Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ସେଦିନର କରୋଡପତି ଆଜି ଏସ୍‌ପି: କେବିସି ଜୁନିଅରରେ ଜିତିଥିଲେ ୧ କୋଟି ଟଙ୍କା, ଏବେ ଆଇପିଏସ୍

31/05/2020 at 4:17 PM

ପୋରବନ୍ଦର, ୩୧|୦୫:  ସେ ୨୦୦୧ରେ କୌନ ବନେଗା କରୋଡପତି ବା କେବିସି ଜୁନିଅରରେ ସର୍ବାଧିକ ଅର୍ଥ ଜିତିଥିଲେ । ଅତି ଚମତ୍କାର ଭାବେ ସମସ୍ତ ପ୍ରଶ୍ନର ଉତ୍ତର ରଖିଥିଲେ । ଏହି ପ୍ରୟାସ ତାଙ୍କୁ ଦେଇଥିଲା ୧ କୋଟି ଚଙ୍କା ଉପହାର । ଏବେ ସେହି ଛୋଟ ପିଲାଜଣଙ୍କ ଭାରତୀୟ ପୋଲିସ ସେବାର ଜଣେ ଅଫିସର ଭାବେ ଦେଶର ସେବା କରୁଛନ୍ତି । ସେତେବେଳର ଏହି ଛୋଟ ଶିଶୁ ହେଉଛନ୍ତି ଡାକ୍ତର ରବି ମୋହନ ସାଇନୀ । ସେ ଏବେ ଗୁଜୁରାଟ ପୋରବନ୍ଦରର ଏସପି ଭାବେ କାର୍ଯ୍ୟରତ ।

ରବି ମୋହନ ସାଇନୀ ୨୦୦୧ କୌନ ବନେଗା କରୋଡପତିରେ ୧ କୋଟି ଟଙ୍କା ଜିତିଥିଲେ । ପରେ ସେ ବଡ ହୋଇଥିଲେ । ମନରେ ଆଶା ଜନ୍ମିଥିଲା । ଆଇପିଏସ ଅଫିସର ହେବାର ନିଶା ଘାରିଥିଲା । ଏହାପରେ ସେ କଠୋର ତପସ୍ୟା କରିଥିଲେ । ପରିଶ୍ରମ କରିଥିଲେ । ଯାହାର ଫଳସ୍ୱରୂପ ସେ ୨୦୧୪ରେ ୟୁପିଏସସିରେ ୪୬୧ ରାଙ୍କ୍ ପାଇ ଆଇପିଏସ ଅଫିସର ହୋଇଥିଲେ ।

ଏବେ ରବି ୩୩ ବର୍ଷରେ ପାଦ ଦେଇଛନ୍ତି । ସେ ଗୁଜୁରାଟ ପୋରବନ୍ଦରର ଏସପି ଭାବେ କାର୍ଯ୍ୟ ତୁଲାଉଛନ୍ତି । ତାଙ୍କୁ ୧୪ ବର୍ଷ ବୟସ ହୋଇଥିଲା ଓ ସେ ଦଶମ ଶ୍ରେଣୀରେ ପଢୁଥିଲେ । ସେହି ସମୟରେ ହିଁ ସେ କୌନ ବନେଗା କରୋଡପତିରେ ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ । ସେ ୧ କୋଟି ଚଙ୍କା ଜିତିଥିଲେ ମଧ୍ୟ ଟ୍ୟାକ୍ସ କଟି ୬୯ ଲକ୍ଷ ଟଙ୍କା ପାଇଥିଲେ ।

   Related Posts