KBC 13 କୁ ମିଳିଲେ ତୃତୀୟ କୋଟିପତି, ଜାଣନ୍ତୁ କିଏ ଏହି ପ୍ରତିଯୋଗୀ...

Published By : Prameya-News7 Bureau | November 08, 2021 IST

ମୁମ୍ବାଇ ୦୮/୧୧: କୌନ ବନେଗା କରୋଡପତି ୧୩ ତମ ସିଜନର ଆଉ ଜଣେ କରୋଡପତି ମିଳିଛନ୍ତି। ଗୃହିଣୀ ଗୀତା ସିଂ ଗୌର ୧ କୋଟି ଟଙ୍କା ପ୍ରଶ୍ନର ସଫଳତାର ସହ ଉତ୍ତର ଦେଇଛନ୍ତି ଏବଂ ବର୍ତ୍ତମାନ ସେ ୭ କୋଟି ଟଙ୍କା ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରିବେ। 'କେବିସି ୧୩'ର ନୂଆ ପ୍ରୋମୋରୁ ଏହା ସ୍ପଷ୍ଟ ହୋଇଛି ଯେ ଗୀତା ୧ କୋଟି ଜିତିଛନ୍ତି। ଏହିପରି, ଏପର୍ଯ୍ୟନ୍ତ ଏହି କୁଇଜ୍ ଶୋ’ରେ ଗୀତାଙ୍କ ସମେତ ତିନିଜଣ ପ୍ରତିଯୋଗୀ ୧ କୋଟି ଟଙ୍କା ଜିତିଛନ୍ତି। ଗୀତାଙ୍କ ଏହି ଏପିସୋଡ୍ ନଭେମ୍ବର ୮ ଅର୍ଥାତ୍ ଆଜି ପ୍ରସାରିତ ହେବ।

ନଭେମ୍ବର ୮, ସୋମବାର ଦିନ ପ୍ରସାରିତ ହେବାକୁ ଥିବା ଏପିସୋଡର ଏକ ପ୍ରୋମୋ ଭିଡିଓ ନିର୍ମାତାମାନେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଭିଡିଓ ସହିତ କ୍ୟାପସନରେ ଲେଖାଯାଇଛି, 'ବୟସର ଦ୍ୱିତୀୟ ଇନିଂସ, ଗୀତା ଆମର ନୂତନ ପ୍ରତିଯୋଗୀ ଏବଂ ପ୍ରତ୍ୟେକ ଗୃହିଣୀଙ୍କ ପାଇଁ ଏକ ଉଦାହରଣ।' ଭିଡିଓରେ ୫୩ ବର୍ଷିୟା ଗୀତା ସିଂ ଗୌର କହିଛନ୍ତି, “ମୁଁ ମୋର ସମସ୍ତ ଜୀବନ ପିଲାମାନଙ୍କୁ ପାଳନ ପୋଷଣ କରିବାରେ ଅତିବାହିତ କରିଛି। ବର୍ତ୍ତମାନ ମୁଁ ମୋ ଜୀବନର ଦ୍ୱିତୀୟ ଇନିଂସ ନିଜ ପାଇଁ ବଞ୍ଚିବାକୁ ଚାହୁଁଛି।” ପ୍ରମୋରେ ସେ ଏକ ଖୋଲା ଜିପ୍ ଚଳାଉଥିବାର ନଜର ଆସିଛନ୍ତି। ଏଥିରୁ ଜଣାପଡୁଛି ଯେ ସେ ଜୀବନର ଦ୍ୱିତୀୟ ଇନିଂସ ମୁକ୍ତ ଭାବରେ ଜୀବନଯାପନ କରୁଛନ୍ତି।

wp:html
/wp:html

ପ୍ରମୋ ଶେଷରେ ଶୋ’ର ହୋଷ୍ଟ ଅମିତାଭ ବଚ୍ଚନ ତାଙ୍କ ଉଚ୍ଚ ସ୍ୱରରେ କହିଛନ୍ତି, 'ଏକ କୋଟି'। ବିଗ୍ ବି ଠିଆ ହୋଇ ଗୀତା ସିଂ ଗୌରଙ୍କ ପାଇଁ କରତାଳି ଦେଉଥିବାର ନଜର ଆସିଛନ୍ତି। ସାହିଲ ଅହିରୱାଲ ଏବଂ ହିମାନି ବୁନ୍ଦେଲାଙ୍କ ପରେ ଗୀତା ସିଜିନର ତୃତୀୟ କୋଟିପତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.