Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

KBC 12କୁ ମିଳିଲା ପ୍ରଥମ କୋଟିପତି, ୭ କୋଟିର ଜ୍ୟାକପଟ୍ ଜିତି ଇତିହାସ ରଚିବେ କି ଏହି ପ୍ରତିଯୋଗୀ ?

5/11/2020 at 6:11 PM

ମୁମ୍ଵାଇ ୦୫।୧୧: କୌନ ବନେଗା କରୋଡପତିର ୧୨ତମ ସିଜିନ ଦର୍ଶକଙ୍କ ଭରପୂର ମନୋରଞ୍ଜନ କରୁଛି। ଏବେ ସୋ ରୋମାଞ୍ଚର ମୋଡରେ ଯାଇ ପହଞ୍ଚିଛି। ପ୍ରତିଯୋଗୀ ନାଜିଆ ନସିମ ଚଳିତ ସିଜିନର ପ୍ରଥମ କୋଟିପତି ପ୍ରତିଯୋଗୀ ହୋଇ ପାରିଛନ୍ତି।

ନିର୍ମାତାଙ୍କ ତରଫରୁ ସୋର ଏକ ପ୍ରମୋ ରିଲିଜ୍ କରାଯାଇଛି। ପ୍ରୋମୋରେ ଦେଖିବାକୁ ମିଳିଛି ଯେ, ନାଜିଆ ଏକ କୋଟି ଟଙ୍କା ପ୍ରଶ୍ନର ସଠିକ୍ ଉତ୍ତର ଦେଉଛନ୍ତି। ଅମିତାଭ ମଧ୍ୟ ପୂରା ଉତ୍ସାହର ସହ ଘୋଷଣା କରୁଛନ୍ତି ଯେ, ନାଜିଆ ଏକ କୋଟି ଟଙ୍କାର ପୁରସ୍କାର ନିଜ ନାମରେ କରି ନେଇଛନ୍ତି।

ନାଜିଆ ଚଳିତ ସିଜିନ୍‌ ପ୍ରଥମ କୋଟିପତି ପ୍ରତିଯୋଗୀ ହୋଇଛନ୍ତି। ଏହି ଏକ କୋଟି ପ୍ରଶ୍ନ ପର୍ଯ୍ୟନ୍ତ ଅନେକ ପ୍ରତିଯୋଗୀ ପହଞ୍ଚି ଯାଆନ୍ତି ହେଲେ ଏହି ଗୋଟିଏ ପ୍ରଶ୍ନର ଉତ୍ତର ଦେବା ସର୍ବଦା କଷ୍ଟକର ହୋଇଥାଏ। କିନ୍ତୁ ନିଜର ଜ୍ଞାନ ବଳରେ ନାଜିଆ ଏହି କମାଲ କରି ପାରିଛନ୍ତି।

ପ୍ରୋମୋରେ ଦେଖିବାକୁ ମିଳିଛି ଯେ, ଅମିତାଭ ନାଜିଆଙ୍କ ସାମ୍ନାରେ ୭ କୋଟି ଟଙ୍କାର ଜ୍ୟାକପଟ୍ ପ୍ରଶ୍ନ ରଖିବାକୁ ଯାଉଛନ୍ତି। ଯଦି ପ୍ରତିଯୋଗୀ ଉକ୍ତ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ଦିଅନ୍ତି ତେବେ ଇତିହାସ ରଚିବେ। କିନ୍ତୁ ସବୁଥର ପରି ଅମିତାଭ ବଚ୍ଚନ ନାଜିଆଙ୍କୁ ଉତ୍ତର ଦେବା ସମୟରେ ସାବଧାନ କରୁଛନ୍ତି। ସେ ଭାବି ଚିନ୍ତି ଉତ୍ତର ଦେବାକୁ ପରାମର୍ଶ ଦେଉଛନ୍ତି।

ଆତ୍ମ ବିଶ୍ଵାସରେ ଭରା ନାଜିଆ କହୁଛନ୍ତି ଯେ, ସେ ସର୍ବଦା ରିସ୍କ ନେଇ ଆସିଛନ୍ତି। ତେଣୁ ଏବେ ମଧ୍ୟ ସେ ରିସ୍କ ନେବେ। ଅର୍ଥାତ ନାଜିଆ ୭ କୋଟି ଟଙ୍କାର ଜ୍ୟାକପଟ୍ ପ୍ରଶ୍ନ ଖେଳିବାକୁ ଯାଉଛନ୍ତି। ବୋଧହୁଏ ସେ ସୋ ଛାଡିବେ ନାହିଁ।

ସାମାଜିକ ଗଣମାଧ୍ୟମରେ କେସିବିର ଏହି ପ୍ରୋମୋ ଦ୍ରୁତ ବେଗରେ ଭାଇରାଲ ହେବାରେ ଲାଗିଛି। ଦର୍ଶକ ଏହି ଏପିସୋଡକୁ ଦେଖିବା ପାଇଁ ଚାତକ ଭଳି ଚାହିଁ ରହିଛନ୍ତି। ଏହି ଏପିସୋଡ ନଭେମ୍ବର ୧୧ରେ ରାତି ୯ଟାରେ ପ୍ରସାରଣ ହେବ।

ଏମିତି ସିଜିନ ୧୨ରେ ନାଜିଆଙ୍କ ପୂର୍ବରୁ ଛବି କୁମାର ମଧ୍ୟ ଏକ କୋଟି ଟଙ୍କାର ପ୍ରଶ୍ନ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ। ଓ୍ଵିଙ୍ଗ କମାଣ୍ଡରଙ୍କ ଏହି ଜ୍ଞାନୀ ପତ୍ନୀ ଚମତ୍କାର ଗେମ ଖେଳୀ ୫୦ ଲକ୍ଷ ଟଙ୍କା ନିଜ ନାମରେ କରି ନେଇଥିଲେ। କିନ୍ତୁ ସେ ଏକ କୋଟି ଟଙ୍କାର ପ୍ରଶ୍ନରେ ଗେମ୍  ଛାଡି ଦେଇଥିଲେ।

   Related Posts