'କେଦାର ଯାଦବଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଦିଆଯାଉ', ଚେନ୍ନାଇର ପରାଜୟ ପରେ ସେହ୍ୱାଗଙ୍କ କଟାକ୍ଷ

Published By : Prameya-News7 Bureau | October 08, 2020 IST

ଦୁବାଇ, ୦୮୧୦ଚେନ୍ନାଇ ସୁପର କିଙ୍ଗସ୍ ମ୍ୟାଚ୍ ହାରିବା ପରେ ମହେନ୍ଦ୍ର ସିଂ ଧୋନୀଙ୍କ ଟିମ୍ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତ ମ୍ୟାଚରେ ୧୦ ଓ୍ୱିକେଟରେ ବିଜୟୀ ହୋଇଥିବା ଚେନ୍ନାଇ କେକେଆର ବିପକ୍ଷରେ କିପରି ପରାଜୟବରଣ କଲା ତାକୁ କେହି ଗ୍ରହଣ କରିପାରୁ ନାହାଁନ୍ତି । ଏହି ମ୍ୟାଚରେ ଧୋନୀ ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ । ଚେନ୍ନାଇ ପାଖରେ ଓ୍ୱିକେଟ୍ ଥିଲା, ଟାର୍ଗେଟ୍ ବି ବଡ ନଥିଲା । ଏହାପରେ ମଧ୍ୟ ଦଳକୁ ନିରାଶ ହେବାକୁ ପଡିଥିଲା ।

ଏହି ମ୍ୟାଚ୍ ପରେ ଓ୍ୱେଷ୍ଟଇଣ୍ଡିଜର ମହାନ ବ୍ୟାଟସମ୍ୟାନ୍ ବ୍ରାଏନ୍ ଲାରା କହିଛନ୍ତି ଯେ, ଧୋନୀଙ୍କୁ ଏକ ଭଲ ମ୍ୟାଚ୍ ଫିନିଶରର ଆବଶ୍ୟକତା ରହିଛି । ସେପଟେ ଏହି ପରାଜୟ ପରେ ବିରେନ୍ଦ୍ର ସେହ୍ୱାଗ କେଦାର ଯାଦବଙ୍କୁ କଡା ସମାଲୋଚନା କରିଛନ୍ତି । କେଦାର ଚଉକା, ଛକା ତ ଦୂରରେ କଥା, ସିଙ୍ଗଲ ରନ୍ ପାଇଁ ସଙ୍ଘର୍ଷ କରୁଥିବା ସେହ୍ୱାଗ କହିଛନ୍ତି ।

{"id":340595,"sizeSlug":"large"}

ଯାଦବଙ୍କୁ ସମାଲୋଚନା କରି ସେହ୍ୱାଗ କହିଛନ୍ତି ଯେ, ସମସ୍ତେ ଧୋନୀ ଚତୁର୍ଥ ନମ୍ବରରେ ବ୍ୟାଟିଂ କରନ୍ତୁ ବୋଲି ଚାହୁଁଥିଲେ । ଧୋନୀ ମଧ୍ୟ ସେହି ନିଷ୍ପତ୍ତି ନେଇଥିଲେ । ତେବେ ଯାଦବ ରନ୍ ପାଇଁ ଦୌଡୁ ନଥିଲେ । ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଦିଆଯିବା ଉଚିତ ବୋଲି ସେହ୍ୱାଗ କଟାକ୍ଷ କରିଛନ୍ତି ।

କେଦାର ଯାଦବଙ୍କୁ ଏଥିପାଇଁ ସମାଲୋଚନା କରାଯାଉଛି, କାରଣ ସେ ସିଙ୍ଗଲ୍ ରନ୍ ନେବାକୁ ସଙ୍ଘର୍ଷ କରୁଥିଲେ । ଧୋନୀ ଆଉଟ୍ ହେବା ପରେ ୧୭ ଓଭରରେ ବ୍ୟାଟିଂ ପାଇଁ ଆସିଥିବା କେଦାର ଖାତା ଖୋଲିବା ପାଇଁ ୫ଟି ବଲ୍ ନେଇଥିଲେ । ୨୦ ତମ ଓଭରରେ ଚେନ୍ନାଇକୁ ବିଜୟୀ ହେବାକୁ ୨୬ ରନ୍ ଦରକାର ଥିବା ବେଳେ ପ୍ରଥମ ଦୁଇଟି ବଲରେ ସେ କୌଣସି ରନ୍ ନେଇନଥିଲେ । ତୃତୀୟ ବଲରେ ସେ ବହୁ କଷ୍ଟରେ ଗୋଟିଏ ରନ୍ ନେଇଥିଲେ । ଏହାପରେ ସେ ୧୨ ବଲରୁ ୭ ରନ୍ କରି ଆଉଟ୍ ହୋଇଥିଲେ । ଫଳରେ ଚେନ୍ନାଇ ୧୦ ରନରେ ମ୍ୟାଚ୍ ହାରି ଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.