Wednesday, August 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମେ ୩୧ ସୁଦ୍ଧା ଆପଣଙ୍କ ବ୍ୟାଙ୍କ ଖାତାରେ ରଖନ୍ତୁ ୩୪୨ ଟଙ୍କା, ନଚେତ ମିଳିବନି ବୀମା ଲାଭ

ଯଦି ଆପଣ କେନ୍ଦ୍ର ସରକାରଙ୍କ ପ୍ରଚଳିତ  ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅନ୍ତର୍ଭୁକ୍ତ ତେବେ ମେ ୩୧ ତାରିଖ ପୂର୍ବରୁ ବ୍ୟାଙ୍କ ଖାତାରେ ୩୪୨ ଟଙ୍କା ଅବଶ୍ୟ ଜମା କରନ୍ତୁ। ନଚେତ ବ୍ୟାଙ୍କ ଆକାଉଣ୍ଟରେ ଆବଶ୍ୟକ ପ୍ରିମିୟମ ରାଶି ନଥିବା ଯୋଗୁ ଆପଣ ଉଭୟ ବୀମା ଯୋଜନାରୁ ବାଦ ପଡିପାରନ୍ତି। ବ୍ୟଙ୍କ ଆକାଉଣ୍ଟ ଜରିଆରେ ମିଳୁଥିବା ଏହି ୨ ବୀମା ଯୋଜନାରେ ବୀମାଧାରକଙ୍କୁ କୌଣସି ପ୍ରକାର ଦୁର୍ଘଟଣା ଓ ମୃତ୍ୟୁରେ ପରିବାରକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିଥାଏ।

ଉଭୟ ଯୋଜନାରେ ବୀମା ଧାରକଙ୍କୁ ୫୫ ବର୍ଷ ପର୍ଯ୍ୟନ୍ତ କଭର କରାଯାଇଥାଏ। ପ୍ରତ୍ୟେକ ବୀମା ଯୋଜନା ବ୍ୟକ୍ତିଙ୍କ ମୃତ୍ୟୁରେ ୨ଲକ୍ଷ ଟଙ୍କାର କଭରେଜ ଦେଇଥାଏ। ଏଥିପାଇଁ ବାର୍ଷିକ ଥରଟିଏ ବୀମା ପ୍ରିମିୟମ ଦାଖଲ ହେଉଥିବା ବେଳେ ଏହାର ରାଶି ମାତ୍ର ୩୩୦ ଟଙ୍କା । ୧୮ରୁ ୫୦ ବର୍ଷ ପର୍ଯ୍ୟନ୍ତ ଆୟୁ ବର୍ଗର ଲୋକେ ଏହି ବୀମା ଯୋଜନାରୁ ଲାଭନ୍ବିତ ହେଉଛନ୍ତି।  ଏଥିରେ କୌଣସି ପ୍ରକାର ଦୁର୍ଘଟଣାରେ ବୀମା ଧାରକ ଯଦି ବିକଳାଙ୍ଗ ହୋଇଯାଆନ୍ତି ତେବେ ତାଙ୍କୁ ୨ ଲକ୍ଷ ଟଙ୍କା ଓ ସ୍ଥାୟୀ  ଆଂଶିକ  ବିକଳାଙ୍ଗ ହେଲେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ସହାୟତା ମିଳିଥାଏ।

ଏହି ଉଭୟ ବୀମା ପ୍ରିମିୟମ ପ୍ରତି ବର୍ଷ ମେ ମାସରେ ବ୍ୟାଙ୍କ ଆକାଉଣ୍ଟରୁ କଟେ। ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତୀ ବୀମା ବାବଦକୁ ୩୩୦ଟଙ୍କା କଟା ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମାର ବାର୍ଷିକ ପ୍ରିମିୟମ ମାତ୍ର ୧୨ଟଙ୍କା। ଏଣୁ ଉଭୟ ବୀମାର ପ୍ରିମିୟମ ରାଶି ମୋଟ ୩୪୨ ଟଙ୍କା ହେଉଥିବାରୁ ବ୍ୟାଙ୍କ ଖାତାରେ ଏହି ରାଶି ଉପଲବ୍ଧ ରହିବା ନିତ୍ୟାନ୍ତ ଆବଶ୍ୟକ।

208 Views

   ସମ୍ବନ୍ଧିତ ଖବର