ଓଡିଶାରେ ବିରୋଧୀ ନାହାନ୍ତି, ଏଠି ତିନି ଦଳର ଗଠବନ୍ଧନ ସରକାର ଚାଲିଛି କହିଲେ କେଜ୍ରିୱାଲ: ବିଜେପି ଓ କଂଗ୍ରେସ କହିଲେ ଓଡ଼ିଶା କଥା ନଭାବି କେଜ୍ରିୱାଲ୍ ଦିଲ୍ଲୀ କଥା ବୁଝନ୍ତୁ

Published By : Prameya-News7 Bureau | January 31, 2019 IST

ଭୁବନେଶ୍ବର୩୧|୧: ବିଜେଡି ବି​‌ଜେପି କଂଗ୍ରେସ ଉପ​‌ରେ ବର୍ଷିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ସମାଜିକ ନ୍ୟାୟ ଅଭିଯାନ ସମାବେଶରେ ଯୋଗଦେଇ କେଜ୍ରିୱାଲ୍‌ କହିଛନ୍ତି ଓଡିଶାରେ ବିରୋଧୀ ନାହାନ୍ତି, ଏଠି ତିନି ଦଳର ଗଠବନ୍ଧନ ସରକାର ଚାଲିଛି । ଦିଲ୍ଳୀ ଉଦାହରଣ ଦେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ଦିଲ୍ଲୀ ଯାଇ ସରକାରୀ ସ୍କୁଲ ବିୁଲିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି । ବି​‌ଜେପି ଓ କଂଗ୍ରେସ କହିଛନ୍ତି ଓଡ଼ିଶା କଥା ନଭାବି କେଜ୍ରିୱାଲ୍‌ ଦିଲ୍ଲୀ କଥା ବୁଝନ୍ତୁ ।… 

{"id":80346}

କେଜରିୱାଲଙ୍କ ଟାର୍ଗେଟରେ ବିଜେଡି, ବିଜେପି ଓ କଂଗ୍ରେସ । ଓଡ଼ିଶାରେ ମିଳିତ ମଞ୍ଚର ସରକାର ଚାଲିଛି । ବିଜେପି ପକେଟରେ ବିଜେଡି ଓ ବିଜେଡି ପକେଟରେ କଂଗ୍ରେସ । ନିର୍ବାଚନ ଆସିଲେ ଏମାନଙ୍କ ଗଠବନ୍ଧନ ମଜବୁତ୍‌ ହୋଇଯାଉଛି । ସେଥିପାଇଁ ୧୯ ବର୍ଷ ହେଲା ନବୀନ କ୍ଷମତାରେ ଅଛନ୍ତି ଏବଂ ବିରୋଧୀ ଦଳ ନାହିଁ ।

{"id":80347}

ମିଳିମିଶି ଏମାନେ ଓଡିଶାକୁ ଲୁଟ୍‌ କରୁଛନ୍ତି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ମୁଖ୍ୟ ଅରବିନ୍ଦ କେଜରିୱାଲ୍‌ ତୀବ୍ର ସମାଲୋଚନା କରିଛନ୍ତି । ରାଜ୍ୟ ସରକାର ଖଣି ମାଫିଆଙ୍କ କବଜାରେ, ବିଦ୍ୟାଳୟ ଗୁଡିକର ସ୍ଥିତି ଦୟନୀୟ, ଶିକ୍ଷକ ନାହାନ୍ତି ବୋଲି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି ।

{"id":80348}

ସାମାଜିକ ନ୍ୟାୟ ଅଧିକାର ସମାବେଶରେ ଯୋଗଦେବାକୁ ଭୁବନେଶ୍ବର ଆସିଥିଲେ କେଜିରିୱାଲ । ଶ୍ରୀକାନ୍ତ ଜେନାଙ୍କ ନିମନ୍ତ୍ରଣ ରକ୍ଷା କରି କେଜିରିୱାଲ ଭୁବନେଶ୍ବର ଆସି ବିଜେଡି ବିଜେପି ଓ କଂଗ୍ରେସ ଉପରେ ବର୍ଷିଥିଲେ । କଂଗ୍ରେସ ରୁ ବିଦା ହେବା ପରେ  ଶ୍ରୀକାନ୍ତ ଆମ ଆଦାମୀ ପାର୍ଟି ଆଡକୁ ଢଳୁଛନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ଅବଶ୍ୟ ଶ୍ରୀକାନ୍ତ ନିର୍ବାଚନ ଲଢିବେନି ବୋଲି ସୂଚନା ଦେଇଛନ୍ତି । ସେପଟେ  ବିଜେପି ଓ କଂଗ୍ରେସ କହିଛନ୍ତି କେଜିରିୱାଲ ଆଗ ଦିଲ୍ଳୀ କଥା ସମ୍ଭାଳନ୍ତୁ ।

{"id":80349}

ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଓ ସାମାଜିକ ନ୍ୟାୟ ଅଭିଯାନର ମୁଖ୍ୟ ଦେବୀ ପ୍ରସାଦ ପୃଷ୍ଟି ନିଜର ମତ ରଖିଥିଲେ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.