Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

‘ଧୋନୀଙ୍କ ପାଇଁ ମୁଁ ଅଧିକ ମ୍ୟାଚ ଖେଳିପାରିଛି, ନଚେତ’.., ଏମିତି କହିଲେ ଏହି ଷ୍ଟାର୍ ଖେଳାଳି

17/04/2020 at 12:23 PM

ନୂଆଦିଲ୍ଲୀ, ୧୭|୦୪:  ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଗତ ୯ ମାସ ହେଲା କ୍ରିକେଟରୁ ଦୂରରେ ରହିଛନ୍ତି । ତଥାପି ତାଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ଅଧିନାୟକଙ୍କ ମଧ୍ୟରେ ଗଣାଯାଏ । ସେ ଖେଳାଳିଙ୍କ ପ୍ରତିଭା ଉପରେ ଭରସା ରଖିଥାନ୍ତି । ଏହାର ଏକ ଉଦାହରଣ ଦେଇଛନ୍ତି କେଦର ଯାଦବ । ଧୋନୀଙ୍କ ପାଇଁ ସେ ଅଧିକରୁ ଅଧିକ ମ୍ୟାଚ ଖେଳିବା ପାଇଁ ସୁଯୋଗ ପାଇଛନ୍ତି ବୋଲି କହିଛନ୍ତି ।

କେଦାର କହିଛନ୍ତି ଯେ, ସେ ମାତ୍ର ୮ରୁ ୧୦ଟି ମ୍ୟାଚ ଖେଳିବେ ବୋଲି ଭାବିଥିଲେ । କିନ୍ତୁ ଧୋନୀଙ୍କ ପାଇଁ ସେ ଅଧିକରୁ ଅଧିକ ମ୍ୟାଚ ଖେଳିପାରିଲେ । ତେବେ ତାଙ୍କୁ ଦକ୍ଷିଣ ଆଫ୍ରିକା ସିରିଜରେ ସୁଯୋଗ ମିଳିନଥିଲା । ପରେ ଏହି ସିରିଜ କରୋନା ଭାଇରସ ପାଇଁ ସ୍ଥଗିତ କରାଯାଇଥିଲା ।

ସେ ଆଇପିଏଲରେ ଧୋନୀଙ୍କ ଦଳ ଚେନ୍ନାଇ ସୁପର କିଙ୍ଗସ୍ ତରଫରୁ ଖେଳିଥାନ୍ତି । ସେ ଏକ ଚାଟ୍ ସୋରେ ଏହା କହିଛନ୍ତି । ତାଙ୍କ ଆଦର୍ଶ ହେଉଛନ୍ତି ସଚିନ ତେନ୍ଦୁଲକର । କିନ୍ତୁ ସେ ତାଙ୍କ ସହ କେବେ ଖେଳିବା ପାଇଁ ସୁଯୋଗ ପାଇନାହାଁନ୍ତି । ତେବେ ସେ ଧୋନୀଙ୍କୁ ସବୁଠାରୁ ଅଧିକ ପସନ୍ଦ କରନ୍ତି । ସେ ଯେତେବେଳେ ଧୋନୀଙ୍କୁ ଭେଟିଥିଲେ ପ୍ରଥମେ ସାମାନ୍ୟ ବିଚଳିତ ଥିଲେ । ଧୋନୀ ଶକ୍ତ ଥିବେ ବୋଲି ସେ ଭାବିଥିଲେ । କିନ୍ତୁ ପରେ ସେ ଧୋନୀଙ୍କୁ ଭଲରେ ଚିହ୍ନିଥିଲେ । ଧୋନୀ ତାଙ୍କୁ ଆତ୍ମବିଶ୍ୱାସ ଦେଇଥିଲେ ।

କେଦାର ୨୦୧୪ରେ ଭାରତୀୟ ଦଳରେ ପଦାର୍ପଣ କରିଥିଲେ । ଏବେସୁଦ୍ଧା ୭୩ଟି ଦିନିକିଆରେ ସେ ୪୨.୦୯ ଆଭରେଜରେ ୧୩୮୯ ରନ କରିଛନ୍ତି । ଏଥିରେ ୨ଟି ଶତକ ଓ ୬ଟି ଅର୍ଧଶତକ ରହିଛି ।

   Related Posts