କରୋନାରେ ମୃତ ଠିକା ଶିକ୍ଷୟତ୍ରୀଙ୍କ ପରିବାରକୁ ୧କୋଟି ଟଙ୍କା ସହାୟତା ଦେଲେ କେଜ୍ରିଓ୍ୱାଲ୍‌

Published By : Prameya-News7 Bureau | May 12, 2020 IST

ନୂଆଦିଲ୍ଲୀ ୧୨।୦୫: ଜଣେ ଚୁକ୍ତିଭିତ୍ତିକ ଶିକ୍ଷୟତ୍ରୀଙ୍କ ପରିବାର ଲୋକଙ୍କୁ ୧କୋଟି ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ପାଇଁ ଦିଲ୍ଲୀ ସରକାର ଘୋଷଣା କରିଛନ୍ତି ।  ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନ (ଏମସିଡି) ସହିତ କାର୍ଯ୍ୟ କରୁଥିବା ଜଣେ ଚୁକ୍ତିଭିତ୍ତିକ ଶିକ୍ଷୟତ୍ରୀ କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିଲା । ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏହି ରାଶି ଦେବା ପାଇଁ ଆଜି ଘୋଷଣା କରାଯାଇଛି ।  ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଗଣମାଧ୍ୟମକୁ ସମ୍ବୋଧିତ କରି  ସୂଚନା ଦେଇଛନ୍ତି  ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ ଜଣେ ଚୁକ୍ତିଭିତିକ ଶିକ୍ଷୟତ୍ରୀ ଥିଲେ । ଯିଏକି ଲକ୍‌ଡାଉନ୍ ସମୟରେ ଗରିବ ଲୋକମାନଙ୍କୁ ଖାଦ୍ୟ ପୋଷଣ କରୁଥିଲେ । କିନ୍ତୁ ସେ ମେ ୪ରେ ମୃତ୍ୟୁବରଣ କରିଥିଲେ । ତେବେ ଖାଦ୍ୟ ବଣ୍ଟନ ବେଳେ ସେ କରୋନା ସଂକ୍ରମଣର ଶୀକାର ହୋଇଥିଲେ । ଏବଂ ପରେ ସେ ମୃତ୍ୟୁ ବରଣ କରିଥିଲେ । ତାଙ୍କର ମୃତ୍ୟୁ ପରେ ଶିକ୍ଷୟତ୍ରୀଙ୍କ ପରିବାର ଲୋକଙ୍କୁ ଏହି ସହାୟତା ଟଙ୍କା ଦିଆଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ୍‌ ଘୋଷଣା କରିଛନ୍ତି । କେଜ୍ରିଓ୍ୱାଲ୍‌ ଆହୁରି ମଧ୍ୟ କହିଛନ୍ତି ଯେ, କରୋନା ଭଳି ମହାମାରୀ ଲଢେଇ ପ୍ରାଣ ହରାଇଥିବା ଆମ ଯୋଦ୍ଧାଙ୍କ ପାଇଁ ଗର୍ବିତ । ଚୁକ୍ତିଭିତ୍ତିକ ଶିକ୍ଷକ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ (ଏମସିଡି) ସହିତ କାର୍ଯ୍ୟ କରୁଥିଲେ ।  କୋଭିଡ -୧୯ କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ରବିବାର ଦିନ ଏମସିଡି ଘୋଷଣା କରିଥିଲା । ଏହାପରେ ତାଙ୍କୁ କ୍ଷତିପୂରଣ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ମୃତ ମହିଳ ଶିକ୍ଷୟତ୍ରୀ ଜଣଙ୍କ ମହିଳାଙ୍କ ମେ ୪ ତାରିଖ ରାତିରେ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ । ମହିଳାଙ୍କୁ ମେ ୨ରୁ ମେଡିକାଲରେ  ଭର୍ତ୍ତି କରାଯାଇଥିଲା। ନିୟମିତ ଭାବେ ତାଙ୍କର ଚିକିତ୍ସା ଜାରି ରହିଥିଲା । କିନ୍ତୁ ଶେଷରେ ସେ ପ୍ରାଣ ହରାଇଥିଲେ । ତେବେ କୌଣସି କରୋନା ଯୋଦ୍ଧାଙ୍କୁ କ୍ଷତିପୂରଣ ଦେବାରେ ଦିଲ୍ଲୀର କେଜ୍ରିଓ୍ୱାଲ ସରକାର ଭାରତର ପ୍ରଥମ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.