Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ପଞ୍ଜାବ ପରେ ଉତ୍ତରାଖଣ୍ଡକୁ ମାଗଣା ବିଜୁଳି ପ୍ରତିଶ୍ରୁତି ନେଇ ଯିବେ କେଜ୍ରିଓ୍ବାଲ୍‌, ଏକେଙ୍କ ଟ୍ବିଟ୍‌ର ଜବାବ ଦେଲେ ଧାମି

10/07/2021 at 4:22 PM

ନୂଆଦିଲ୍ଲୀ ୧୦/୦୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍‌ ଅନ୍ୟ ରାଜ୍ୟରେ ଏବେ ଝାଡ଼ୁ ବୁଲାଇବାକୁ ଜୋରଦାର ପ୍ରସ୍ତୁତି କରୁଛନ୍ତି। ଆମ ଆଦମୀ ପାର୍ଟିର ପତାକା ଉଡ଼ାଇବାକୁ ନିର୍ବାଚନ ହେବାକୁ ଥିବା ରାଜ୍ୟକୁ ଯାଇ ପ୍ରତିଶ୍ରୁତି ଦେଉଛନ୍ତି ଏକେ । ଏହାରି ଭିତରେ କେଜ୍ରିଓ୍ବାଲ୍‌ ଉତ୍ତରାଖଣ୍ଡରେ ବିଜୁଳିକୁ ନେଇ ଟ୍ବିଟ୍‌ କରିଛନ୍ତି । ଏହାର କିଛି ସମୟ ପରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି କେଜ୍ରିଓ୍ବାଲଙ୍କ ଟ୍ବିଟ୍‌ର ଜବାବ ଦେଇ ଏହାକୁ ନିର୍ବାଚନୀ ଏଜେଣ୍ଡା ବୋଲି କହିଛନ୍ତି।

ଆପ୍‌ର ରାଷ୍ଟ୍ରୀୟ ସଂଯୋଜକ ରବିବାର ଡେରାଡୁନ୍‌ ଗସ୍ତ କରିବେ।ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ଲଢ଼ିବାକୁ ଦଳ ନିଷ୍ପତ୍ତି ନେଇଛି। କିନ୍ତୁ ଏହା ପୂର୍ବରୁ ଟ୍ବିଟ୍‌ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍‌ ଉତ୍ତରାଖଣ୍ଡବାସୀଙ୍କୁ ପ୍ରତିଶ୍ରୂତି ଦେଇଛନ୍ତି। ସେ ଲେଖିଛନ୍ତି, ‘ଉତ୍ତରାଖଣ୍ଡରେ ବିଜୁଳି ଉତ୍ପାଦନ ହେଉଥିବା ବେଳେ ଅନ୍ୟ ରାଜ୍ୟକୁ ବିକ୍ରି ହେଉଛି । ତଥାପି ଉତ୍ତରାଖଣ୍ଡ ଲୋକଙ୍କୁ ବିଜୁଳି ଏତେ ମହଙ୍ଗା ମିଳୁଛି କାହିଁକି ?  ଦିଲ୍ଲୀ ବିଜୁଳି ଉତ୍ପାଦନ କରୁନାହିଁ। ଅନ୍ୟ ରାଜ୍ୟରୁ କ୍ରୟ କରି ମଧ୍ୟ ଦିଲ୍ଲୀରେ ବିଜୁଳି ମାଗଣା। କଣ ଉତ୍ତରାଖଣ୍ଡବାସୀଙ୍କୁ ଫ୍ରି ବିଜୁଳି ମିଳିବାର ଆବଶ୍ୟକତା ନାହିଁ ?’

 ଏହା ସହ ସେ ଡେରାଡୁନ୍‌ରେ କାଲି ସାକ୍ଷାତ କରିବାକୁ କହିଛନ୍ତି। ସେପଟେ କେଜ୍ରିଓ୍ବାଲଙ୍କ ଏହି ଟ୍ବିଟ୍‌ରେ ଜବାବ ଦେଇଛନ୍ତି ଉତ୍ତରାଖଣ୍ଡ ମଖ୍ୟମନ୍ତ୍ରୀ ପୁଷ୍କର ଧାମି। ଏଏନଆଇକୁ ପ୍ରତିକ୍ରିୟା ଦେଇ ଧାମି କହିଛନ୍ତି, କେଜ୍ରିଓ୍ବାଲଙ୍କ ଏହି ଟ୍ବିଟ୍‌ ନିର୍ବାଚନୀ ଏଜେଣ୍ଡା ହୋଇପାରେ କିନ୍ତୁ ଆମର ଏଜେଣ୍ଡା ଲୋକଙ୍କୁ ସେବା କରିବା। ଏହା ପୂର୍ବରୁ ଏକେ ପଞ୍ଜାବକୁ ନେଇ ପ୍ରତିଶ୍ରୁତି ଦେଇଥିଲେ। ଯଦି ଆପ୍‌ ପଞ୍ଜାବରେ ସରକାର କରେ ତେବେ ଲୋକଙ୍କୁ ୩୦୦ ୟୁନିଟ୍‌ ବିଜୁଳି ମାଗଣାରେ ଦିଆଯିବ ବୋଲି ସେ କହିଥିଲେ। ସେପଟେ ଉତ୍ତରପ୍ରଦେଶରେ ଆପ୍‌ ନେତା ସଞ୍ଜୟ ସିଂହ ସକ୍ରିୟ ଅଛନ୍ତି ।   

   Related Posts