ଲକ୍ ଡାଉନ୍ ମଧ୍ୟରେ ଖୋଲିଲା କେଦାରନାଥଙ୍କ ଦ୍ବାର, ଏବେ ଭକ୍ତଙ୍କ ପ୍ରବେଶକୁ ନାହିଁ ଅନୁମତି

Published By : Prameya-News7 Bureau | April 29, 2020 IST

୨୯।୪: କରୋନା ଭାଇରସ୍ ବିରୋଧରେ ଜାରି ରହିଥିବା ଲଢେଇ ମଧ୍ୟରେ ବୁଧବାର କେଦାରନାଥ ମନ୍ଦିରର ଦ୍ବାର ଖୋଲାଯାଇଛି । ସଂପୂର୍ଣ୍ଣ ଆଇନଗତ ନିୟମ ଏବଂ ପରମ୍ପରା ସହିତ ସକାଳ ୬ଟା ୧୦ମିନିଟ୍ ରେ ବାବା କେଦାରଙ୍କ ଦ୍ବାର ଖୋଲିଛି । କେଦାରନାଥ ଧାମର ମୁଖ୍ୟ ପୁରୋହିତ ଶିବ ଶଙ୍କର ଲିଙ୍ଗଙ୍କ ଉପସ୍ଥିତିରେ ମନ୍ଦିର ଦ୍ବାର ଖୋଲାଯାଇଥିଲା। କରୋନା ଭାଇରସ୍ ର ମୁକାବିଲା ପାଇଁ ଲକ୍ ଡାଉନ୍ ଯୋଗୁଁ ଭକ୍ତମାନଙ୍କୁ  ଧାମ ପରିଦର୍ଶନ କରିବାକୁ ଅନୁମତି ଦିଆଯାଇନାହିଁ ।

ଦେବସ୍ଥାନମ୍ ବୋର୍ଡର କେବଳ ୧୬ ଜଣଙ୍କୁ କେଦାରନାଥ ପରିଦର୍ଶନ କରିବାକୁ ଅନୁମତି ମିଳିଚି ​​। ଏହା ବ୍ୟତୀତ ଧାମରେ ​​କିଛି ଶ୍ରମିକ ଏବଂ ପୋଲିସ କର୍ମଚାରୀ ଉପସ୍ଥିତ ଅଛନ୍ତି । ଏଥର ବାବା କେଦାରଙ୍କ ଡୋଲି ଗୋଟିଏ ଦିନ ପୂର୍ବରୁ କେଦାରନାଥରେ ପହଞ୍ଚିଥିଲା । ଏହାପରେ ପୁଣି ଥରେ ପୂର୍ବପରି ଆସନ୍ତା ୬ମାସ ପର୍ଯ୍ୟନ୍ତ ଶିବଙ୍କ ପୂଜା ଏଠାରେ କରାଯିବ । ତାପମାତ୍ରା କଥା ଦେଖିବାକୁ ଗଲେ ଏହି ସମୟରେ ଏଠାରେ ବହୁତ ଥଣ୍ଡା ଲାଗେ । ଏହା ସତ୍ତ୍ବେ ଭକ୍ତମାନଙ୍କର ବିଶ୍ବାସ ଏବଂ ଭକ୍ତି କମେନାହିଁ । କିନ୍ତୁ ଏଥର କରୋନା ଭାଇରସ୍ ଯୋଗୁଁ ଭକ୍ତମାନଙ୍କୁ ଧାମ ଯିବାକୁ ଅନୁମତି ଦିଆଯାଇନାହିଁ ।

ଚାରି ଧାମରେ ଶୀତଦିନେ ପ୍ରବଳ ତୁଷାରପାତ ଏବଂ ପ୍ରବଳ ଥଣ୍ଡା ହେତୁ ପ୍ରତିବର୍ଷ ଅକ୍ଟୋବର-ନଭେମ୍ବରରେ ଭକ୍ତମାନଙ୍କ ପାଇଁ ସେମାନଙ୍କର ଦ୍ବାର ବନ୍ଦ ହୋଇଯାଏ । ଯାହା ଆସନ୍ତା ବର୍ଷ ଅପ୍ରେଲ-ମେ’ ମାସରେ ପୁନର୍ବାର ଖୋଲାଯାଏ ।

ଏହାପୂର୍ବରୁ ଅକ୍ଷୟ ତୃତୀୟା ଶୁଭ ଅବସରରେ ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଧାମର ଦ୍ବାର ଖୋଲା ଯାଇଥିଲା । ଏହା ସହିତ ଚାରି ଧାମ ଯାତ୍ରା ମଧ୍ୟ ଆରମ୍ଭ ହୋଇଥିଲା । ଧାର୍ଯ୍ୟ ଶୁଭ ମୂହୂର୍ତ୍ତ ଦ୍ବିପ୍ରହର ୧୨ୟା ୩୫ ମିନିଟ୍ ରେ ଗାଙ୍ଗୋତ୍ରୀ ଧାମ ଏବଂ ୧୨ଟା ୪୧ରେ ଯମୁନୋତ୍ରୀ ଧାମର ଦ୍ବାର ଖୋଲା ଯାଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ଦିର କମିଟି ଗଙ୍ଗୋତ୍ରୀଙ୍କୁ ୧୧୦୦ଟଙ୍କା ଦାନ କରିଥିଲେ ।

ଲକ୍ ଡାଉନ୍ ର ପ୍ରତିବନ୍ଧକ ହେତୁ ଭକ୍ତମାନଙ୍କୁ ବର୍ତ୍ତମାନ ଧାମ ପରିଦର୍ଶନ କରିବାକୁ ଅନୁମତି ନାହିଁ । କରୋନା ଭାଇରସ୍ କାରଣରୁ ସାରା ଦେଶରେ ଚାଲିଥିବା ଲକ୍ ଡାଉନ୍ ଯୋଗୁଁ ଏଥର କେବଳ ୨୧-୨୧ ତୀର୍ଥ ପୁରୋହିତଙ୍କୁ ଦ୍ବାର ଉଦଘାଟନ ଉତ୍ସବରେ ଯୋଗଦେବାକୁ ଅନୁମତି ଦିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.