ଫ୍ରିଜ୍‌ରେ ରଖନ୍ତୁ ନାହିଁ ଅଣ୍ଡା, ଶରୀର ପାଇଁ ହୋଇପାରେ ହାନିକାରକ!

Published By : Prameya-News7 Bureau | August 13, 2019 IST

ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଏଥିରେ ଓମେଗା-୩ ଫ୍ୟାଟି ଏସିଡ, ପ୍ରୋଟିନ ଓ କ୍ୟାଲସିୟମ ରହିଥାଏ। ଏହି ପୋଷକ ତତ୍ତ୍ବ ଆମ ଶରୀର ପାଇଁ ନିତ୍ୟାନ୍ତ ଆବଶ୍ୟକ ହୋଇଥାଏ। ମନୁଷ୍ୟ ଶରୀରର ମାଂସ ପେଶୀକୁ ପ୍ରୋଟିନ ଶକ୍ତ କରାଯାଇଥାଏ। ସେହପରି ଓମେଗା-୩ ଫ୍ୟାଟି ଏସିଡରୁ ଶରୀରରକୁ ଭଲ କ୍ୟାଲସିୟମ ଓ ଏଚ୍‌ଡିଏଲ ନିର୍ମାଣ କରିଥାଏ। ଏହାଛଡ଼ା ଦାନ୍ତକୁ ଶକ୍ତ କରିବା କ୍ୟାଲସିୟମ ସାହାଯ୍ୟ କରିଥାଏ।

ପନିପରିବାକୁ ତାଜା ରଖିବା ପାଇଁ ପ୍ରିଜ୍‌ରେ ରଖାଯାଇଥାଏ। ସେହିପରି ଅଣ୍ଡା, ଜୁସ୍ ଓ ଫଳ ମଧ୍ୟ ପ୍ରିଜରେ ରଖାଯାଇଥାଏ।ଅଣ୍ଡାକୁ ପ୍ରିଜରେ ରଖିଲେ ଏହା ନଷ୍ଟ ହୋଇଯାଇଥାଏ ବୋଲି ଅଧିକାଂଶ ଲୋକ ଜାଣି ନଥିବେ। ନିକଟରେ ଏକ ବିଶେଷ ସୂତ୍ରରୁ ଜଣାପଡିଛି ଯେ, ଅଣ୍ଡାକୁ ପ୍ରିଜରେ ରଖିବା ଦ୍ବାରା ଏହା ସୁରକ୍ଷିତ ରହିନଥାଏ। ଯଦି ଫ୍ରେସ ଅଣ୍ଡାକୁ ଗରମ ପାଣିରେ ସିଝା ଯାଏ ତେବେ ଏହା ଫାଟି ନଥାଏ।

ସେହିପରି ଫ୍ରିଜରେ ଥିବା ଅଣ୍ଡାକୁ ଗରମ ପାଣିରେ ସିଝା ଯାଏ ତେବେ ଏହା ଫାଟି ଯାଇଥାଏ। ଫ୍ରିଜରେ ରଖିବା ଦ୍ବାରା ଅଣ୍ଡାରେ ବ୍ୟାକ୍ଟିରିଆଙ୍କ ସଂଖ୍ୟା ବଢ଼ି ଯାଇଥାଏ।ଏହି ଅଣ୍ଡାକୁ ସେବନ କରିବା ଦ୍ବାରା ଶରୀର ପ୍ରତି କ୍ଷତିକାରକ ହୋଇଥାଏ। ପ୍ରାୟ ସମୟରେ ଦେଖାଯାଏ  ଯେ, ଅଣ୍ଡାର ଉପର ଭାଗରେ ଅଳିଆ ଜମାଟ ବାନ୍ଧି ଯାଇଥାଏ। ଏହା ଫ୍ରିଜରେ ରଖିବାର ଅନ୍ୟ ଏକ ପ୍ରଭାବ ହୋଇଥାଏ। ଫ୍ରିଜରେ ରହୁଥିବା ଅଣ୍ଡାର ପୋଷକ ତତ୍ତ୍ବ ନଷ୍ଟ ହୋଇଯାଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.