ପ୍ରେମ ହେଉଛି ତୀର୍ଥଯାତ୍ରା ,ଏଇ ଟ୍ୟାଗ ଲାଇନରେ ଆସୁଛି ଡ଼ିସେମ୍ବର ୭ରେ ସିନେମା ‘କେଦାରନାଥ’

Published By : Prameya-News7 Bureau | October 30, 2018 IST

ମୁମ୍ବାଇ୩୦|୧୦: ବଲିଓଡ଼ର ନୂଆ ସିନେମା କେଦାରନାଥ  ଡ଼ିସେମ୍ବର  ୭ରେ  ଆସୁଛି । ଏକ ପ୍ରେମ କାହାଣୀ ଉପରେ ଆଧାରିତ ଏଇ ସିନେମା ରୋମାଣ୍ଟିକ ଟ୍ୟାଗ ଲାଇନରେ ଦର୍ଶକଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଛି । କେଦାରନାଥ -ପ୍ରେମ ଏକ ତୀର୍ଥଯାତ୍ରା ,ରେ ଅଭିନୟ କରିଛନ୍ତି ସାରା ଅଲ୍ଲୀ ଖାନ୍ ଓ ସୁଶାନ୍ତ ସିଂ ରାଜପୁତ । ସିନେମାର ପ୍ରମୋଶନ କରିବା ପୂର୍ବରୁ ପ୍ରଯୋଜକ ପ୍ରଜ୍ଞା କପୁର କହିଛନ୍ତି ,କେଦାରନାଥ  ସିନେମା ସାଧାରଣ ପ୍ରେମ କାହାଣୀ ନୁହେଁ । ଏହି ସିନେମାଟି ଗୌରୀକୁଣ୍ଡରୁ କେଦାରନାଥ ଯାଏଁ ୧୪ କିଲୋମିଟର ତୀର୍ଥସ୍ଥଳୀ ଭିତରେ ସୁଟିଂଗ କରାଯାଇଛି । ଏହା ୨୦୦୦ ବର୍ଷର ପ୍ରାଚୀନ ଶିବଙ୍କର ପୀଠ । ଏଇ ସିନେମାରେ ମନସୁର ଆଉ ମୁକୁ ଦୁଇଟି  ମୁଖ୍ୟ ଚରିତ୍ର ସୁଶାନ୍ତ ସିଂ ଓ ସାରା ଅଲ୍ଲୀ ଖୁବ ଭଲ ଭାବେ ନିର୍ବାହ କରିଛନ୍ତି  । ୨୦୧୩ ରେ ସୁନାମିରେ କେଦାରନାଥ ଅଂଚଳରେ  ୧୦୦୦ରୁ ଅଧିକ ଲୋକ ମୃତ୍ୟୁ ବରଣ କରିଥିଲେ । ସେଇ ଘଟଣା ସହ ଏକ କାହାଣୀକୁ ଯୋଡି ସିନେମାର ବିଷୟ ଗତିଶୀଳ । ଅଭିଷେକ କପୁର ନିର୍ଦ୍ଦେଶିତ  ଏଇ ସିନେମାର ପ୍ରଯୋଜନା ଦାଇତ୍ଵ ନେଇଛି ଆରଏସ ଭି ପି ଓ ସ୍କାଏ ପିକଚର  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.