କେସିଆରଙ୍କ ପୁଅ କେଟିଆର ହେବେ ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ, ଖୁବ୍ ଶୀଘ୍ର ଘୋଷଣା ହେବ ଶପଥ ଗ୍ରହଣର ତାରିଖ

Published By : Prameya-News7 Bureau | January 22, 2021 IST

ହାଇଦ୍ରାବାଦ ୨୨।୦୧: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ପୁତ୍ର କେଟି ରାମାରାଓ ଶୀଘ୍ର ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଶୁକ୍ରବାର ରାଜ୍ୟ ବିଧାନସଭାର ଉପ ବାଚସ୍ପତି ତଥା ପାର୍ଟିର ବରିଷ୍ଠ ନେତା ଟି ପଦ୍ମା ରାଓ ଗୌଡ ଏହାର ଘୋଷଣା କରିଛନ୍ତି। ଗୌଡ କହିଛନ୍ତି କେଟିଆରଙ୍କ ପାଖରେ ମୁଖ୍ୟମନ୍ତ୍ରୀ ହେବାର କ୍ଷମତା ରହିଛି ଏବଂ ତାଙ୍କୁ ଖୁବ୍ ଶୀଘ୍ର ଏହି ଦାୟିତ୍ଵ ଦିଆଯିବ। ହେଲେ ସେ ଶପଥ ଗ୍ରହଣର ତାରିଖ କହିବାକୁ ମନା କରି ଦେଇଛନ୍ତି।

କୁହାଯାଉଛି ଫେବୃଆରୀ ୧୮ରେ କେଟିଆର ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ପାରନ୍ତି। ଏହା ପୂର୍ବରୁ ବୁଧବାର ତେଲଙ୍ଗାନାରେ ଜଣେ ବରିଷ୍ଠ ମନ୍ତ୍ରୀ କହିଥିଲେ ଯେ, ଆଗାମୀ ମୁଖ୍ୟମନ୍ତ୍ରୀ କେଟିଆର ହେବେ। ତାଙ୍କର ଶପଥ ସମାରୋହ ଫେବୃଆରୀରେ ହେବ। ଏହି ସମୟରେ ଏହା ମଧ୍ୟ ଦାବି କରାଯାଇଥିଲା ଯେ କେଟିଆରଙ୍କ ଶପଥ ଗ୍ରହଣ ସହିତ ତେଲଙ୍ଗାନା କ୍ୟାବିନେଟ୍‌ରେ ଅନେକ ବଡ ପରିବର୍ତ୍ତନ ମଧ୍ୟ କରାଯିବ।

କେସିଆରଙ୍କ ପୁଅ କେଟିଆର ଏବେ ପାର୍ଟିରେ ନମ୍ବରର ନେତା। ତାଙ୍କୁ ପାର୍ଟିର କାର୍ଯ୍ୟକାରୀ ସଭାପତି କରାଯାଇଛି। ଏଥିସହ କେଟିଆରଙ୍କ ସିର୍ସିଲା ବିଧାନସଭାରରେ ବିଜୟୀ ହେବା ପରେ ଉଦ୍ୟୋଗ  ଓ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ମଧ୍ୟ ରହି ସାରିଛନ୍ତି। ଉଲ୍ଲେଖଯୋଗ୍ୟ ୬୬ ବର୍ଷୀୟ କେସିଆର ଲକ୍‌ଡାଉନ୍‌ ପରଠୁ ସାର୍ବଜନୀନ ସମାରୋହରୁ ଦୂରରେ ଅଛନ୍ତି। ଅଧିକାଂଶ କାର୍ଯ୍ୟକ୍ରମରେ କେସିଆରଙ୍କ ସ୍ଥାନରେ ପୁଅ କେଟିଆର ଯୋଗ ଦେଉଛନ୍ତି। କେଟିଆର ରାଜ୍ୟର ଅଧିକାଂଶ ମାମଲା ଦେଖିବା ସହ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.