ଆରମ୍ଭ ହେଲା କେବିସି-୧୨ ର ସୁଟିଂ, ସେଟର ଫଟୋ ସେୟାର କଲେ ବିଗ୍ ବି

Published By : Prameya-News7 Bureau | August 24, 2020 IST

ମୁମ୍ବାଇ ୨୪/୦୮ : ମହାନାୟକ ଅମିତାଭ ବଚ୍ଚନ କିଛି ଦିନ ପୂର୍ବରୁ କରୋନାକୁ ମାତ ଦେଇ ସୁସ୍ଥ ହୋଇ ଘରକୁ ଫେରି ଥିଲେ | ହସ୍ପିଟାଲରେ ଥିବା ସମୟରେ ମଧ୍ୟ ସେ ସୋସିଆଲ ମିଡ଼ିଆ ରେ ଆକ୍ଟିଭ ରହୁଥିଲେ | କିଛି ଦିନ ପୂର୍ବରୁ ସେ ସୂଚନା ଦେଇଥିଲେ ଯେ ଖୁବ ଶୀଘ୍ର କେବିସି-୧୨ (KBC-12) ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି | ବର୍ତମାନ କେବିଶି ୧୨ ର ସୁଟିଂ ଆରମ୍ଭ ହୋଇଥିବା ସେ ସୂଚନା ଦେଇଛନ୍ତି | ଅମିତାଭ ବଚ୍ଚନ ନିଜ ଇନ୍ସଟାଗ୍ରାମ ଆକାଉଣ୍ଟରେ ସୁଟିଂ ସେଟର ଏକ ଫଟୋ ସେୟାର କରିଛନ୍ତି | ସେଟରେ ସମସ୍ତେ ପିପିଇ କିଟ ପିନ୍ଧିଥିବା ଫଟୋରେ ଦେଖିବାକୁ ମିଳିଛି | ଏହାସହ ପୁରା ସେଟକୁ ନୀଳ ରଙ୍ଗର ସୁରକ୍ଷା କଭର ଢଙ୍କା ଯାଇଛି | ସେଟରେ କ୍ୟାମେରାମ୍ୟାନ ସମେତ ଅନ୍ୟ ସମସ୍ତ ସଦସ୍ୟ ପିପିଇ କିଟ, ଗ୍ଲୋଭସ୍ ଓ ମାସ୍କ ପିନ୍ଧିଛନ୍ତି | 

wp:core-embed/instagram {"url":"https://www.instagram.com/p/CEPhKaxB9w7/","type":"rich","providerNameSlug":"instagram","className":""}
https://www.instagram.com/p/CEPhKaxB9w7/
/wp:core-embed/instagram

ଫଟୋ ସେୟାର କରି ଅମିତାଭ ଲେଖିଛନ୍ତି, "କାମକୁ ଫେରିଯାଇଛୁ...ପିପିଇର ନୀଳ ସମୁଦ୍ରରେ...କେବିସି ୧୨...୨୦୦୦ ରେ ଆରମ୍ଭ କରାଯାଇଥିଲା ଏବଂ ଆଜି ୨୦୨୦ ମସିହା...୨୦ ବର୍ଷ ! ଆଶ୍ଚର୍ଯ୍ୟ...ଏହା ସାରା ଜୀବନର ସମୟ" ବିଗ ବିଙ୍କ ଏହି ପୋଷ୍ଟରେ ଲୋକେ ଖୁବ ପ୍ରତିକ୍ରିୟା ଦେଇଛନ୍ତି | ଲୋକେ ତାଙ୍କୁ ଶୁଭକାମନା ଜଣାଇଛନ୍ତି |

{"id":319379,"width":574,"height":431,"sizeSlug":"large"}

ବିଗ ବି ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ ରୁହନ୍ତି | ସେ ଅଧିକାଂଶ ସମୟରେ ସୋସିଆଲ ମିଡ଼ିଆରେ ନିଜ ପ୍ରଶଂସକଙ୍କ ସହିତ ରୋମାଞ୍ଚକ ପୋଷ୍ଟ ସେୟାର କରିଥାନ୍ତି | ପ୍ରଶଂସକ ମଧ୍ୟ ତାଙ୍କ ପୋଷ୍ଟକୁ ଖୁବ ପସନ୍ଦ କରିଥାନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.