ମୂଷାର ଦୈାରାତ୍ମ୍ୟରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି : ତେବେ ଏହି ଉପାୟ ଅବଲମ୍ବନ କରନ୍ତୁ
17/12/2018 at 11:27 AM

ମୂଷାର ଦୈାରାତ୍ମ ଲୋକମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ ଏବଂ ମୂଷାଙ୍କ ଯୋଗୁଁ ବିଭିନ୍ନ ପ୍ରକାର ରୋଗ ବ୍ୟାପିଥାଏ। ମୂଷାଙ୍କୁ ଘରୁ ତଡ଼ିବା ପାଇଁ ସବୁଠୁ ଭଲ ଉପାୟ ହେଉଛି କିରୋସିନ ତେଲର ବ୍ୟବହାର। ମୂଷାଙ୍କୁ କିରୋସିନ ତେଲର ଗନ୍ଧ ଜମା ପସନ୍ଦ ନୁହେଁ। ଘରକୋଣରେ କିରୋସିନ ତେଲ ଛିଞ୍ଚିବା ଦ୍ବାରା ମୂଷା ପଳାଇ ଥାଆନ୍ତି।
ମୂଷାଙ୍କୁ ଘରୁ ଘଉଡ଼ାଇବାର ଆଉ ଏକ ଭଲ ଉପାୟ ହେଉଛି ପିପରମିଣ୍ଟ ତେଲ। ପିପରମିଣ୍ଟ ତେଲ ଛିଞ୍ଚିବା ଦ୍ବାରା ମୂଷା ଘରେ ପଶିନଥାଏଏବଂ ଘର ଛାଡ଼ି ପଳାଇଥାଏ।
ମୂଷାଙ୍କୁ ଘଉଡ଼ାଇବାର ଅନ୍ୟ ଏକ ଉପାୟ ହେଉଛି ପିଆଜ ରସର ବ୍ୟବହାର। ପିଆଜ ରସକୁ ମୂଷା ଯିବା ଆସିବା କରୁଥିବା ସ୍ଥାନରେ ସ୍ପ୍ରେ କରିଦିଅନ୍ତୁ। ମୂଷା ପିଆଜ ରସ ମଧ୍ୟ ପସନ୍ଦ କରିନଥାଏ। ପିଆଜ ରସ ଗନ୍ଧ ଦ୍ବାରା ମୂଷା ଘର ଛାଡ଼ି ପଳାନ୍ତି।