ଏହି ଦିଗରେ ଦର୍ପଣ ଲଗାଇଛନ୍ତି କି ? ତେବେ ହୋଇଯାନ୍ତୁ ସାବଧାନ: ଘରର ସୁଖ ଶାନ୍ତି ହୋଇଯିବ ଭଙ୍ଗ

Published By : Prameya-News7 Bureau | January 29, 2019 IST

ଅଧିକାଂଶ ଲୋକେ ଘରେ ଭିନ୍ନ ଭିନ୍ନ ଡିଜାଇନର ଦର୍ପଣ ଲଗାଇଥାନ୍ତି। ଯାହା ଆମ ଘରକୁ ସୁଖ ସମୃଦ୍ଧିରେ ଭରି ଦେଇଥାଏ। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଯେଉଁ ଦର୍ପଣ ଆପଣ ନିଜ ଘର ପାଇଁ ବାଛିଛନ୍ତି ତାହା ଆପଣଙ୍କ ଦାମ୍ପତ୍ୟ ଜୀବନରେ କିଭଳି ପ୍ରଭାବ ପକାଇବ। ଆଜି ଆମେ ଜାଣିବା ଏପରି ବାସ୍ତୁଦୋଷ ବିଷୟରେ ଯାହା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ରହିବ।

{"id":79521,"width":594,"height":395}

ନିଜ ଘରେ ଦର୍ପଣ ଲଗାଇବା ପୂର୍ବରୁ ପ୍ରଥମେ ନିଜ କକ୍ଷର ଦିଗ  ଠିକ୍ ଭାବେ ଚୟନ କରନ୍ତୁ। ଆପଣ ନିଜ କକ୍ଷର ଉତ୍ତର କିମ୍ବା ପୂର୍ବ ଦ୍ବାର ପାର୍ଶ୍ବରେ ଦର୍ପଣ ଲଗାଇବା ଉଚିତ୍।

{"id":79522,"width":601,"height":282}

ବାସ୍ତୁଶାସ୍ତ୍ର ଅନୁସାରେ ଭୁଲରେ ବି ମୁଖ୍ୟ ଦ୍ବାରରେ ଦର୍ପଣ କିମ୍ବା କାଚର କୈାଣସି ବସ୍ତୁ ଲଗାନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ। ସୂର୍ଯ୍ୟଙ୍କ କିରଣ ସିଧା ପଡ଼ୁଥିବା ସ୍ଥାନରେ କେବେ ବି ଦର୍ପଣ ଲଗାନ୍ତୁ ନାହିଁ। ସାଧାରଣତଃ ଓ୍ବାଶ୍ ବେସିନ୍ ଉପରେ ଦର୍ପଣ ଲଗାଯାଇଥାଏ। କିନ୍ତୁ ଆପଣ ଯଦି ଏହାକୁ ଅନ୍ୟ କୈାଣସି ସ୍ଥାନରେ ଲଗାଇବାକୁ ଚାହାନ୍ତି ତେବେ ଟିକେ ସାବଧାନ ହୋଇଯାନ୍ତୁ।    

{"id":79523,"width":597,"height":395}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.