ଶ୍ରୀଜେଶଙ୍କ କାହାଣୀ ଶୁଣି ବିଗ୍-ବିଙ୍କ ଆଖିରେ ଆସି ଯାଇଥିଲା ଲୁହ: କହିଲେ,ଗ୍ଲୋବସ୍ କିଣିବାକୁ ପାଖରେ ନଥିଲା ଅର୍ଥ

Published By : Prameya-News7 Bureau | September 19, 2021 IST

ନୂଆଦିଲ୍ଲୀ ୧୯/୦୯  :  ସୋନି ଟିଭିର ବହୁ ଲୋକପ୍ରିୟ ଶୋ କୌନ୍ ବନେଗା କରୋଡ୍ ପତି । ଏହି ଶୋ ୧୩ ସିଜିନ୍‌ରେ ଟୋକିଓ ଅଲମ୍ପିକ୍‌ରେ ଜିତିତିବା ସ୍ବର୍ଣ୍ଣ ପଦକ ନୀରଜ୍ ଚୋପ୍ରା ଓ ଭାରତୀୟ ହକି ଦଳର ପି.ଆର ଶ୍ରୀଜେଶଙ୍କୁ ଦେଖିବାକୁ ମିଳିଥିଲା । ଏହି ଶୋ’ର ପ୍ରମୋରେ ଏହା ଦେଖା ଯାଇଛି ଯେ ପି.ଆର ଶ୍ରୀଜେଶଙ୍କ କାହାଣୀ ଶୁଣିବା ପରେ ବିଗ୍ ବି ଅମିତାଭ ବଚ୍ଚନଙ୍କ ଆଖିରେ ଲୁହ ଆସି ଯାଇଛି।

ତେବେ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ କେବିସିର ପ୍ରୋମୋ ସେୟାର କରିଛନ୍ତି। ଏହି ଶୋକୁ ଆସିବା ପରେ ଅନେକ ପ୍ରଶ୍ନ ପରେ ବିଗ୍ ବି ପି.ଆରଶ୍ରୀ ଜେଶଙ୍କୁ ପଚାରିଥିଲେ,କି  'ବାପାଙ୍କ ସହ ତୁମର ସମ୍ପର୍କ କିପରି?' ଏହା ଉପରେ ହକି ଶ୍ରୀଜେଶ କହିଥିଲେ କି, 'ମୁଁ ମୋର ପିଲାଦିନରେ ଭଲ ନଥିଲି, ଯଦି ମୁଁ ବହୁତ ଦୁଷ୍ଟ ଥିଲି, ଏଥିପାଇଁ ମୋତେ ବହୁତ ମାଡ ଦିଆଯାଉଥିଲା। ଯେଉଁ ଦିନ ମୁଁ ଖେଳ ପାଇଁ ହଷ୍ଟେଲରୁ ଚୟନ ପତ୍ର ପାଇଲି, ମୋ ବାପା ପଚାରିଥିଲେ କଣ କରିବ? ମୁଁ ତାଙ୍କୁ କହିଥିଲି ଯେ ମୁଁ କେବଳ ଖେଳିବା ପାଇଁ ଚାହୁଁଛି।

wp:html / wp:html
/wp:html

ଏନେଇ ସେ ଆହୁରି କୁହନ୍ତି,କି 'ମୁଁ ପ୍ରଥମେ ହକିରେ ଗୋଲ କିପର ହୋଇଥିଲି। ଗୋଲକିପିଂ କରିବା ବହୁତ ମହଙ୍ଗା । ଏଥିପାଈଁ ମୋତେ ହକି ପ୍ୟାଡ୍ ଦରକାର ଥିଲା । ହେଲେ ଆମେ ଏକ କୃଷକ ତଥା ପରିବାରରୁ ହୋଇଥିବାରୁ ସେତେ ଟଙ୍କା ନଥିଲା । କିନ୍ତୁ ଆମ ଘରେ ଅର୍ଥର ମୁଖ୍ୟ ଉତ୍ସ ଥିଲା ଗାଇ । ବାପା ଗାଇ ବିକ୍ରି କରିବା ପରେ ମୋତେ ଟଙ୍କା ପଠାଇଥିଲେ। ଯେତେବେଳେ ମୁଁ ପଦକ ପାଇଲି, ମୁଁ ଯାଇ ମୋ ବାପାଙ୍କୁ ସେହି ପଦକ ପିନ୍ଧାଇଥିଲି ଓ  କହିଲି ଏହା ତୁମ ପାଇଁ । କୌନ୍‌ ବନେଗା କରୋଡ୍ ପତି-୧୩ରେ ଶ୍ରୀଜେଶଙ୍କ କାହାଣୀ ଶୁଣି ଅମିତାଭ ବଚ୍ଚନଙ୍କ ଆଖିରୁ ଲୁହ ଆସି ଯାଇଥିଲା ।

wp:html
/wp:html

କେବଳ ଏତିକି ନୁହେଁ ଅମିତାଭ ବଚ୍ଚନଙ୍କ ଫିଲ୍ମ ସିଲସିଲାର ଏକ ଲାଇନ୍ 'ମେନ୍ ଅର ମେରୀ ତାନହାଇ' ନୀରଜ ଚୋପ୍ରା କହୁଥିବାର ନଜର ଆସିବେ। ତେବେ ନୀରଜ ହରିୟାନଭିରେ ଏହି ସବୁ ଲାଇନ୍ କହିବେ, ଏହା ପରେ ଅମିତାଭ ବଚ୍ଚନ ଖୁବ୍ ଜୋରରେ ହସିଛନ୍ତି । ଶ୍ରୀଜେଶ ମଧ୍ୟ ଅମିତାଭଙ୍କୁ ପଚାରିଥିଲେ ଯେ ସେ କେବେ ହରିୟାଣୀ ଚଳଚ୍ଚିତ୍ର କରିଛନ୍ତି କି? ଏନେଇ ଅଭିନେତା କହିଛନ୍ତି ଯେ ସେ ଫିଲ୍ମ କରିନାହାଁନ୍ତି କିନ୍ତୁ ଫିଲ୍ମରେ କିଛି ସଂଳାପ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.