ୍ ବନ୍ଦ, କରୋନାର ଭୟାବହତା ଦେଖି କେଜ୍ରିଓ୍ଵାଲ ସରକାରଙ୍କ ବଡ ନିଷ୍ପତ୍ତି

Published By : Prameya-News7 Bureau | April 09, 2021 IST

ନୂଆଦିଲ୍ଲୀ ୦୯।୦୪: ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ହୁ ହୁ ହୋଇ ବଢୁଥିବା କରୋନା କେସ୍ ମଧ୍ୟରେ ଦିଲ୍ଲୀ ସରକାର ଶୁକ୍ରବାର ବଡ ନିଷ୍ପତ୍ତି ନେଇଛନ୍ତି। ସତର୍କତାମୂଳକ ପଦକ୍ଷେପସ୍ଵରୂପ ଦିଲ୍ଲୀରେ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ-କଲେଜ୍ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯିବା ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଟ୍ଵିଟ୍ କରି ଘୋଷଣା କରିଛନ୍ତି।

wp:html /wp:html

ଦିଲ୍ଲୀରେ ପ୍ରତିଦିନ ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ପୂର୍ବରୁ ମଧ୍ୟ ଅନେକ ବଡ ନିଷ୍ପତ୍ତି ନେଇ ସାରିଛନ୍ତି। ସ୍ଥିତି ସଙ୍ଗୀନ ହେଉଥିବା ଦେଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଅନ୍ୟ ଆଦେଶ ପର୍ଯ୍ୟନ୍ତ ଦିଲ୍ଳୀର ସମସ୍ତ ସ୍କୁଲ, କଲେଜ୍ ବନ୍ଦ ଘୋଷଣା କରିଛନ୍ତି।

ଦିଲ୍ଲୀରେ କରୋନାର ଚତୁର୍ଥ ଲହର  ବଢିବାରେ ଲାଗିଛି। ଗୁରୁବାର ୭୪୩୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହା ଚଳିତ ବର୍ଷର ଗୋଟିଏ ଦିନରେ ସର୍ବାଧିକ କେସ୍। କରୋନା ଯୋଗୁଁ ରାଜଧାନୀରେ ଆଉ ୨୪ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦିଲ୍ଲୀରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୧,୧୫୭କୁ ବୃଦ୍ଧି ଘଟିଛି। ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ଅନୁଯାୟୀ, ସଂକ୍ରମଣ ହାର ୬.୧ପ୍ରତିଶତରୁ ବୃଦ୍ଧି ଘଟି ୮.୧ ପ୍ରତିଶତରେ ପହଞ୍ଚିଛି। ଚଳିତ ବର୍ଷ ପ୍ରଥମ ଥର ଗୋଟିଏ ଦିନରେ ୭୦୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ଦୁଇ ଦିନ ପାଞ୍ଚ ହଜାରରୁ ଅଧିକ ନୂତନ କେସ୍ ସାମ୍ନାକୁ ଆସିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.