Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଫ୍ଟ ମାଗି ଯାଉଥିଲେ ଘରକୁ, ଦୁର୍ଘଟଣାରେ ମା’ପୁଅ ସମେତ ୪ ଜଣଙ୍କ ମୃତ୍ୟୁ
  • ||
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||
  • ସ୍କୁଲ ଫି’ ଛାଡ଼ ମାମଲା: ସପ୍ତାହେ ଭିତରେ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ଦୁର୍ବଳ ହେଉଛି ଭାରତୀୟ ଆଖି
  • ||
  • ପୁରୀ : ସ୍ବର୍ଗଦ୍ବାରରୁ ହଟିଲା କଟକଣା, ଏଣିକି ଅନ୍ୟ ଜିଲ୍ଲାର ଶବ ହେବ ସତ୍କାର
  • ||
  • ଲଦାଖ: ଡେମଚୋକ୍‌ରେ ଭାରତୀୟ ସେନା ହାତରେ ଧରାପଡିଲେ ଚୀନ ସୈନିକ, ମିଳିଛି ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ
  • ||
  • ଘରୋଇ କର୍ମଚାରୀଙ୍କ ପାଇଁ ବଡ ଖବର : ଦୀପାବଳି ପୂର୍ବରୁ ନୂଆ ପ୍ୟାକେଜ୍ ଘୋଷଣା କରିପାରନ୍ତି ସରକାର
  • ||
  • ଲୋକ ଭବନ ସମ୍ମୁଖରେ ଦୁଇ ଶିଶୁ ସହ ପତି-ପତ୍ନୀଙ୍କ ଆତ୍ମଦାହ ଉଦ୍ୟମ, ଉଦ୍ଧାର କଲା ପୋଲିସ
  • ||
  • ପୁଅ ଆସି ପଡୋଶୀଙ୍କୁ କହିଲା-ବାପା ଉଠୁନାହାନ୍ତି, ଦେଖିଲା ବେଳକୁ ଘରେ ପଡିଥିଲା ଦୁଇଟି ମୃତଦେହ
  • ||
  • ଗେହଲଟ୍ ସରକାରଙ୍କ ନିଷ୍ପତ୍ତି: ୧୩ ଅନ୍ତରାଷ୍ଟ୍ରୀୟ ଖେଳାଳିଙ୍କୁ ୨୫-୨୫ ଏକର ଜମି ଆବଣ୍ଟନ କରିବାକୁ ଘୋଷଣା
  • ||

କେବିସି-ସିଜନ ୧୨ରେ ହିନ୍ଦୁ ଧର୍ମଗ୍ରନ୍ଥ ରାମାୟଣ ସହ ଜଡ଼ିତ ଗୋଟିଏ ପ୍ରଶ୍ନ ଥିଲା ୬.୪୦ ଲକ୍ଷ ଟଙ୍କାର, କ’ଣ ଆପଣ ଜାଣିଛନ୍ତି ଏହାର ଉତ୍ତର?

8/10/2020 at 2:14 PM

ନୂଆଦିଲ୍ଲୀ ୦୮/୧୦: କୌନ ବନେଗା କରୋଡ ପତି (କେବିସି) ଶୋ’ର ପ୍ରତିଟି ଏପିସୋଡ ସ୍ବତନ୍ତ୍ର ହୋଇଥାଏ। ଶୋ’କୁ ଖାସ୍ କରିଥାନ୍ତି ଏହାର ସଞ୍ଚାଳକ ଅମିତାଭ ବଚ୍ଚନ ଓ ପ୍ରଶଂସକ। ଶୋ’ରେ ପଚରାଯାଉ ଥିବା ପ୍ରଶ୍ନ ସମସ୍ତଙ୍କ ମନକୁ ଜିତିଥାଏ। ପ୍ରଶ୍ନରେ ଲୋକଙ୍କ ଭାଗ୍ୟ ବଦଳିବାକୁ ବେଶି ସମୟ ଲାଗି ନ ଥାଏ। ଏଥିରେ ପ୍ରତ୍ୟେକ ପ୍ରତିଯୋଗୀ କିଛି ନା କିଛି ଟଙ୍କା ନିହାତି ଜିତନ୍ତି।

 କେବିସିର ସିଜନ ୧୨ର ଗତ ଏପିସୋଡରେ ରାଜସ୍ଥାନ ନିବାସୀ ରଘୁନାଥ ରାମ ଆସିଥିଲେ। ସେ ପେଶାରେ ଜଣେ ବଢ଼େଇ। ନବମ ଶ୍ରେଣୀ ଯାଏଁ ପାଠ ପଢ଼ିଛନ୍ତି। ଶୋ’ରେ ସେ ଏତେ ଭଲ ପ୍ରଦର୍ଶନ କଲେ ଯେ ହଟ୍‌ସିଟରେ ପହଞ୍ଚି ୬.୪୦ ଲକ୍ଷ ଟଙ୍କା ଜିତିଲେ।

ତେବେ ସେ ୬.୪୦ ଲକ୍ଷ ଟଙ୍କାର ଯେଉଁ ପ୍ରଶ୍ନର ଉତ୍ତର ଦେଇଛନ୍ତି ତାହା ଥିଲା ହିନ୍ଦୁ ଧର୍ମଗ୍ରନ୍ଥ ‘ରାମାୟଣ’କୁ ନେଇ। କ’ଣ ଆପଣ ଏ ପ୍ରଶ୍ନର ଉତ୍ତର ଜାଣନ୍ତି?

ପ୍ରଶ୍ନ ଥିଲା ରାମାୟଣ ଅନୁସାରେ ରାବଣଙ୍କ ଖଣ୍ଡାର ନାଁ କ’ଣ? ଏ ପ୍ରଶ୍ନର ସଠିକ ଉତ୍ତର ରଖିଥିଲେ ରଘୁନାଥ। ରାବଣଙ୍କ ଖଣ୍ଡାର ନାଁ ‘ଚନ୍ଦ୍ରହାସ’। ତେବେ ରଘୁନାଥ ୧୨.୫୦ ଲକ୍ଷ ଟଙ୍କାର ଉତ୍ତର ନ ଦେଇ ପାରି ଖେଳରୁ ଓହରି ଯିବା ନିଷ୍ପତି ନେଲେ। ତେବେ ସେ ପ୍ରଶ୍ନର ଉତ୍ତର ୬ ସେକେଣ୍ଡରେ ଦେଇ ଥିଲେ। ସେ ମଧ୍ୟ କରୋନା ମହାମାରୀରେ ପ୍ରଭାବିତ ହୋଇଛନ୍ତି। ଆର୍ଥିକ ପରିସ୍ଥିତ ଭଲ ନ ଥିବାରୁ ଅଧିକ ପାଠ ପଢ଼ି ନ ଥିବା ଶୋ’ରେ ସେ ଅମିତାଭ ବଚ୍ଚନଙ୍କୁ କହିଛନ୍ତି।

   Related Posts