Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଭରବ୍ରିଜ୍ ଉପରେ ବିରାଟ ଗାତ, ବିପଦସଙ୍କୁଳ ଅବସ୍ଥାରେ ଚଳାଚଳ କରୁଛି ଯାନବାହାନ
  • ||
  • ମାଟି ଘରେ ଶୋଇଥିଲେ ବୃଦ୍ଧା, ହଠାତ ମାଡି ବସିଲା କାନ୍ଥ
  • ||
  • ମାତିଛନ୍ତି ହାତୀପଲ : ଜଳକ୍ରୀଡା ପରେ ଭାଙ୍ଗୁଛନ୍ତି ଘର, ନଷ୍ଟ କରୁଛନ୍ତି ଫସଲ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୮ କୋଭିଡ୍ ପଜିଟିଭ୍
  • ||
  • ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା, ଶିଳ୍ପନଗରୀରୁ ଗାଁ ଗହଳି ସବୁଠି ଉତ୍ସାହ
  • ||
  • ୭୧ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ : ବିଜେପି କରୁଛି ୨୦ ଦିନିଆ ସେବା ସମର୍ପଣ ଅଭିଯାନ
  • ||
  • ଆଉ ଏକ ଲଘୁଚାପ : ୧୮ରୁ ବଢିବ ବର୍ଷା, ଉତ୍ତରରେ ଛେଚିବ
  • ||
  • ଭାଙ୍ଗିଗଲା ଓଭରବ୍ରିଜ୍‌ର ବିରାଟ ଖଣ୍ଡ, ୧୩ ଶ୍ରମିକ ଗୁରୁତର
  • ||
  • ଶୌଚ ପାଇଁ ଗଲା ବେଳେ ମାଡିଗଲା ଅଜଣା ଗାଡି, ୨ ମହିଳା ମୃତ
  • ||
  • ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ, ଚକ-ଅଖ ସବୁ ଠପ୍
  • ||

ତେଲେଙ୍ଗାନାରେ ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେ.ଚନ୍ଦ୍ରଶେଖର ରାଓ

13/12/2018 at 11:41 AM

ହାଇଦ୍ରାବାଦ ୧୩|୧୨: ଆଜିଠୁ କେସିଆରଙ୍କ ଦ୍ବିତୀୟ ଇଂନିସ୍  ଆରମ୍ଭ । ଆଜି ତେଲେଙ୍ଗାନାର ଦ୍ବିତୀୟ ଥର  ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ତେଲେଙ୍ଗାନା ରାଷ୍ଟ୍ର ସମିତି ମୁଖ୍ୟ କେ.ଚନ୍ଦ୍ର. ଶେଖର ରାଓ । ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କେସିଆର୍ ଙ୍କ ଟିଆର୍ ଏସ୍  ଯାଦୁ ଦେଖାଇଛି। ରାଜ୍ୟ ବିଧାନସଭାର ମୋଟ୍ ୧୧୯ ଆସନ ମଧ୍ୟରୁ ଟିଆର୍ ଏସ୍  ଏକାକୀ ୮୮ ଆସନରେ ଜିତି ସ୍ପଷ୍ଟ ବହୁମତ ହାସଲ କରିନେଇଛି। ସରକାର ଗଢ଼ିବା ଲାଗି ମ୍ୟାଜିକ୍ ଅଙ୍କ ୬୦ ଥିଲା ବେଳେ ଟିଆର୍ ଏସ୍  ଏହାକୁ ପାର୍  କରିଯାଇଛି। ତେଣୁ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ  ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ରାଜ୍ୟକୁ ପୁଣି ଶାସନକରିବାକୁ ଯାଉଛନ୍ତି। ଅନ୍ୟପକ୍ଷ ରେ ଏଠାରେ କଂଗ୍ରେସକୁ ୨୧ ଆସନ ମିଳିଥିବା ବେଳେ ବିଜେପି ମାତ୍ର ଗୋଟିଏ ଆସନରେ ସନ୍ତୁଷ୍ଟ ହୋଇଛି। ଅସଦୁଦ୍ଦିନ୍  ଅୱେସିଙ୍କ ଏଆଇଏମ୍ ଆଇଏମ୍ କୁ ଏଥର ଭଲ ସଫଳତା ମିଳିଛି। ଦଳର ପ୍ରାର୍ଥୀମାନେ ୭ଟି ଆସନରେ ବିଜୟ ଲାଭ କରିଛନ୍ତି। ଚନ୍ଦ୍ରୟାନ ଗୁଟ୍ଟା ନିର୍ବାଚନମଣ୍ଡଳୀରୁ ଅୱେସି ପ୍ରାୟ ୫୦ହଜାର ଭୋଟ୍ ରେ ବିଜୟୀ  ହୋଇଛନ୍ତି। ଆଜି କେସିଆର ଅପରାହ୍ନ ୧ଟା ୩୦ରେ ଶପଥ ନେବେ। ରାଜ୍ୟପାଳ ଇଏସ୍ ଏଲ ନରସିଂହନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ।

   Related Posts