ସୂର୍ଯ୍ୟ ଦେବତାଙ୍କୁ ଜଳ ଲାଗି କରିବା ସମୟରେ ଏହି ବିଷୟ ପ୍ରତି ଧ୍ୟାନ ରଖନ୍ତୁ, ପୂରଣ ହେବ ସମସ୍ତ ମନସ୍କାମନା

Published By : Prameya-News7 Bureau | March 18, 2019 IST

ଭୁବନେଶ୍ବର ୧୮|୩ : ସବୁ ମନୁଷ୍ୟ ନିଜର ମନସ୍କାମନା ପୂରଣ କରିବା ପାଇଁ ବହୁତ ପ୍ରକାରର ପ୍ରୟାସ କରିଥାନ୍ତି ।  କାରଣ ତାଙ୍କ ଜୀବନରେ ସବୁବେଳେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇପାରିବ । ସୁଖ ଏକ ଏତିମି ଜିନିଷ ଯାହା ସମସ୍ତଙ୍କୁ ସହଜରେ ପ୍ରାପ୍ତ ହୋଇନଥାଏ । ମାତ୍ର କିଛି ମାତ୍ରାରେ ପ୍ରୟାସ କରିବା ଦ୍ବାରା ମନୁଷ୍ୟ ସବୁ ସୁଖ ପ୍ରାପ୍ତ କରିପାରିବ । ତେବେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ସମୟରେ ଯଦି ଏକ ଏପରି ଜିନିଷ ମିଶାଇ ଜଳ ଅର୍ପଣ କରାଯାଏ ତେବେ ମନୁଷ୍ୟର ସମସ୍ତ ଇଚ୍ଛା ପୂରଣ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହା କେଉଁ ଜିନିଷ ।

ଯେତେବେଳେ ଆପଣ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରୁଛନ୍ତି ପ୍ରଥମେ ଏକ ଦୀପ ଜଳାନ୍ତୁ । ତାପରେ ଆପଣଙ୍କର ଯାହା ବି ମନସ୍କାମନା ଅଛି ତାକୁ ସୂର୍ଯ୍ୟ ଦେବଙ୍କୁ ମନେ ମନେ କହିଦିଅନ୍ତୁ । ଅର୍ପଣ କରିବାକୁ ଥିବା ଜଳରେ ୩ବୁନ୍ଦା ଯମୁନା ଜଳ ମିଶାଇ ଦିଅନ୍ତୁ । ତାପରେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିଦିଅନ୍ତୁ । ଏପରି କୁହାଯାଏ ଯେ, ଏପରି କରିବା ଦ୍ବାରା ମନୁଷ୍ୟର ସମସ୍ତ ମନସ୍କାମନା ଖୁବ୍ ଶୀଘ୍ର ପୂରଣ ହୋଇଥାଏ ଏବଂ ଜୀବନରେ କେବେବି କୌଣସି ସମସ୍ୟା ହୋଇନଥାଏ ।

ଯଦି ଆପଣଙ୍କର କିଛି ମନସ୍କାମନା ରହିଛି ଏବଂ ଦାରିଦ୍ର୍ୟତା ଭୋଗୁଥାନ୍ତି ତେବେ ଏହି ଉପାୟ ଅବଲମ୍ବନ କରନ୍ତୁ । ଖୁବ୍ ଶୀଘ୍ର ଆପଣଙ୍କ ମନସ୍କାମନା ପୂରଣ ହେବା ସହ ସମସ୍ତ ସମସ୍ୟା ଦୂର ହୋଇପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.