Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ତେଲେଙ୍ଗାନାରେ ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କେ.ଚନ୍ଦ୍ରଶେଖର ରାଓ

13/12/2018 at 2:04 PM

ହାଇଦ୍ରାବାଦ ୧୩|୧୨: କେସିଆରଙ୍କ ଦ୍ବିତୀୟ ଇଂନିସ୍ ଆରମ୍ଭ ହେଲା । ଗୁରୁବାର ଦିନ ତେଲେଙ୍ଗାନାର ଦ୍ବିତୀୟ ଥର  ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ତେଲେଙ୍ଗାନା ରାଷ୍ଟ୍ର ସମିତି ମୁଖ୍ୟ କ.ଚନ୍ଦ୍ରଶେଖର ରାଓ । ଅପରାହ୍ନ ୧ଟା ୩୦ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି କେସିଆର । ରାଜ୍ୟପାଳ ଇଏସ୍ଏଲ ନରସିଂହନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଅନ୍ୟ ଜଣେ କ୍ୟାବିନେଟ୍‌ ମନ୍ତ୍ରୀ ମହମଦ୍‌ ମହମୁଦ୍‌ ଅଲିଙ୍କୁ ମଧ୍ୟ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ।

ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କେସିଆର୍‌ଙ୍କ ଟିଆର୍‌ଏସ୍  ଯାଦୁ ଦେଖାଇଛି। ରାଜ୍ୟ ବିଧାନସଭାର ମୋଟ୍ ୧୧୯ ଆସନ ମଧ୍ୟରୁ ଟିଆର୍‌ଏସ୍  ଏକାକୀ ୮୮ ଆସନରେ ଜିତି ସ୍ପଷ୍ଟ ବହୁମତ ହାସଲ କରିନେଇଛି। ସରକାର ଗଢ଼ିବା ଲାଗି ମ୍ୟାଜିକ୍  ଅଙ୍କ ୬୦ ଥିଲା ବେଳେ ଟିଆର୍‌ଏସ୍  ଏହାକୁ ପାର୍ କରିଯାଇଛି। ତେଣୁ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ  ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ରାଜ୍ୟକୁ ପୁଣି ଶାସନ କରିବାକୁ ଯାଉଛନ୍ତି। ଅନ୍ୟପକ୍ଷରେ ଏଠାରେ କଂଗ୍ରେସକୁ ୨୧ ଆସନ ମିଳିଥିବା ବେଳେ ବିଜେପି ମାତ୍ର ଗୋଟିଏ ଆସନରେ ସନ୍ତୁଷ୍ଟ ହୋଇଛି । ଅସଦୁଦ୍ଦିନ୍  ଅୱେସିଙ୍କ ଏଆଇଏମ୍ଆଇଏମ୍‌କୁ ଏଥର ଭଲ ସଫଳତା ମିଳିଛି । ଦଳର ପ୍ରାର୍ଥୀମାନେ ୭ଟି ଆସନରେ ବିଜୟ ଲାଭ କରିଛନ୍ତି। ଚନ୍ଦ୍ରୟାନଗୁଟ୍ଟା ନିର୍ବାଚନମଣ୍ଡଳୀରୁ ଅୱେସି ପ୍ରାୟ ୫୦ହଜାର ଭୋଟ୍‌ରେ ବିଜୟୀ ହୋଇଛନ୍ତି।

   Related Posts