ଡେରାଡୁନ ୧୧/୦୩ : ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାରନାଥ ଧାମ ମେ ୧୭ ତାରିଖରେ ଖୋଲିବ। ୧୭ ତାରିଖ ସକାଳ ୫ଟା ରେ ମନ୍ଦିର କବାଟ ଭକ୍ତଙ୍କ ପାଇଁ ଖୋଲିବ। ବେଦପାଠୀ ଏବଂ ତୀର୍ଥ ପୁରୋହିତ ପୂଜା ପାଠ ପରେ ଶୁଭ ମୁହୂର୍ତ୍ତ ବାହାର କରିଛନ୍ତି। ଉଖିମଠ ଓଁକାରେଶ୍ୱର ମନ୍ଦିରରୁ ବାବା କେଦାରନାଥଙ୍କ କବାଟ ଖୋଲିବା ନେଇ ଘୋଷଣା ହୋଇଛି।
କେଦାରନାଥ କବାଟ ଖୋଲିବା ପାଇଁ ମେ' ୧୩ ତାରିଖରେ ଭଗବାନ ଭୈରବନାଛଙ୍କ ପୂଜାର୍ଚ୍ଚନା କରାଯିବ। ଏହାପରେ ୧୪ ତାରିଖରେ ବାବା କେଦାରନାଥଙ୍କ ବିମାନ ଫାଟାରେ ବିଶ୍ରାମ କରିବ। ୧୫ ତାରିଖରେ ବାବାଙ୍କ ବିମାନ ଗୌରୀକୁଣ୍ଡ ଓ ୧୬ ତାରିଖରେ କେଦାରନାଥ ଧାମ ପହଞ୍ଚିବ। ୧୭ ତାରିଖ ସକାଳ ୫ଟା ସମୟରେ ବାବା କେଦାରନାଥ ମନ୍ଦିର କବାଟ ଖୋଲାଯିବ।
{"id":421156,"sizeSlug":"large","linkDestination":"none"}କେଦାରନାଥ ସମେତ ଚାରିଧାମ କବାଟ ପ୍ରତିବର୍ଷ ଅକ୍ଟୋବର-ନଭେମ୍ବର ମାସରେ ଶୀତ ଓ ତୁଷାରପାତ ଯୋଗୁଁ ବନ୍ଦ କରିଦିଆଯାଏ। ମନ୍ଦିର କବାଟ ପୁଣି ଏପ୍ରିଲ-ମେ ମାସରେ ଖୋଲାଯାଏ। ମନ୍ଦିର ୬ ମାସ ବନ୍ଦ ରହେ ଓ ୬ ମାସ ଖୋଲାରହେ।
wp:embed {"url":"https://twitter.com/PBNS_India/status/1369904672652234761","type":"rich","providerNameSlug":"twitter","responsive":true,"className":""} /wp:embedଗଢବାଲ ବଦ୍ରୀନାଥ ମନ୍ଦିର କବାଟ ମେ ୧୮ ତାରିଖରେ ଖୋଲାଯିବ। ବସନ୍ତ ପଞ୍ଚମୀର ଶୁଭ ଅବସରରେ ବଦ୍ରୀନାଥ କବାଟ ଖୋଲିବା ପାଇଁ ଶୁଭ ମୁହୂର୍ତ୍ତ ଘୋଷଣା ହୋଇଥିଲା। ନରେନ୍ଦ୍ରନଗର ସ୍ଥିତ ଟିହରୀ ରାଜବଂଶ ଦରବାରରେ ଆୟୋଜିତ ଏକ ସମାରୋହରେ ଏହି ଶୁଭ ମୁହୂର୍ତ୍ତ ବାହାର କରାଯାଇଥିଲା।