Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ପୁଣି ହେଲେ ଆପର ରାଷ୍ଟ୍ରୀୟ ସଂଯୋଜକ

12/09/2021 at 4:20 PM

ନୂଆଦିଲ୍ଲୀ ୧୨/୦୯ : ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟକାର୍ଯ୍ୟକାରିଣୀ ବୈଠକରେ ପୁଣିଥରେ ଦିଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦଳର ରାଷ୍ଟ୍ରୀୟ ସଂଯୋଜକ ଚୟନ କରାଯାଇଛି। ଏହା ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ତୃତୀୟ ଟର୍ମ। ବୈଠକ ରବିବାର ଦିନ ହୋଇଛି। ପଙ୍କଜ ଗୁପ୍ତାଙ୍କୁ ସଚିବ ଓ ରାଜ୍ୟସଭା ସାଂସଦ ଏନଡି ଗୁପ୍ତାଙ୍କୁ କୋଷାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି। ଏହି ୩ ପଦାଧିକାରୀଙ୍କ କାର୍ଯ୍ୟକାଳ ୫ ବର୍ଷ ପାଇଁ ରହିବ।

ଆସନ୍ତା ବର୍ଷ ୟୁପି ଏବଂ ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟରେ ହେବାକୁ ଥିବା ନିର୍ବାଚନକୁ ଦୃଷ୍ଟିରେ ରଖି କେଜ୍ରିୱାଲଙ୍କୁ ଜାତୀୟ ସମ୍ମିଳନୀ କରି ନିଜର ଭାବମୂର୍ତ୍ତିକୁ ପୁଞ୍ଜି ଦେବା ପାଇଁ ଆପ ବାଜି ଲଗାଇଛି। ଏହା ପୂର୍ବରୁ ଆପ ନିଜର ନୂଆ ପରିଷଦରେ, ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କର୍ଣ୍ଣେଲ ଅଜୟ କୋଠିଆଲ୍, ପଞ୍ଜାବର ଭଗବନ୍ତ ମାନ,ଗୋଆରୁ ରାହୁଲ ମହାମ୍ବ୍ରେ, ଗୁଜରାଟର ଜଣାଶୁଣା ଟିଭି ଆଙ୍କର ଇସୁଦାନ ଗଡବୀଙ୍କୁ ସାମିଲ କରିଛି।

   Related Posts