ପାସ୍ ହେବକୁ ପରୀକ୍ଷା ଉତ୍ତର ଖାତାରେ ୧୦୦ ଟଙ୍କା ରଖ- ଏପରି ପରାମର୍ଶ ଦେଇ ଗିରଫ ହେଲେ ବିଦ୍ୟାଳୟର ପ୍ରିନସ୍‌ପାଲ୍‌

Published By : Prameya-News7 Bureau | February 20, 2020 IST

ଲକ୍ଷ୍ମୌ- ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ପରୀକ୍ଷା ଉତ୍ତର ଖାତାରେ ୧୦୦ ଟଙ୍କା ଲେଖାଏଁ ରଖିବାକୁ ଉତ୍ତରପ୍ରଦେଶରେ ଥିବା ଏକ ବିଦ୍ୟାଳୟର ପ୍ରିନସ୍‌ପାଲ୍‌ ପରାମର୍ଶ ଦେଇଛନ୍ତି । ତେବେ ଏପରି ପରାମର୍ଶ ଦେବା ଶିକ୍ଷକଙ୍କ ପାଇଁ ମହଙ୍ଗା ସାବସ୍ତ୍ୟ ହୋଇଛି । ତାଙ୍କୁ ପୁଲିସ ଗିରଫ କରିଛି ।

ଉତ୍ତରପ୍ରଦେଶର ମାଉ ଅଞ୍ଚଳରେ ଥିବା ବିଦ୍ୟାଳୟରେ ପ୍ରିନସ୍‌ପାଲ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ଉତ୍ତର ଖାତରେ ଶହେ ଟଙ୍କା ଲେଖାଏଁ ରଖିବା ପାଇଁ ନିର୍ଦେଶ ଦେଇଥିଲେ । ଉତ୍ତର ପ୍ରଦେଶର ବୋର୍ଡ ପରୀକ୍ଷାରେ ଏପରି କରିବାପାଇଁ ସେ ନିର୍ଦେଶ ଦେଇଥିଲେ । ଏପରି କଲେ ଶିକ୍ଷକମାନେ ଉତ୍ତର ଖାତା ମୂଲ୍ୟାଙ୍କନ କରିବା ସମୟରେ ଅନ୍ଧ ଭାବରେ ମାର୍କ ଦେବେ ବୋଲି ସେ ସୂଚନା ଦେଇଥିଲେ ।

ଏହି ପ୍ରିନସ୍‌ପାଲ ପରୀକ୍ଷାରେ କିପରି ଠକି କରି କପି କରି ପାସ୍‌ କରିବ ସେ ବିଷୟରେ ଭାଷଣ ଦେଉଥିଲେ । ଏହାର ଏକ ଭିଡିଓ ଭାଇରାଲ୍ ହୋଇଛି । ଛାତ୍ରଛାତ୍ରୀମାନେ ନିଜ ନିଜ ଭିତରେ ଗପି କରି ପରୀକ୍ଷା ଖାତାରେ ଲେଖିବା ପାଇଁ କହିଥିଲେ। ଏପରି କଲେ କେହି କପି ହେଉଛି ବୋଲି କହିବେ ନାହିଁ କି ଧରିବେ ନାହିଁ । କେବଳ ସେତିକି ନୁହେଁ ଉତ୍ତର ଖାତାରେ ୧୦୦ ଟଙ୍କା ରଖିଲେ ଯିଏ ଉତ୍ତର ଖାତା ଦେଖୁଥିବେ ସେ ଖୁସୀରେ ନମ୍ବର ଦେଇଦେବେ ବୋଲି କହିଥିଲେ । ଏହାର ଭିଡିଓ ଭାଇରାଲ୍‌ ହେବାପରେ ପୁଲିସ ସମ୍ପୃକ୍ତ ପ୍ରିନସ୍‌ପାଲ୍‌ଙ୍କୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.