Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||
  • ସମ୍ବଲପୁର : ଜିପ୍ ଧକ୍କାରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା, ଚାଳକଙ୍କୁ ଅଟକ ରଖିଲା ପୋଲିସ
  • ||
  • ବଡବିଲ : ଭାରସାମ୍ୟ ହରାଇ ୨୫ଫୁଟ ଖାଇକୁ ଖସିଲା ଟ୍ରକ୍, ଡ୍ରାଇଭର ମୃତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍‌ କାରବାରର ପର୍ଦ୍ଦାଫାଶ, ୩ ଗିରଫ, ୯୬ ହଜାର ଜାଲ୍ ନୋଟ୍ ଜବତ
  • ||
  • କଟକ : IIFLରୁ ସୁନା ଲୁଟ୍ ମାମଲାରେ ଆଉ ୨ ଜଣଙ୍କୁ ବାନ୍ଧିଲା ପୋଲିସ, ମୁଖ୍ୟ କାର୍ପଟଦାର ଲାଲାର ଥିଲେ ସହଯୋଗୀ
  • ||

କରୋନା ବିରୋଧରେ ସଂଗ୍ରାମ ଲାଗି ଅଣ୍ଟା ଭିଡିଲେ ଦିଲ୍ଲୀ ସରକାର, ହାତକୁ ନେଲେ ‘5 T’ ପ୍ଲାନ୍

7/04/2020 at 3:41 PM

ନୂଆଦିଲ୍ଲୀ ୭।୪: ଜାତୀୟ ରାଜଧାନୀରେ କରୋନା ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ମଙ୍ଗଳବାର ଟ୍ରେସିଂ, ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଣ୍ଟ ଓ ଟିମୱାର୍କ ‘ଫାଇବ-ଟି’ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଫଳରେ ରାଜଧାନୀରେ କରୋନା ଚିହ୍ନଟ ଲାଗି ଏବେଠୁ ନିରନ୍ତର ଟେଷ୍ଟିଂ ଚାଲିବ। ଏଥିଲାଗି ରାଜଧାନୀର ବିଭିନ୍ନ ସ୍ଥାନରେ ଟେଷ୍ଟିଂ ସେଣ୍ଟର ଖୋଲିବେ ରାଜ୍ୟ ସରକାର।

ଦେଶରେ ରାଣ୍ଡମ ଟେଷ୍ଟିଂରେ ଦିଲ୍ଲୀ ହେବ ପ୍ରଥମ ରାଜ୍ୟ। ଜାତୀୟ ରାଜଧାନୀ ଉପରେ ଦେଖା ଦେଇଥିବା ବିପଦର ଆକଳନ କରି କେଜରିୱାଲ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ୫-ଟି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଡିଜିଟାଲ ପ୍ରେସ୍ କନଫରେନ୍ସ ମାଧ୍ୟମରେ ସାମ୍ବାଦିକମାନଙ୍କୁ ସୂଚିତ କରିଥିବା ବେଳେ ଲଗାତାର ଟେଷ୍ଟିଂ ଯୋଗୁ ଦକ୍ଷିଣ କୋରିଆ  ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରିତ କରିବାରେ ସକ୍ଷମ ହୋଇଥିବା କହିଛନ୍ତି। ଏଣୁ ଆମେ ବି ଜାତୀୟ ରାଜଧାନୀରେ ଏବେ ସେହି ପଦକ୍ଷେପ ନେବୁ ବୋଲି କହିଛନ୍ତି କେଜରିୱାଲ।

ଟେଷ୍ଟିଂ ଭଳି ସରକାର ଟ୍ରେସିଂ ଉପରେ ମଧ୍ୟ ଏବେ ଗୁରୁତ୍ୱ ଦେବେ ସରକାର । ଏଥିପାଇଁ ପୋଲିସର ମଧ୍ୟ ସହାୟତା ନିଆଯିବ। ଏବେ ପୋଲିସକୁ ୨୭ ହଜାର ୭୦୨ ଜଣଙ୍କ ଫୋନ ନମ୍ବର ଦେଇ ଟ୍ରେସିଂ କରିବାକୁ କୁହାଯାଇଛି। ମରକଜରେ ଯୋଗଦେଇଥିବା ଲୋକଙ୍କ ନମ୍ବର ମଧ୍ୟ ପୋଲିସକୁ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ଟ୍ରିଟ୍‌ମେଣ୍ଟ ଲାଗି ସରକାର ପ୍ରସ୍ତୁତ ଥିବା ମୁଖ୍ୟମନ୍ତ୍ରୀ  କହିଥିବା ବେଳେ ଏବେ ରାଜଧାନୀରେ ଏଥିଲାଗି ବିଭିନ୍ନ ହସ୍ପିଟାଲରେ ୩ ହଜାର ବେଡର ବ୍ୟବସ୍ଥା ହୋଇପାରିଛି।  ଆଗକୁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

   Related Posts