ସଙ୍ଗୀତାଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ଅନେକ ପ୍ରଶ୍ନ , ଭଦ୍ରକ ପୋଲିସ ଉପରକୁ ଉଠିଲା ଅଙ୍ଗୁଳି

Published By : Prameya-News7 Bureau | February 05, 2020 IST

ଭଦ୍ରକ ୦୫।୦୨: ମୃତ୍ୟୁକୁ  ୧୫ ଦିନ ପୁରିଲାଣି । ଗତ ୨୪ ଘଣ୍ଟାରୁ ଅଧିକ ସମୟ ଧରି ନ୍ୟୁଜ୍‌ 7 ତଥ୍ୟ ପ୍ରମାଣ ଭିତ୍ତିକ ଖବର ପ୍ରସାରଣ କରାଗଲା। କିନ୍ତୁ ଏବେ ବି ପୋଲିସ୍‌ ଚୁପ୍‌। ଜିଆରପି ନିଜ ଆଡୁ ୟୁଡି କେସ କରି ବସିଥିବା ବେଳେ ପୋଲିସ ଏବେ ନିରବଦ୍ରଷ୍ଟା। ଏମିତି ସଙ୍ଗୀନ ଘଟଣାରେ ମେସ୍‌ର ଅନ୍ତେବାସୀଙ୍କ ଚିନ୍ତା ଛାଡ଼ି ପୋଲିସ ଏବେ ମୃତକଙ୍କ ପରିବାର ବା ସମ୍ପର୍କୀୟଙ୍କ ଲିଖିତ ଏତଲାକୁ ଅନାଇବସିଛି। ଏନେଇ ଭଦ୍ରକ ପୋଲିସ ଉପରକୁ ଅଙ୍ଗୁଳି ଉଠିଲାଣି ।

{"id":220550,"sizeSlug":"large"}

ବିନି ମୃତ୍ୟୁ ଘଟଣାରେ କାହିଁକି ଆକ୍ସନକୁ ଆସିନି ପୋଲିସ । କାହିଁକି ପୋଲିସ ସ୍ପଷ୍ଟ କରୁନି ବିନି ଆତ୍ମହତ୍ୟା କରିଥିଲେ ନା ତାଙ୍କୁ ହତ୍ୟା କରିଥିଲେ। ଯଦି ସେ ଆତ୍ମହତ୍ୟା କରିଥିଲେ ତେବେ ଏହା ପଛରେ କଣ ଥିଲା କାରଣ। ବିନିଙ୍କ ମୃତ୍ୟୁକୁ ୧୫  ଦିନ ବିତିଯାଇଥିଲେ ମଧ୍ୟ କାହିଁକି ପୋଲିସ ଓ ଜିଆରପି  ନିର୍ଦ୍ଦିଷ୍ଟ ତଥ୍ୟ ରଖୁନାହାନ୍ତି। ବିନିଙ୍କ ମୃତ୍ୟୁକୁ ନେଇ ନାନା ପ୍ରଶ୍ନ ଏଇଥି ପାଇଁ ଉଠୁଛି କାରଣ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ବିନିଙ୍କୁ ମେସ ମାଲିକ ଅସଦାଚରଣ କରୁଛନ୍ତି।   ତଦନ୍ତ ପାଇଁ ପୋଲିସ ଓ ଜିଆରପି ମଧ୍ୟରେ ଚାଲିଛି ଟଣାଓଟରା । ଜିଆରପି ଥାନାରୁ ସୂଚନା ମିଳିଛି ଯେ ଆମେ ୟୁଡି କେସ୍‌ ରୁଜୁ କରିଛୁ। ଟ୍ରେନ ଡ୍ରାଇଭର ଓ ଗାର୍ଡଙ୍କ ମେମୋକୁ ଆଧାର

{"id":220551,"sizeSlug":"large"}

କରି କେସ୍‌ କରିଛି ପୋଲିସ। ଭଦ୍ରକ ଏସ୍‌ପି କୌଣସି ପ୍ରତିକ୍ରିୟା ଦେଉନାହାନ୍ତି। କେବଳ ଫୋନ୍‌ରେ କହୁଛନ୍ତି ଅଭିଯୋଗ ହେଲେ ଆମେ କେସ୍‌ କରିବୁ। ପୋଲିସ ତଦନ୍ତ କରିବାରେ ଡେରି କରୁଛି ମାନେ ଅଭିଯୁକ୍ତ କୁ ଅନୁକମ୍ପା ନୁହଁ ତ ? ପୋଲିସ ର ନୀରବତା ରେ ଅଭିଯୁକ୍ତ ଫେରାର ହେବନି ତ ? ଆଇନ କାନୁନର ମାୟାଜାଲରେ ବିନିକୁ କିଏ ନ୍ୟାୟ ଦେବ ?

{"id":220552,"sizeSlug":"large"}

ବିନିଙ୍କ ମୃତ୍ୟୁର ଅସଲ କାରଣ କଣ ଏହା ସ୍ପଷ୍ଟ କରୁ ପୋଲିସ ଏହା ସହିତ ଅଣ ପଂଜୀକୃତ ମେସରେ ରହୁଥିବା ହଜାର ହଜାର ଛାତ୍ରୀ ଓ କର୍ମଜୀବୀ ମହିଳାଙ୍କ ସୁରକ୍ଷା ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜ୍ୟ ସରକାର ଏନେଇ ନିର୍ଦ୍ଦିଷ୍ଟ ଭାବେ କି ପଦକ୍ଷେପ ନେଉଛନ୍ତି। ପୋଲିସର ଏନେଇ କି ଗାଇଡଲାଇନ ରହିଛି। ଏହାକୁ ଅଧିକ ବଳବତ୍ତର କରାଯାଉନି କାହିଁକି।  ଝିଅମାନେ ରହୁଥିବା ମେସକୁ ଯଦି ମେସମାଲିକ ପଶି ଅସଦାଚରଣ କରନ୍ତି ତେବେ ଏସବୁ ପ୍ରଶ୍ନ ଉଠିବା ସ୍ବାଭାବିକ ଏବଂ ପୋଲିସ ଏନେଇ ଆକ୍ସନକୁ ଆସିବା ଜରୁରୀ।  ଦୂରଦୂରାନ୍ତରୁ ଆସିଥିବା ଛାତ୍ରୀଙ୍କୁ ଯୌନ ନିର୍ଯାତନାର ଶିକାର ହୋଇ ରହସ୍ୟଜନକ ଭାବେ ପ୍ରାଣ ହରାଇବା ପୋଲିସ ପାଇଁ ଏକ ବଡ଼଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

{"id":220553,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.