କେବିସି-୧୨ : ଇତିହାସରେ ପ୍ରଥମଥର ଅନଲାଇନରେ ହେବ 'କୌନ ବନେଗା କାରୋଡ଼ପତି'ର ରେଜିଷ୍ଟ୍ରେସନ ଓ ପାର୍ଟୀସିପେସନ ପ୍ରକ୍ରିୟା

Published By : Prameya-News7 Bureau | May 04, 2020 IST

ମୁମ୍ବାଇ ୦୪/୦୫ : ଲୋକପ୍ରିୟ ଗେମ ରିଆଲିଟି ଶୋ 'କୌନ ବନେଗା କାରୋଡ଼ପତି' ପୁଣିଥରେ ଆରମ୍ଭ ହେବାକୁ ଯାଉଛି | କରୋନା ଭାଇରସ ଓ ଲକଡାଉନ ପରିସ୍ଥିତି ମଧ୍ୟରେ ଶୋ'ର ଦ୍ୱାଦଶ ସିଜନ ଆରମ୍ଭ ହେବ | ଏହି ସିଜନ ମଧ୍ୟ ଅମିତାଭ ବଚ୍ଚନ ହଷ୍ଟ କରିବେ | ସୂଚନା ଅନୁଯାୟୀ, ଶୋ'ର ପଞ୍ଜିକରଣ ପ୍ରକ୍ରିୟା ମେ ୯ ତାରିଖରୁ ଆରମ୍ଭ ହେବ | କେବିସି ଇତିହାସରେ ପ୍ରଥମଥର ପାଇଁ ପଞ୍ଜିକରଣରୁ ଆରମ୍ଭ କରି ଚୟନ ପ୍ରକ୍ରିୟା ଅନଲାଇନରେ ହେବ |

ନିକଟରେ ଚାନେଲ ନିଜର ଇନ୍ସଟାଗ୍ରାମ ପେଜରେ ଶୋ' ସହ ଜଡିତ ଏକ ଭିଡିଓ ସେୟାର କରିଛି | ଭିଡିଓରେ ଅମିତାଭ ବଚ୍ଚନ କହିଛନ୍ତି ଯେ, 'ପ୍ରତ୍ୟେକ ଜିନିଷରେ ବ୍ରେକ ଲାଗିପାରେ | ଯେପରିକି ଗଳି ମୁହଁରେ ଥିବା ଚା'ଦୋକାନରେ, ଚା' ଦୋକାନରେ ହେଉଥିବା ଗୁଲିଖଟିକୁ, ରାସ୍ତାରେ ମିଶି ବୁଲିବା, ବାଇକରେ ୩ ଜଣିଆ ସଵାରୀକୁ, ସପିଙ୍ଗ ମଲରେ ପ୍ରେମିକ/ପେର୍ମିକା ସହ ବୁଲିବାକୁ, ଅଧା ରାତିରେ ବୁଲିବାକୁ, ପ୍ରତ୍ୟେକ ଜିନିଷରେ ବ୍ରେକ ଲାଗିପାରେ | କିନ୍ତୁ ଗୋଟିଏ ଜିନିଷରେ କେବେ ବ୍ରେକ ଲାଗି ନଥାଏ, ତାହା ହେଲା ସ୍ବପ୍ନ |'

ଚଳିତବର୍ଷ ଶୋ'ର ଟ୍ୟାଗ ଲାଇନ ମଧ୍ୟ ରୋମାଞ୍ଚଳ ହୋଇଛି | ଲୋକଙ୍କୁ କରୋନା ଭାଇରସ ଓ ଲକଡାଉନର ନକାରାତ୍ମକ ଚିନ୍ତାଧାରାରୁ ବାହାରିବାକୁ ପ୍ରେରଣା ଦେଇଛି ଶୋ'ର ଟ୍ୟାଗ ଲାଇନ | ଟ୍ୟାଗ ଲାଇନ ଏହିଭଳି ରହିଛି - ସବୁ ଜିନିଷରେ ବ୍ରେକ ଲାଗିପାରେ...କିନ୍ତୁ ସ୍ବପ୍ନରେ ନୁହେଁ | ଲକଡାଉନ ଯୋଗୁଁ ଟିଭି ଓ ବଲିଉଡର ସମସ୍ତ କାମ ବନ୍ଦ ରହିଛି | ଏହିଭଳି ପରିସ୍ଥିତିରେ ମହାନାୟକ ଅମିତାଭ ବଚ୍ଚନ ଶୋ'ର ପ୍ରୋମୋ ନିଜ ଘରେ ସୁଟିଙ୍ଗ କରିଛନ୍ତି |

ପ୍ରତିବର୍ଷ କେବିଶି ଶୋ' ସମ୍ପର୍କରେ ଭାବିବା ଆରମ୍ଭ କଲେ ଅନେକ ଦିଗ ପ୍ରତି ଦୃଷ୍ଟି ଦେବାକୁ ହୋଇଥାଏ ଯେପରିକି ଏକ ପ୍ରଭାବଶାଳୀ ଯୋଜନା ପ୍ରସ୍ତୁତ ହୋଇପାରିବ | କିନ୍ତୁ ଚଳିତ ବର୍ଷ ଦେଶ ଯେଉଁଭଳି ପରିସ୍ଥିତିରେ ଅଛି ସେହି ବିଷୟକୁ ପ୍ରୋମୋରେ ସାମିଲ କରାଯାଇଛି | କେବିଶି ଲୋକଙ୍କ ପାଇଁ କେବଳ ଏକ ଶୋ' ବା ଗେମ ନୁହେଁ | ଏକ ସାଧାରଣ ଶୋ'ଠାରୁ ବହୁ ଉର୍ଦ୍ଧ୍ବରେ | ଲୋକଙ୍କ ସ୍ବପ୍ନ କରିବାରେ କେବିସି ଏକ ମଉକା ଦେଇଥାଏ | ଆମ ଦେଶର ବିବିଧତାକୁ ଦୃଷ୍ଟିରେ ରଖି କୌଣସି ବ୍ୟକ୍ତି ସ୍ବପ୍ନ ଦେଖିବା ଛାଡ଼ିନଥାଏ |

ସ୍ବପ୍ନ ବହୁତ ମହତ୍ଵପୁର୍ଣ ହୋଇଯାଏ ଏବଂ ଏହା ହିଁ ପ୍ରୋମୋ ପଛରେ ଥିବା ବିଚାର | ଏହି ପ୍ରୋମୋ ସୁଟିଙ୍ଗ କରିବା ମଧ୍ୟ ଏକ ଚେତାବନୀ ସଦୃଶ୍ୟ ଥିଲା | ପ୍ରଥମେ ପ୍ରୋମୋର ଏକ ସ୍କେଚ ତିଆରି ହୋଇଥିଲା | ତାପରେ ପ୍ରୋମୋଟି ଅମିତାଭଙ୍କ ଘରେ ସୁଟ ହୋଇଥିଲା | ତେବେ ଏହି ପ୍ରୟାସ ଲୋକଙ୍କ ମନ ଜିତିବ ଏବଂ ଲୋକେ ଏଥିରେ ଭାଗ ନେବେ ବୋଲି ଆଶା କରାଯାଉଛି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.