Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ମହାରାଷ୍ଟ୍ରରେ ଫସି ରହିଛନ୍ତି କେଦାରନାଥଙ୍କ ରାୱଲ : ତାଙ୍କ ପାଖରେ ଅଛି ବାବା କେଦାରନାଥଙ୍କ ସୁବର୍ଣ୍ଣ ମୁକୁଟ, କବାଟ ଖୋଲିବା ସମୟରେ ତାଙ୍କ ରହିବା ଜରୁରୀ

16/04/2020 at 10:42 AM

କେଦାରନାଥ ୧୬/୦୪ : କେଦାରନାଥ ମନ୍ଦିରର ମୁଖ୍ୟ ରାୱଲ ମହାରାଷ୍ଟ୍ରର ନନ୍ଦେଡରେ ଫସି ରହିଛନ୍ତି | ମନ୍ଦିର କବାଟ ଖୋଲିବା ପୂର୍ବରୁ ସେ ସେଠାରେ ପହଞ୍ଚିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁମତି ମାଗିଛନ୍ତି | ରାୱଲ ଭୀମାଶଙ୍କର ମୋଦିଙ୍କୁ ଚିଠି ଲେଖିଛନ୍ତି | ସଡ଼କପଥ ଦେଇ ଉତ୍ତରାଖଣ୍ଡରେ ପହଞ୍ଚିବା ପାଇଁ ସେ ମୋଦିଙ୍କୁ ଅନୁମତି ମାଗିଛନ୍ତି | ତେବେ ମୋଦିଙ୍କ ତରଫରୁ ତାଙ୍କୁ ଏପର୍ଯ୍ୟନ୍ତ କିଛି ଜବାବ ମିଳିନାହିଁ |

ଇତିମଧ୍ୟରେ ଉତ୍ତରାଖଣ୍ଡ ସରକାର ତାଙ୍କୁ ଏୟାରଲିଫ୍ଟ କରିବା ପାଇଁ ବିଚାର କରୁଛନ୍ତି | ତାଙ୍କ ସହିତ ମନ୍ଦିର ଟ୍ରଷ୍ଟର ୪ ଜଣ ସଦସ୍ୟ ମଧ୍ୟ ଅଛନ୍ତି | କେଦାରନାଥ ବାବାଙ୍କୁ ପିନ୍ଧାଯାଉଥିବା ସ୍ଵର୍ଣ ମୁକୁଟ ତାଙ୍କ ପାଖରେ ଅଛି | ଲକଡାଉନ ଯୋଗୁଁ ଟିହାରୀ ରାଜ ପରିବାର ସଦସ୍ୟଙ୍କୁ ସେଠାରେ ପହଞ୍ଚାଇବା ମୁସ୍କିଲ ହୋଇପଡିଛି | ପରମ୍ପରା ଅନୁଯାୟୀ ମନ୍ଦିର କବାଟ ଖୋଲିବା ସମୟରେ ତାଙ୍କର ସେଠାରେ ରହିବା ଜରୁରୀ |

ଏପ୍ରିଲ ୨୯ ତାରିଖ ସକାଳ ୬ଟା ରେ କେଦାରନାଥ ମନ୍ଦିର କବାଟ ଖୋଲିବାର ଅଛି | ଏହା ପୂର୍ବରୁ ଏପ୍ରିଲ ୨୬ ତାରିଖରେ ୟମୁନେତ୍ରୀ ଗଙ୍ଗୋତ୍ରୀ କବାଟ ଖୋଲିବ | ସରକାର ଚଳିତ ବର୍ଷ ଚାରଧାମ ମନ୍ଦିର ଦର୍ଶନ ଅନଲାଇନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି | ତେବେ ସରକାରଙ୍କ ଅନଲାଇନ ଦର୍ଶନକୁ ସ୍ଥାନୀୟ ଲୋକ ଏବଂ ପୂଜାରୀ ଆପତ୍ତି ଦର୍ଶାଇଛନ୍ତି | କେଦାରନାଥର ଗୁରୁ ରାୱଲ ମହାରାଷ୍ଟ୍ର କିମ୍ବା କର୍ଣ୍ଣାଟକ ଓ ବଦ୍ରୀନାଥ କେରଳରୁ ଥାଆନ୍ତି | ଏମାନେ ପ୍ରତିବର୍ଷ ଏଠାରୁ ଯାତ୍ରା ପାଇଁ ଆସିଥାନ୍ତି | ପରମ୍ପରା ଅନୁଯାୟୀ, କେଦାରନାଥର ରାୱଲ ନିଜେ ପୂଜା କରନ୍ତିନି | କିନ୍ତୁ ତାଙ୍କ ନିର୍ଦେଶାନୁସାରେ ପୂଜାରୀ ମନ୍ଦିରରେ ପୂଜା କରନ୍ତି | ବଦ୍ରୀନାଥର ରାୱଲଙ୍କ ଛଡା ଅନ୍ୟ କେହି ବଦ୍ରୀନାଥ ବାବାଙ୍କ ମୂର୍ତ୍ତି ଛୁଇଁ ପାରନ୍ତି ନାହିଁ |

ଟିହାରୀ ଦରବାର ନରେନ୍ଦ୍ର ନଗରରେ ଟିହାରୀ ମହାରାଜଙ୍କ ଜନ୍ମ କୁଣ୍ଡଳୀ ଦେଖି ମନ୍ଦିର କବାଟ ଖୋଲିବା ତାରିଖ ନିର୍ଣ୍ଣୟ କରନ୍ତି | ଟିହାରୀ ରାଜ ପରିବାରଙ୍କୁ ବୋଲାନ୍ଦା ବଦ୍ରି ମଧ୍ୟ କୁହାଯାଏ | ବଦ୍ରୀନାଥ ମନ୍ଦିର କବାଟ ଖୋଲିବା ସମୟରେ ସେମାନେ ଉପସ୍ଥିତ ରହିବା ଜରୁରୀ ହୋଇଥାଏ | କବାଟ ଖୋଲିବା ପରେ ତାଙ୍କ ରାଜ ପୁରୋହିତ ହିଁ ପୂଜା କରିଥାନ୍ତି | ବଦ୍ରୀନାଥର ଗାରୁ ଘଡା ପରମ୍ପରା ମଧ୍ୟ ରାଜ ପରିବାରର ମହାରାଣୀ ଏବଂ ମହିଳାମାନେ ପୁରା କରିଥାନ୍ତି |

କେଦାରନାଥ ମନ୍ଦିର ଯିବା ରାସ୍ତାରେ ବରଫ ଜମାଟ ବାନ୍ଧି ହୋଇରହିଛି | ଲାଗତ ତୁଷାରପାତ ଯୋଗୁଁ ରାସ୍ତାରେ ବରଫ ଜମା ହୋଇ ରାସ୍ତା ବନ୍ଦ ରହିଛି | ବର୍ତ୍ତମାନ ବରଫ ସଫା କାମ ଜାରି ରହିଛି | ଏବେ ଆଉ ମାତ୍ର ଗୋଟିଏ କିମି ବାକି ଅଛି | ଏହି ୧ କିମି ବରଫ ସଫା କରିବା ପାଇଁ ଆଉ ୫ଦିନ ସମୟ ଲାଗିବ | ଏହାପରେ ମନ୍ଦିର ରାସ୍ତା ପୁରା ସଫା ହୋଇଯିବ | ଏହି ସମୟରେ, ଲିଞ୍ଚୋଲି ପର୍ଯ୍ୟନ୍ତ ଯାତ୍ରା ମାର୍ଗରେ ଖଚର କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି | ରାସ୍ତାରେ ବିଶାଳ ତୁଷାରପାତ ଯୋଗୁଁ ମନ୍ଦିର ପର୍ଯ୍ୟନ୍ତ ଖଚର ପରିଚାଳନା ହୋଇପାରୁନାହିଁ। କେଦାରନାଥରେ ଲଗାତାର ତୁଷାରପାତ ହେତୁ ସଫେଇ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ବୁଡ଼ଷ୍ଟୋନ୍ କମ୍ପାନୀର ୧୩୦ କର୍ମଚାରୀ ସଫେଇ କାମରେ ଲାଗିଛନ୍ତି |

   Related Posts