Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଆପଣଙ୍କ ପର୍ସରେ ରହୁନି କି ପଇସା ? ତେବେ ଆପଣାନ୍ତୁ ଏସବୁ ଉପାୟ, କେବେହେଲେ ବି ଦେଖାଦେବନି ଅଭାବ

2/02/2019 at 11:53 AM

ଆଜିକାଲି ଦୁନିଆରେ ସମସ୍ତେ ପଇସା ଚାହାନ୍ତି । ସେ ଧନୀ, ଗରିବ, ପିଲା, ବୁଢା ଅଥବା ଯୁବକ ସମସ୍ତେ ଚାହାନ୍ତି ତାଙ୍କ ପାଖରେ କେବେ ହେଲେ ବି ପଇସାର ଅଭାବ ନରହୁ । ସମସ୍ତେ ଚାହାନ୍ତି ଯେ ସେମାନଙ୍କ ପର୍ସ ସବୁବେଳେ ଟଙ୍କା ପଇସାରେ ଭରପୁର ରହିଥାଉ ଏବଂ କେବେ ଖାଲି ନହେଉ । ମାତ୍ର କେବେ କେବେ ଏଭଳି ପରିସ୍ଥିତି ଆସିଥାଏ ଯେତେବେଳେ ଆପଣଙ୍କ ପର୍ସ ଖାଲି ହୋଇଯାଏ ଅଥବା ମାସ ଶେଷରେ ଆପଣଙ୍କୁ ପଇସାର  ଅଭାବ ଦେଖାଦେଇଥାଏ । ଯଦି ଆପଣ ଚାହୁଁଛନ୍ତି ଆପଣଙ୍କୁ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ନପଡେ ତେବେ ଏସବୁ ବିଷୟ ପ୍ରତି ଧ୍ୟାନ ରଖନ୍ତୁ । ଏହାଦ୍ବାରା ଆପଣଙ୍କ ପର୍ସ ସବୁବେଳେ ଟଙ୍କା ପଇସାରେ ଭରପୁର ହୋଇ ରହିବ ।

ସାଧାରଣତଃ ଲୋକମାନେ ମାନନ୍ତି ଯେ କିନ୍ନରମାନଙ୍କୁ ଦିଆଯାଉଥିବା ଦାନ ଅକ୍ଷୟ ପୁଣ୍ୟ ଦେଇଥାଏ । କିନ୍ନରମାନଙ୍କ ଆର୍ଶୀବାଦ ବ୍ୟକ୍ତିଙ୍କୁ ସବୁ ବିପତ୍ତିରୁ ରକ୍ଷା କରିଥାଏ । ଯଦି ଆପଣ ଟଙ୍କା ପଇସା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତେବେ କୌଣସି କିନ୍ନରଙ୍କ ଠାରୁ ତାଙ୍କ ଇଚ୍ଛାରେ ମାତ୍ର ଟଙ୍କାଟିଏ ମାଗନ୍ତୁ । ଯଦି ସେ ନିଜ ଖୁସିରେ ଆପଣଙ୍କୁ ଟଙ୍କାଟିଏ ଦିଅନ୍ତି ତେବେ ତାହା ଆପଣଙ୍କ ପାଇଁ ସୌଭାଗ୍ୟର ବିଷୟ । ସେହି ଟଙ୍କାଟିକୁ ସବୁଜ କପଡାରେ ବାନ୍ଧି ନିଜ ପର୍ସରେ ଅଥବା ଟ୍ରେଜେରୀରେ ରଖନ୍ତୁ ।  ଏହା କରିବା ଦ୍ବାରା ଟଙ୍କା ପଇସା ସମ୍ବନ୍ଧୀୟ ସମସ୍ୟା ଆପଣଙ୍କର ଧିରେ ଧିରେ ଦୂର ହୋଇଯିବ ।

ଏହା ବ୍ୟତୀତ ଆପଣ ଆପଣଙ୍କ ପର୍ସରେ ଅଶ୍ବତ୍ଥ ଗଛର ପତ୍ର ରଖନ୍ତୁ । ଯାହାଦ୍ବାରା ଆପଣଙ୍କ ପର୍ସରେ ସବୁବେଳେ ଟଙ୍କା ପଇସା ରହିବ । ଧର୍ମ ଗ୍ରନ୍ଥ ଅନୁସାରେ ଅଶ୍ବତ୍ଥ ଗଛରେ ଭଗବାନ ବିଷ୍ଣୁ ବାସ କରିଥାନ୍ତି । ଏଥିପାଇଁ ଅଶ୍ବତ୍ଥ ଗଛର ପତ୍ରକୁ ଗଙ୍ଗାଜଳରେ ଧୋଇ ପବିତ୍ର କରିଦିଅନ୍ତୁ । ଏହାପରେ ସେଥିରେ କେସରରେ ଶ୍ରୀ ଲେଖି ଆପଣଙ୍କ ପର୍ସରେ ଏଭଳି ଭାବେ ରଖନ୍ତୁ ଯାହା କାହାରିକୁ ବି ଦେଖାନଯିବ । ନିୟମିତ ବ୍ୟବଧାନରେ ଏହି ପତ୍ରକୁ ବଦଳାନ୍ତୁ । ଏଭଳି କରିବା ଦ୍ବାରା ଆପଣଙ୍କୁ ବହୁତ ଲାଭ ମିଳିବ ।

ମହାଲକ୍ଷ୍ମୀ ପୂଜା ସମୟରେ ବ୍ୟବହାର ହେଉଥିବା ଚାଉଳ ମଧ୍ୟ ଶୁଭ ହୋଇଥାଏ । ଲକ୍ଷ୍ମୀଙ୍କୁ ଅର୍ପଣ କରାଯାଇଥିବା ଚାଉଳରୁ ୨୧ଟି ଦାନ ନେଇ ଗୋଟିଏ କାଗଜ ପୁଡିଆ କରି ସେଥିରେ ରଖନ୍ତୁ । ତାହାକୁ ପର୍ସରେ ରଖି ଦିଅନ୍ତୁ । ଏହା ଫଳରେ ଆପଣଙ୍କୁ ବହୁତ ଲାଭ ମିଳିବ ।

ଏହା ବ୍ୟତୀତ ଆପଣ କୌଣସି ଚାବି କିମ୍ବା ପର୍ସକୁ ଟେବଲ ଉପରେ କେବେବି ରଖନ୍ତୁ ନାହିଁ । ଏହା କରିବା ଦ୍ବାରା ଘରେ ପଇସା ସଞ୍ଚୟ କରିବା କମ୍ ହୋଇଯିବ । ଏଥିପାଇଁ ଟେବଲ ଉପରେ କେବେ ମଧ୍ୟ ପର୍ସ ରଖନ୍ତୁନାହିଁ । ପର୍ସକୁ କୌଣସି ସୁରକ୍ଷିତ ସ୍ଥାନରେ ହିଁ ରଖନ୍ତୁ । ଏହା ସୁରକ୍ଷା ଦୃଷ୍ଟିରୁ ମଧ୍ୟ ଉଚିତ୍ ହୋଇଥାଏ । ଏହାଦ୍ବାରା ପର୍ସ ଚୋରୀ ହେବାର ଡର ମଧ୍ୟ କମ୍ ହୋଇଥାଏ ।

   Related Posts