Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ସେପ୍ଟେମ୍ବର ୭ରୁ ପ୍ରତିଯୋଗୀଙ୍କ ସହ ଅମିତାଭ ବଚ୍ଚନ ଆରମ୍ଭ କରିବେ କେବିସି ସିଜନ୍ ୧୨ର ସୁଟିଂ

4/09/2020 at 3:04 PM

ମୁମ୍ବାଇ ୦୪/୦୯: ଏଣିକି ଅପେକ୍ଷାର ଅନ୍ତ ଘଟିବ। ଖୁବ୍ ଶୀଘ୍ର ପ୍ରତିଯୋଗୀଙ୍କ ସହ ଆରମ୍ଭ ହେବ କୌନ ବନେଗା କରେଡପତି ସିଜନ ୧୨ର ସୁଟିଂ। ସୋନି ଚାନେଲ ସେପ୍ଟମ୍ବର ୩ରେ କେବିସି ୧୨ର ନୂଆ ସେଟ୍‌ର ଫଟୋ ଟ୍ବିଟରରେ ସେୟାର କରିଛି। ଏହା ସହ ଅମିତାଭ ବଚ୍ଚନ ସେପ୍ଟେମ୍ବର ୭ରୁ ପ୍ରତିଯୋଗୀଙ୍କ ସହ ସୁଟିଂ କରିବେ ଜଣାଇଛି।

କୌନ ବନେଗା କରୋଡପତି ପ୍ରତି ସିଜନ ନୂଆ ଥିମ ଓ ଟ୍ୟାଗ ଲାଇନ୍ ସହ ଆସିଥାଏ। ଏଥରର ଟ୍ୟାଗଲାଇନ୍ ରହିଛି- ଯୋ ଭି ହୋ, ସେବ୍ୟାକ୍ର ଜବାବ କମବ୍ୟାକରେ ଦିଅ’। କିଛି ଦିନ ତଳେ ଚାନେଲ ଶୋ’ର ପ୍ରଥମ ପ୍ରମୋ ରିଲିଜ୍ କରିଥିଲା।

ଏହାରି ଭିତରେ କେବିସି ୧୨ର ଦୁଇଜଣ କ୍ରୁ ସଦସ୍ୟଙ୍କ କରୋନା ପଜିଟିଭ ମିଳିଛି। ଏବେ ଶୋ’ର ସୁଟିଂ ସୁରକ୍ଷା ଓ ସାବଧାନତାର ସହ ଚାଲିଛି। ତେବେ ବିଗ୍ ବି ମଧ୍ୟ କରୋନାରୁ ସୁସ୍ଥ ହେବା ପରେ ସୁଟିଂକୁ ଫେରି ଥିଲେ।

   Related Posts