କେବିସି-୧୦:ପ୍ରଥମ ଏପିସୋଡରେ ଏକ୍ସ ସ୍କ୍ବାଡନ ଲିଡର ଜିତିଲେ ୧୨.୫ଲକ୍ଷ ଟଙ୍କା : ଜାଣିନଥିଲେ ହୁମାୟୁନଙ୍କୁ ବ୍ରିଟିଶ୍ ଫୈାଜମାନେ କେଉଁଠାରୁ କରିଥିଲେ ଗିରଫ

Published By : Prameya-News7 Bureau | September 04, 2018 IST

ମୁମ୍ବାଇ ୪/୯: କୌନ ବନେଗା କରୋଡପତିର ସିଜିନ ୧୦ର ପ୍ରଥମ ପ୍ରସାରଣ ୩ ତାରିଖରେ ହୋଇଛି। କେବିସି ପ୍ରଥମ ସିଜନ ଜୁଲାଇ ୩ତାରିଖ ୨୦୦୦ମସିହାରେ ଆରମ୍ଭ ହୋଇଥିଲା । ଇତି ମଧ୍ୟରେ କେବିସି  ୧୦ମ ସିଜନ୍ ରେ ପହଂଚିଛି। ଶୋରେ ୧୬ଟି ପ୍ରଶ୍ନର ଉତ୍ତର ଦେଇପାରୁଥିବା ବ୍ୟକ୍ତିଙ୍କୁ ୭କୋଟି ଟଙ୍କାର ନଗଦ ପୁରସ୍କାର ମିଳିଥାଏ। ସେପ୍ଟେମ୍ବର ୩ତାରିଖ କେବିସି-୧୦ର ପ୍ରଥମ ଏପିସୋଡରେ ପ୍ରଥମ ପ୍ରତିଯୋଗୀ ଥିଲେ ଏକ୍ସ ଇଣ୍ଡିଆ ଏୟାରଫୋର୍ସର ସ୍କ୍ବାଡନ୍ ଲିଡର ସୋନିଆ ଯାଦବ । ସେ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ। କିନ୍ତୁ ହୁମାୟୁନଙ୍କ ସମ୍ପର୍କିତ ଏକାଦଶ ପ୍ରଶ୍ନର ଉତ୍ତର ସେ ଜାଣିନଥିଲେ ।  ତେଣୁ ଅମିତାଭ ତାଙ୍କୁ ପରାମର୍ଶ ଦେଇଥିଲେ ଯେ,ଯଦି ସେ ଶୋ ଛାଡ଼ିବାକୁ ଚାହୁଁଛନ୍ତି ତେବେ ଶୋ ଛାଡ଼ିପାରିବେ। ଏହି ଶୋରେ ସେ ୧୨.୫ ଲକ୍ଷ ଟଂକା ଜିତି ଶୋ ଛାଡିଯାଇଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.