ବିନା ଭକ୍ତରେ ଖୋଲିଲା କେଦାରନାଥ ଧାମ : ୧୧ କ୍ୱିଣ୍ଟାଲ ଫୁଲରେ ଝଲସୁଛି ମନ୍ଦିର

Published By : Prameya-News7 Bureau | May 17, 2021 IST

ଉତ୍ତରାଖଣ୍ଡ ୧୭/୫ : ବିଧିବିଧାନ, ପୂଜାର୍ଚ୍ଚନା ପରେ ଖୋଲିଛି ବିଶ୍ୱ ପ୍ରସିଦ୍ଧ ପ୍ରଭୁ କେଦାରନାଥ ଧାମଙ୍କ ଦ୍ୱାର । ତେବେ ବିନା ଭକ୍ତରେ ଏଥର ଖୋଲିଥିଲା ମନ୍ଦିର କବାଟ । କରୋନା ସଙ୍କଟ ପରେ ବାବାଙ୍କ ମନ୍ଦିର ବିନା ଭକ୍ତରେ ଖୋଲିବା ଦ୍ୱିତୀୟ ଘଟଣା । ତେବେ ମନ୍ଦିର ଖୋଲିବା ପୂର୍ବରୁ ଫୁଲରେ ସଜାଯାଇଥିଲା ଚତୁଃପାର୍ଶ୍ୱ । ସମଗ୍ର ମନ୍ଦିରକୁ ୧୧ କ୍ୱିଣ୍ଟାଲ ଫୁଲରେ ସଜାଯାଇଛି । ଭଗବାନ ଶଙ୍କରଙ୍କ ଆରାଧନାରେ ପ୍ରକମ୍ପିତ ହେଉଛି ପରିବେଶ ।

wp:html /wp:html

ଆଜି ଭୋର ୫ଟାରେ କେଦାରନାଥ ରାୱଲ ଭୀମଶଙ୍କର ଲିଙ୍ଗ ଏବଂ ମନ୍ଦିରର ମୁଖ୍ୟ ପୁରୋହିତ ବାଗେଶ ଲିଙ୍ଗ ଏବଂ ପ୍ରଶାସନର ଉପସ୍ଥିତିରେ ମନ୍ଦିରର ଦ୍ୱାର ଖୋଲାଯାଇଥିଲା । ମୁଖ୍ୟ ଦ୍ୱାର ଖୋଲିବା ପରେ ସାଧାରଣ ଭକ୍ତମାନଙ୍କୁ ମନ୍ଦିର ଭିତରକୁ ଯିବାକୁ ବାରଣ କରାଯାଇଥିଲା । ତେବେ ଏହି ଅବସରରେ ସାମିଲ ହୋଇଥିଲେ ଜିଲ୍ଲା ମାଜିଷ୍ଟ୍ରେଟ ମନୁଜ ଗୋୟଲ, ୨୧ ତିର୍ଥପୁରୋହିତ, ଦେବସ୍ଥାନମ ବୋର୍ଡର ୧୪ କର୍ମଚାରୀ, CO ଗୁପ୍ତାଶୀ ଅନିଲ ମନରାଜ, ୬ ମହିଳା କନଷ୍ଟେବଲ୍, ଓ ୪ ମନ୍ଦିରର ସୁରକ୍ଷା କର୍ମୀ ଉପସ୍ଥିତ ଥିଲେ । ସରକାର ଏବଂ ଦେବସ୍ଥାନମ୍ ବୋର୍ଡର କୋଭିଡ ନିର୍ଦ୍ଦେଶାବଳୀ ଅନୁସରଣ କରି କେଦାରନାଥଙ୍କ ଦ୍ୱାର ଖୋଲା ଯାଇଥିଲା । ବର୍ତ୍ତମାନ କାହାକୁ ମନ୍ଦିରର ଅଭୟାରଣ୍ୟ ପରିଦର୍ଶନ କରିବାକୁ ଅନୁମତି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.