Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ଘରେ ଏହିସବୁ ଜିନିଷ ରଖିବା ଶୁଭ, ହୋଇନଥାଏ ଧନ ଅଭାବ

18/11/2021 at 4:59 PM

ଭୁବନେଶ୍ୱର ୧୮/୧୧ : ପ୍ରତ୍ୟେକ ବ୍ୟକ୍ତି ଜୀବନରେ ଖୁସିରେ ରହିବାକୁ ଚାହାନ୍ତି। ସୁଖ ସୁବିଧାରେ ଜୀବନ ବିତାଇବାକୁ ଲୋକେ ଦିନ ରାତି ପରିଶ୍ରମ କରନ୍ତି। ଅନେକ ଚେଷ୍ଟା ସତ୍ତ୍ୱେ ଜୀବନରେ ଧନର ଅଭାବ ଦେଖାଦେଇଥାଏ। ଯେଉଁଥିପାଇଁ ମାନସିକ ଅଶାନ୍ତିର ସାମ୍ନା କରିବାକୁ ପଡିଥାଏ। ବାସ୍ତୁଶାସ୍ତ୍ରରେ ଧନ ସମ୍ବନ୍ଧୀୟ କିଛି ଉପାୟ ରହିଛି ଯାହାଦ୍ୱାରା ଧନ ସମସ୍ୟା ଦୂର ହୋଇଥାଏ ଏବଂ ସୁଖ ସମୃଦ୍ଧି ଆସିଥାଏ। ଘରେ କେଉଁ ସବୁ ବସ୍ତୁ ରଖିଲେ ସୁଖ ସମୃଦ୍ଧି ଆସିଥାଏ ଜାଣନ୍ତୁ…

. ତୁଳସୀ ଗଛ ବାସ୍ତୁଶାସ୍ତ୍ର ଅନୁସାରେ ଘରର ଉତ୍ତର ଦିଗରେ ତୁଳସୀ ଗଛ ଲଗାଇବା ଉଚିତ। ତୁଳସୀ ଗଛ ଲଗାଇଲେ ଘରକୁ ସକାରାତ୍ମକ ଶକ୍ତି ଆସିଥାଏ ବୋଲି କୁହାଯାଏ। ବିଧି ବିଧାନ ଅନୁଯାୟୀ ତୁଳସୀ ପୂଜା କଲେ ଘରେ ମା’ ଲକ୍ଷ୍ମୀ ବାସ କରିଥାନ୍ତି।

. ମାଟି ପାତ୍ର ବାସ୍ତୁଶାସ୍ତ୍ର ଅନୁସାରେ ଆର୍ଥିକ ସଙ୍କଟରୁ ମୁକ୍ତି ପାଇବାକୁ ଘରେ ମାଟି ପାତ୍ର ବା ମାଠିଆରେ ପାଣି ରଖିବା ଉଚିତ। ଏହି ମାଠିଆକୁ ଘରର ଉତ୍ତର ଦିଗରେ ରଖିବା ଉଚିତ। ଏହାଦ୍ୱାରା ଆର୍ଥିକ ସଙ୍କଟ ଦୂର ହୋଇଥାଏ ବୋଲି କୁହାଯାଏ।

. କ୍ରିଷ୍ଟାଲ ବଲ ଘରେ କ୍ରିଷ୍ଟାଲ ବଲ ରଖିବା ବହୁତ ଶୁଭ ବୋଲି କୁହାଯାଏ। ବାସ୍ତୁଶାସ୍ତ୍ର ଅନୁସାରେ ଘରର କବାଟ କିମ୍ବା ଝରକା ଉପରେ କ୍ରିଷ୍ଟାଲ ବଲ ଲଗାଇବା ଉଚିତ। ଘରେ କ୍ରିଷ୍ଟାଲ ବଲ ଲଗାଇବା ଦ୍ୱାରା ଧନର ଅଭାବ ରହେ ନାହିଁ।

. ଧାତୁର କଇଁଛ ଘରେ ଧାତୁର କଇଁଛ ରଖିବା ବହୁତ ଶୁଭ ବୋଲି କୁହାଯାଏ। ଧାତୁରେ ତିଆରି କଇଁଛ ଘରର ଉତ୍ତର ଦିଗରେ ରଖିବା ଉଚ୍ଚତ। କଇଁଛର ମୁହଁ ଘର ଭିତର ଆଡକୁ ରହିବ ଉଚିତ। ବାସ୍ତୁଶାସ୍ତ୍ର ଅନୁସାରେ କଇଁଛ ରଖିବା ଦ୍ୱାରା ଘରେ ସୁଖ ସମୃଦ୍ଧ ବାସ କରିଥାଏ। 

. ହାତୀ ମୂର୍ତ୍ତି ହାତୀ ମୂର୍ତ୍ତି ବହୁତ ଶୁଭ ବୋଲି କୁହାଯାଏ। ମା’ ଲକ୍ଷ୍ମୀଙ୍କ କୃପା ପାଇବାକୁ ଘରେ ହାତୀ ମୂର୍ତ୍ତି ବା ଯୋଡ଼ା ହଂସ ପ୍ରତିମା ରଖିବା ବହୁତ ଶୁଭ ହୋଇଥାଏ।

(ବି:ଦ୍ର: ଉପର ଲିଖିତ ତଥ୍ୟ ସାଧାରଣ ସୂଚନା ଉପରେ ଆଧାରିତ)

   Related Posts