ଘରର ଏହି ଦିଗରେ ରଖନ୍ତୁ ଫେଙ୍ଗଶୁଇ କ୍ୟାମେଲ୍ସ ଦୂର ହେବ ଆର୍ଥିକ ସମସ୍ୟା…
24/09/2019 at 8:31 PM

ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି । ଅନେକ ଉପାୟ କଲେ ବି ଏହା ଦୂର ହେଉ ନାହିଁ । ତେବେ ଫେଙ୍ଗଶୁଇରେ ଏହାର ଏକ ଉପଚାର ରହିଛି । ପରିବାରରେ ଭିତରେ ଆର୍ଥିକ ଅନାଟନ ଦେଖା ଦେଉଥିଲେ ଘରେ ଫେଙ୍ଗଶୁଇ ଗେଜେଟ କ୍ୟାମେଲ୍ସ ସ୍ଥାପନ କରନ୍ତୁ। ପୁଞ୍ଜି ନିବେଶ ସୁରକ୍ଷିତ ଓ ଅଧିକ ରୋଜଗାର କରିବା ଲାଗି ଘରେ ସାମ୍ନାରେ ଦୁଇଟି ଫେଙ୍ଗଶୁଇ କ୍ୟାମେଲ୍ସ ସ୍ଥାପନ କରନ୍ତୁ।
ଆପଣ ଧାର ଦେଇଥିବା ଟଙ୍କା ମଧ୍ୟ ପୁଣି ଫେରି ଆସିବ। ଧାରକରଜରେ ବୁଢ଼ି ରହିଛନ୍ତି ତେବେ ଘରେ ଯୋଡ଼ିକିଆ ଫେଙ୍ଗଶୁଇ କ୍ୟାମେଲ୍ସ ରଖନ୍ତୁ। ଦୋକାନ ଓ ଅଫିସରେ ମଧ୍ୟ ଏହିଭଳି ଯୋଡ଼ିକିଆ କ୍ୟାମେଲ୍ସ ରଖାଯାଏ। ବ୍ୟବସାୟୀ କ୍ଷେତ୍ରରେ ଅଧିକମାତ୍ରାରେ ଦୋକାନରେ ଏହାର ସ୍ଥାପନ କରାଯାଇଥାଏ। ବ୍ୟବସାୟରେ ଲାଗି ରହିଥିବା ସମସ୍ୟା ମଧ୍ୟ ଦୂର ହୋଇଥାଏ। ଆର୍ଥିକ ସ୍ତରେ ମଧ୍ୟ ଫେଙ୍ଗଶୁଇ କ୍ୟାମେଲ୍ସ ଫଳପ୍ରଦ ଦେଇଥାଏ। କ୍ୟାମେଲ୍ସ ଏପରି ପଶୁ ଯିଏ ନ ଖାଇ ନ ପିଇ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିଥାଏ। ଏହି ପଶୁର ମୂର୍ତ୍ତି ଯେଉଁ ସ୍ଥାନରେ ରହିବ ସେମାନଙ୍କ ସମସ୍ୟା ଦୂର ହୋଇଯିବ।
ପରିବାରର ସଦସ୍ୟଙ୍କ କାହା ଦେହ ଖରାପ ହେଲେ କାମେଲ୍ସ ନିଶ୍ଚିତ ରୂପେ ସହାୟତା ହୋଇଥାଏ। ଫେଙ୍ଗଶୁଇ କ୍ୟାମେଲ୍ସଙ୍କୁ ଘରର ଉତ୍ତର-ପଶ୍ଚିମ ଦିଗରେ ସ୍ଥାପନ କରନ୍ତୁ। ଦୋକାନ ଓ ଅଫିରର ମଧ୍ୟ ଦିଗ ଉତ୍ତର- ପଶ୍ଚିମ ଦିଗରେ ଫେଙ୍ଗଶୁଇ କ୍ୟାମେଲ୍ସ ସ୍ଥାପନ କରନ୍ତୁ।