ବଦଳିଲା ତାରିଖ : ଏପ୍ରିଲ ୨୯ରେ ଖୋଲିବ କେଦାରନାଥ ଓ ମେ ୧୫ ତାରିଖରେ ଖୋଲିବ ବଦ୍ରୀନାଥ କବାଟ

Published By : Prameya-News7 Bureau | April 22, 2020 IST

ଡେରାଡୁନ ୨୨/୦୪ : କେଦାରନାଥ ଓ ବଦ୍ରୀନାଥ କବାଟ ଖୋଲିବା ନେଇ ବିବାଦ ବଢି ଚାଲିଛି | ପ୍ରଥମଥର ପାଇଁ ମନ୍ଦିର କବାଟ ଖୋଲିବା ତାରିଖ ତୃତୀୟ ଥର ପାଇଁ ପରିବର୍ତ୍ତନ ହୋଇଛି | କେଦାରନାଥ କବାଟ ବର୍ତ୍ତମାନ ଏପ୍ରିଲ ୨୯ ତାରିଖରେ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି | ଏପଟେ ବଦ୍ରୀନାଥ ଧାମ ମେ ୧୫ ତାରିଖରେ ଖୋଲିବ |

ପାରମ୍ପରିକ ତରିକା ଅନୁସାରେ ଏପ୍ରିଲ ୨୯ ତାରିଖ କେଦାରନାଥ କବାଟ ଖୋଲାଯିବା ନେଇ ଶିବରାତ୍ରିରେ ନିଷ୍ପତ୍ତି ନିଆଯାଇଥିଲା | କିନ୍ତୁ କେଦାରନାଥ ମନ୍ଦିର ରାୱଲ ଲକଡାଉନ ଯୋଗୁଁ ମହାରାଷ୍ଟ୍ରରେ ଫସି ରହିଛନ୍ତି | ଲକଡାଉନ ଯୋଗୁ ଉତ୍ତରଖଣ୍ଡରେ ପହଞ୍ଚିବା ତାଙ୍କ ପାଇଁ ସମ୍ଭବ ହୋଇପାରିନାହିଁ | ସେ ନ ଆସିବା ଯାଏଁ ମନ୍ଦିର କବାଟ ଖୋଲା ଯାଇପାରିବ ନାହିଁ | କାରଣ ବାବା କେଦାରନାଥଙ୍କ ମୁକୁଟ ରାୱଲଙ୍କ ନିକଟରେ ଅଛି | ମୁକୁଟ ବିନା ପୂଜା ହୋଇ ପାରିବନାହିଁ |

{"id":258188,"width":582,"height":365,"sizeSlug":"large"}

ମଙ୍ଗଳବାର ଦିନ ଉଖିମଠରେ କେଦାରନାଥ ମନ୍ଦିର ସମିତି ଅଧିକାରୀ, ବେଦପାଠୀ, ପଞ୍ଚ ଗ୍ରାମବାସୀଙ୍କ ବୈଠକରେ ମନ୍ଦିର କବାଟ ଏପ୍ରିଲ ୨୯ ତାରିଖରେ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା | ଏହି ବୈଠକରେ ଉଖିମଠ ରାୱଲ ଉପସ୍ଥିତ ନଥିଲେ | ସେ ବର୍ତ୍ତମାନ କ୍ଵାରେଣ୍ଟାଇନରେ ଅଛନ୍ତି | ବୈଠକ ପରେ ଲିଖିତ ଆକାରରେ ସନ୍ଦେଶ ପଠାଇ ତାଙ୍କୁ ସହମତି ମଗାଯାଇଥିଲା | ପ୍ରଶାସନ ରାୱଲଙ୍କୁ କ୍ଵାରେଣ୍ଟାଇନରେ ରହିବାକୁ କହିଥିଲେ | ସେ ଯେକୌଣସି ପ୍ରକାରେ ମନ୍ଦିର କବାଟ ଖୋଲା ପୂଜାରେ ସାମିଲ ହେବେ | ତେବେ ସେ କେମିତି ପହଞ୍ଚିବେ ତାର ବ୍ୟବସ୍ଥା ପ୍ରଶାସନ କରିବ | ୧୯ ଏପ୍ରିଲ ତାରିଖରେ ରାୱଲ ଉଖିମଠକୁ ଆସିଥିଲେ | ତାଙ୍କୁ କ୍ଵାରେଣ୍ଟାଇନରେ ରହିବାକୁ କୁହାଯାଇଛି | ତାଙ୍କର ୧୪ ଦିନିଆ କ୍ଵାରେଣ୍ଟାଇନ ଅବଧି ମେ ୩ ତାରିଖରେ ଶେଷ ହେବ |    

ରାୱଲଙ୍କ କରୋନା ଯାଞ୍ଚ କରାଯାଇଛି | ରିପୋର୍ଟ ୩ ଦିନ ପରେ ଆସିବ | ସେ ମହାରାଷ୍ଟ୍ର ନାନ୍ଦେଡରୁ ଆସିଥିଲେ | ନାନ୍ଦେଡ କରୋନାର ସବୁଜ ଜୋନ ଅନ୍ତର୍ଭୁକ୍ତ | ବଦ୍ରୀନାଥ ଧାମର ରାୱଲ ୨୦ ତାରିଖରେ ଉତ୍ତରାଖଣ୍ଡରେ ପହଞ୍ଚିଛନ୍ତି | ସେ ମଧ୍ୟ କରୋନା ସବୁଜ ଜୋନ ଘୋଷିତ କେରଳର କନ୍ନୁରରୁ ଆସିଛନ୍ତି | ବଦ୍ରୀନାଥ କବାଟ ଖୋଲାକୁ ନେଇ ଟିହରୀ ମହାରାଜା ସୋମବାର ଦିନ ତାରିଖ ବଦଳାଇବା ପାଇଁ ନିଷ୍ପତ୍ତି ନେଇଥିଲେ | ପୂର୍ବରୁ ଏପ୍ରିଲ ୩୦ ତାରିଖରେ କବାଟ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଥିଲା | କିନ୍ତୁ ସୋମବାର ଦିନ ଏହି ତାରିଖ ବଦଳାଇ ମେ ୧୫ କରାଯାଇଛି | ବଦ୍ରୀନାଥ କବାଟ କେବେ ଖୋଲାଯିବ ତାହା ରାୱଲ ଓ ମନ୍ଦିର ସମିତି ନିଷ୍ପତ୍ତି ନେବେ ବୋଲି ମହାରାଜ କହିଥିଲେ |

{"id":258189,"width":581,"height":426,"sizeSlug":"large"}

ବଦିନାଥ ମନ୍ଦିର ଖୋଲା ତାରିଖ ୧୫ ତାରିଖ ଯାଏଁ ସ୍ଥଗିତ ରଖାଯାଇଛି କାରଣ ସେଠାରେ ଗାଡ଼ୁ ଘଡା ପରମ୍ପରା ନିର୍ବାହ କରାଯାଏ | ଏହି ପରମ୍ପରା ୩୦ ରୁ ୪୦ ଜଣ ମହିଳା ମିଶି କରିଥାନ୍ତି | କିନ୍ତୁ ସାମାଜିକ ଦୂରତାରେ ଏହି ପରମ୍ପରା ପାଳନ କରିବା ସମ୍ଭବ ନୁହେଁ | ସେଥିପାଇଁ ବଦ୍ରୀନାଥ କବାଟ ଲକଡାଉନ ପରେ ଖୋଲା ହେବ ବୋଲି ନିଷ୍ପତ୍ତି ନିଆଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.