Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଜୀବନସାରା କେବେ ଧନର ଅଭାବ ରହିବ ନାହିଁ : ପାଖରେ ରଖନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କ ଏହିସବୁ ଜିନିଷ

18/06/2019 at 12:36 PM

ଦୁନିଆରେ ସମସ୍ତେ ଧନବାନ ହେବାକୁ ଚାହାନ୍ତି । ଯଦି ଆପଣ ବି ଚାହୁଁଛନ୍ତି ଜୀବନ ସାରା କେବେ ଧନର ଅଭାବ ନ ହେଉ ତାହେଲେ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତୀକ ସ୍ୱରୁପ ଏହି ୫ଟି ଜିନିଷ ନିଜ ପାଖରେ ରଖନ୍ତୁ । ଘରେ ଏହି ୫ଟି ଜିନିଷ ରଖିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଏହାସହ ଆଜୀବନ କେବେ ଧନର ଅଭାବ ରହିବ ନାହିଁ । ମାନ ସମ୍ମାନ ମଧ୍ୟ ମିଳିଥାଏ ।

ବାଳକୃଷ୍ଣ ବା ବାଳଗୋପାଳଙ୍କ ପ୍ରତିମା ଘରେ ଗଖି ପୁଜା କଲେ ମା ଲକ୍ଷ୍ମୀ ଏଠାରେ ସ୍ଥାୟୀ ନିବାସ କରିଥାନ୍ତି । ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରତିଦିନ ଲହୁଣୀ ଓ ମିଶ୍ରି ଭୋଗ ଦେବା ଦ୍ୱାରା ଘରେ ସୁଖ ଶାନ୍ତି ରହେ । ହିନ୍ଦୁ ଧର୍ମଗ୍ରନ୍ଥରେ ସବୁଠାରୁ ବେଶୀ ଭଗବାନ ଶ୍ରୀକୃଷ୍ଣଙ୍କ ମହିମା ସମ୍ପର୍କରେ ବର୍ଣନା ରହିଛି । ମହାଭାରତ, ଭାଗବତ ଠାରୁ ଆରମ୍ଭ କରି ବ୍ରହ୍ମବୈବର୍ତ୍ତ ପୁରାଣ ଯାଏଁ ଭଗବାନ ଶ୍ରୀକୃଷ୍ଣଙ୍କ ମହିମା ସମ୍ପର୍କରେ ବର୍ଣନା କରାଯାଇଛି ।

ଘରେ ଯଦି ବାଳଗୋପାଳଙ୍କ ପ୍ରତିମା ରଖିଛନ୍ତି ତାହେଲେ ତାଙ୍କର ସେବା ଠିକ୍ ସେହିଭଳି କରିବା ଉଚିତ୍ ଯେମିତି ଛୋଟ ଶିଶୁଙ୍କର କରାଯାଇଥାଏ । ସକାଳେ ସନ୍ଧ୍ୟାରେ ଭୋଗ, ସକାଳ ସ୍ନାନ, ମୟୁର ପୁଚ୍ଛ ଆଦି ସୃଙ୍ଗାର କରିବେ । ଏହାଦ୍ୱାରା ଘରେ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ । ଘରେ ସଦସ୍ୟଙ୍କ ମଧ୍ୟରେ ସ୍ନେହ ଭାବ ଏବଂ ସାମଞ୍ଜସ୍ୟ ରହେ । ଆର୍ଥିକ ସମସ୍ୟା ମଧ୍ୟ ରହେନାହିଁ ।

ଆସନ୍ତୁ ଜାଣିବା ସେହି ୫ଟି ଜିନିଷ କଣ କଣ –

୧. ମୟୁର ପୁଚ୍ଛ – ଯେଉଁଠାରେ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତିମା ରଖିଛନ୍ତି ସେଠାରେ ମୟୁର ପୁଚ୍ଛ ନିଶ୍ଚୟ ରଖନ୍ତୁ । ଏହାଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ ।

୨. ବଇଁଶୀ – ବଇଁଶୀ ଭଗବାନ ଶ୍ରୀକୃଷ୍ଣଙ୍କ ଅତି ପ୍ରିୟ । ବାସ୍ତୁ ଦୋଷ ଥିଲେ ଘରେ ବଇଁଶୀ ରଖିଲେ ବାସ୍ତୁ ଦୋଷ ନିବାରଣ ହୋଇଥାଏ । ବାଉଁଶ କିମ୍ବା ରୂପା ବଇଁଶୀ ରଖିଲେ ବାସ୍ତୁ ଦୋଷ କଟିଯାଇଥାଏ ।

୩. ଗାଈ ମୂର୍ତ୍ତୀ – ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ଗୋଟିଏ ଗାଈ ମୂର୍ତ୍ତୀ ମଧ୍ୟ ରଖନ୍ତୁ । ଗାଈ ନିଜ ବାଛୁରୀକୁ କ୍ଷୀର ଖୁଆଉଥିବା ମୂର୍ତ୍ତୀ ରଖିବା ଉଚିତ୍ ।

୪. ଶଙ୍ଖ – ଘର ମନ୍ଦିରରେ ଶଙ୍ଖ ରଖିଲେ ସକାରାତ୍ମକ ବାତାବରଣ ସୃଷ୍ଟି ହୋଇଥାଏ ।

୫. ଗରୁଡ ଘଣ୍ଟି – ଘର ମନ୍ଦିରରେ ଏମିତି ଘଣ୍ଟି ରଖିବେ ଯାହା ଉପରେ ଗରୁଡ ଥିବ । ଗରୁଡ ଭଗବାନ ଶ୍ରୀକୃଷ୍ଣଙ୍କ ବାହନ । ଘରେ ଗରୁଡ ଘଣ୍ଟି ରଖିଲେ ସୁଖ ଶାନ୍ତି ବଜାୟ ରହେ ।

   Related Posts