KBCରେ ପ୍ରଥମ: ଫାଷ୍ଟେଷ୍ଟ ଫିଙ୍ଗର୍ସ ଫାଷ୍ଟ ନଖେଳି ସିଧା ହଟ୍‌ସିଟ୍‌ରେ ବସିଲେ ପ୍ରତିଯୋଗୀ

Published By : Prameya-News7 Bureau | October 16, 2020 IST

ମୁମ୍ବାଇ ୧୬/୧୦: କୋଲକାତାର ଗୃହିଣୀ ରୁନା ଶାହା ‘କୌନ ବନେଗା କରୋଡ଼ପତି’(କେବିସି) ସିଜନ୍‌ ୧୨ରେ ପ୍ରତିଯୋଗୀ ଭାବେ ଚୟନ ହେବା ସହ ଇତିହାସ ରଚିଛନ୍ତି। ଏହି ଶୋ’ରେ ପ୍ରଥମ ପ୍ରତିଯୋଗୀ ଭାବେ ରୁନା ସାହା ଫାଷ୍ଟେଷ୍ଟ ଫିଙ୍ଗର୍ସ ଫାଷ୍ଟ ନଖେଳି ସିଧା ହଟ୍‌ସିଟ୍‌ରେ ବସିବାର ସୌଭାଗ୍ୟ ପ୍ରାପ୍ତ କରିଛନ୍ତି।  କିନ୍ତୁ ଏହା ପୂର୍ବରୁ ଏହି ଶୋ’ରେ ଏଭଳି ହୋଇନଥିଲା । କୌଣସି ପ୍ରତିଯୋଗୀ ଏହି ରାଉଣ୍ଡ ନଖେଳି ସିଧା ହଟ୍‌ସିଟ୍‌ରେ ବସିବାରେ ସୁଯୋଗ ପାଇନଥିଲେ।

ପୂର୍ବ ସିଜ୍‌ନ ଗୁଡ଼ିକରେ ୧୦ ପ୍ରତିଯୋଗୀଙ୍କ ମଧ୍ୟରେ  ଫାଷ୍ଟେଷ୍ଟ ଫିଙ୍ଗର୍ସ ଫାଷ୍ଟ ରାଉଣ୍ଡ ଅନୁଷ୍ଠିତ ହୁଏ। ଏଥିରେ ପ୍ରଥମସ୍ଥାନ ଅଧିକାର କରିଥିବା ଜଣେ ପ୍ରତିଯୋଗୀଙ୍କୁ ଅମିତାଭ ବଚ୍ଚନଙ୍କ ସାମ୍ନାରେ ଥିବା ହଟ୍‌ସିଟ୍‌ରେ ବସିବାକୁ ସୁଯୋଗ ମିଳୁଥିଲା। ତେବେ କରୋନା ପାଇଁ ପ୍ରତିଯୋଗୀଙ୍କ ସଂଖ୍ୟା ୧୦ରୁ କମାଇ ୮ କରାଯାଇଛି। ଗୁରୁବାର ୩ ଜଣ ପ୍ରତିଯୋଗୀଙ୍କୁ ନେଇ ରାଉଣ୍ଡ ଆରମ୍ଭ କରିଥିବା ବେଳେ ଶେଷ ପ୍ରତିଯୋଗୀ ଥିଲେ ରୁନା ଶାହା। ତେବେ ହଟ୍‌ସିଟ୍‌ ପ୍ରାପ୍ତ ନକରିପାରିବାରୁ ସେ କାନ୍ଦିବାକୁ ଲାଗିଥିଲେ।

୪୩ ବର୍ଷୀୟା ରୁନାଙ୍କୁ କାନ୍ଦୁଥିବାର ଦେଖି ବିଗ୍‌ ବି ଅମିତାଭ ବଚ୍ଚନ ତାଙ୍କୁ ହଟ୍‌ସିଟ୍‌କୁ ଡାକିଥିଲେ। ପ୍ରଥମ ଥର ହଟ୍‌ସିଟ୍‌ରେ ବସୁଥିବାରୁ ସେ ଭାବୁକ ହୋଇଯାଇଥିଲେ। ପରେ ତାଙ୍କ ସ୍ବାମୀ ଓ ଝିଅ ତାଙ୍କୁ ସାନ୍ତ୍ବନା ଦେଇଥିଲେ। ସେପଟେ କାନ୍ଦିବା ଅତୀତ ହୋଇଗଲାଣି ବୋଲି କହିବା ସହ ଅମିତାଭ ତାଙ୍କୁ ଲୁହ ପୋଛିବା ପାଇଁ ଟିସୁ ଦେଇଥିଲେ। ଆଜି ଯଦି ହଟସିଟ୍‌ରେ ବସିବାର ସୁଯୋଗ ପାଇ ନଥାନ୍ତି ତେବେ ଟିଭ ଦେଖିବା ଛଡ଼ିଦେଇଥାନ୍ତି ବୋ ଲି କହିଥିଲେ ରୁନା।

୪୩ ବର୍ଷୀୟା ଗୃହିଣୀ ରୁନା ଶାହାଙ୍କ ଜଣେ ୨୦ ବର୍ଷୀୟା ଝିଅ ଅଛନ୍ତି। ସେ ୨୦୦୧ରୁ କେବିସିରେ ଭାଗ ନେବାକୁ ଚେଷ୍ଟା କରିଆସୁଥିଲେ ହେଁ ସୁଯୋଗ ପାଇନଥିଲେ। ତେବେ ଏଥିପାଇଁ ରୁନାଙ୍କୁ ତାଙ୍କ ସ୍ବାମୀ ସବୁବେଳେ ଚିଡ଼ାନ୍ତି ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.