କରୋନା ମୁକାବିଲାରେ ଦିଲ୍ଲୀ ସରକାର ଫେଲ୍, ରାଷ୍ଟ୍ରପତି ଶାସନ ଜାରି କରିବାକୁ ଦାବି କଲା କଂଗ୍ରେସ

Published By : Prameya-News7 Bureau | April 29, 2021 IST

ନୂଆଦିଲ୍ଲୀ ୨୯।୪: ଦିଲ୍ଲୀରେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସରକାର କରୋନା ମହାମାରୀ ସହ ଲଢିବାରେ ବିଫଳ ହୋଇଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି । ଏଥିଯୋଗୁଁ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ କଂଗ୍ରେସ ଦାବି କରିଛି । କଂଗ୍ରେସର ଏଭଳି ଅଭିଯୋଗ ଉପରେ ଦିଲ୍ଲୀ ସରକାର ତଥା ଆମ୍ ଆଦମୀ ପାର୍ଟି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଅନୀଲ କୁମାର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଚିଠିରେ ଅଭିଯୋଗ ଆଣିଛନ୍ତି ଯେ ଗତ କିଛି ଦିନ ହେବ ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ୍ ର ଅଭାବ ଦେଖିବାକୁ ମିଳିଛି । ଏହାସହ ହସ୍ପିଟାଲରେ ଅନ୍ୟାନ୍ୟ ସୁବିଧା ମଧ୍ୟ ଉପଲବ୍ଧ ହେଉନାହିଁ । ଲୋକଙ୍କୁ ହସ୍ପିଟାଲରେ ମରିବାକୁ ଛାଡି ଦିଆଯାଇଛି । ଅନୀଲ କୁମାର ଏହା ମଧ୍ୟ ଅଭିଯୋଗ ଆଣିଛନ୍ତି ଯେ, ଏଭଳି ସ୍ବାସ୍ଥ୍ୟ ବିପତ୍ତି ସମୟରେ ରାଜ୍ୟ ସରକାର ଖାମଖିଆଲି ମନୋଭାବ ପୋଷଣ କରୁଛନ୍ତି । ଏଥିପାଇଁ ଏଠାରେ ରାଷ୍ଟ୍ରପତି ଶାସନ ଜାରି କରାଯିବା ଉଚିତ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.