Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

କେବିସିରେ ହଟହଟା ହେଲେ ସୋନାକ୍ଷୀ ସିହ୍ନା: ହନୁମାନ କାହା ପାଇଁ ସଞ୍ଜୀବନୀ ଆଣିବାକୁ ଯାଇଥିଲେ ପ୍ରଶ୍ନର ଦେଇ ପାରିଲେନି ଉତ୍ତର, ୟୁଜର୍ସ ଲେଖିଲେ ବାପାଙ୍କ ନାଁ ପୁଣି ଶତ୍ରୁଘ୍ନ…

21/09/2019 at 12:47 PM

ମୁମ୍ବାଇ୨୧|୯:ବଲିଉଡର ସୋନାକ୍ଷୀ ସିହ୍ନା ହେଉଛନ୍ତି ଜଣେ ଆଗ ଧାଡିର ଅଭିନେତ୍ରୀ । ଏଥିସହ ଜଣେ ବରିଷ୍ଠ ଅଭିନେତା ତଥା ରାଜନେତା ଶତ୍ରୁଘ୍ନ ସିହ୍ନାଙ୍କ ଝିଅ। ସୋନାକ୍ଷୀଙ୍କ ଦମଦାର ଅଭିନୟ ଲାଗି ଦର୍ଶକ ତାଙ୍କୁ ବହୁତ ପସନ୍ଦ କରନ୍ତି। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ମିଶନ ମଙ୍ଗଲ୍’ ରିଲିଜ୍ ହୋଇଇଛି। କିନ୍ତୁ ‘କୌନ୍ ବନେଗା କୋରଡ୍‌ପତି’ ସୋ’ରେ ସୋନାକ୍ଷୀଙ୍କୁ ଲଜ୍ଜିତ ହେବାକୁ ପଡ଼ିଛି।

‘କୌନ୍ ବନେଗା କୋରଡ୍‌ପତି’ ସୋ’ରେ ଏକ୍ସପର୍ଟ ଭାବେ ସୋନାକ୍ଷୀ ଯୋଗ ଦେଇଥିଲେ। ସୋ ରେ ଭାଗ ନେଇଥିବା ରାଜସ୍ଥାନର ରୁମା ଦେବୀ ୨୨ ହଜାର ମହିଳାଙ୍କୁ ସ୍କିଲ୍ ଡେଭଲପ୍‌ମେଣ୍ଟ୍ ଟ୍ରେନିଂ ଦେଇ ସାରିଛନ୍ତି। ୨୦୧୮ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ‘ନାରୀ ଶକ୍ତି’ ପୁରସ୍କାରରେ ସମ୍ମାନିତ କରିଥିଲେ। ରୁମାଙ୍କ ଜନହିତକର କାର୍ଯ୍ୟରେ ସୋନାକ୍ଷୀ ସିହ୍ନା ମଧ୍ୟ ପ୍ରଭାବିତ ହୋଇଥିଲେ। ‘କୌନ୍ ବନେଗା କୋରଡ୍‌ପତି’ ସୋରେ ରାଜସ୍ଥାନର ରୁମା ଦେବୀଙ୍କ ସାହାଯ୍ୟ କରିବା ଲାଗି  ସୋନାକ୍ଷୀ ସୋ ରେ ଭାଗ ନେଇଥିଲେ।ଏହି ସୋ ର ଉପସ୍ଥାପକ ତଥା ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଏକ ସହଜ ପ୍ରଶ୍ନର ଉତ୍ତର ଦେଇନପାରି ସୋନାକ୍ଷୀ ହଟହଟା ହୋଇଥିଲେ।

ସୋନୀକ୍ଷୀଙ୍କ ପାଇଁ ପ୍ରଶ୍ନ ଥିଲା ‘ରାମାୟଣ କଥା ବସ୍ତୁ ଅନୁସାରେ ହନୁମାନ କାହା ପାଇଁ ସଞ୍ଜୀବନୀ ଜଡ଼ିବୁଟି ଆଣିବା ଲାଗି ଯାଇଥିଲେ? ଏହି ପ୍ରଶ୍ନର ଉତ୍ତର ଦେବା ଲାଗି ତାଙ୍କ ପାଖରେ ୪ଟି ଅପ୍ସନ ମଧ୍ୟ ଥିଲା। ୧- ସୁଗ୍ରୀବ, ୨- ଲକ୍ଷ୍ମଣ, ୩-ସୀତା ଓ ୪-ରାମ। ହେଲେ ସୋନାକ୍ଷୀ ଉତ୍ତର ଦେବା ପାଇଁ ସକ୍ଷମ ହୋଇନଥିଲେ। ସେ ପ୍ରଥମେ ସୀତା କହିଥିଲେ ଓ ତା’ ପରେ ରାମ ବୋଲି କହିଥିଲେ। ଯାହା ସମ୍ପୂର୍ଣ୍ଣ ଭୁଲ୍ ଉତ୍ତର ଥିଲା। ରୁମା ଦେବୀ ଏହି ପ୍ରଶ୍ନର ଉତ୍ତର ଜାଣି ନଥିବାରୁ ତାଙ୍କ ଶେଷ ଲାଇଫ ଲାଇନ ବ୍ୟବହାର କରି ସୋନାକ୍ଷୀଙ୍କ ସାହାଯ୍ୟ ନେଇଥିଲେ। ରାମାୟଣର ସହ ଜଡିତ ଛୋଟ ପ୍ରଶ୍ନରେ ସୋନାକ୍ଷୀ ଉତ୍ତର ନଦେଇପାରୁ ଅମିତାଭ ବଚ୍ଚନ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ରାମାୟଣରେ ସୋନାକ୍ଷୀଙ୍କ ସାଧାରଣ ଜ୍ଞାନ ଦେଖି ସୋସିଆଲ ମିଡିଆରେ ଲୋକେ ତାଙ୍କୁ ଟ୍ରୋଲ୍ କରିଛନ୍ତି। ଅନେକ ୟୁଜର୍ସ ତାଙ୍କୁ ବୋକୀ ଝିଅ ବୋଲି ମଧ୍ୟ କହିଛନ୍ତି। ସୋନାକ୍ଷୀଙ୍କୁ କଟାକ୍ଷକରି ୟୁଜର୍ସ ବହୁ ପୋଷ୍ଟ ସୋସିଆଲ ମିଡ଼ିଆରେ ଶେୟାର କରିଛନ୍ତି। ଜଣେ ୟୁଜର ‘କଲଙ୍କ’ ଫିଲ୍ମର ପୋଷ୍ଟର୍ ଶେୟାର୍ କରି କହିଛନ୍ତି ଯେ ଏହି ଫିଲ୍ମରେ ତାଙ୍କୁ ନେବା ନିଷ୍ପତ୍ତି ଠିକ୍ ଥିଲା। ସେହିଭଳି ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ବାପାଙ୍କ ନାଁ ଶତ୍ରୁଘ୍ନ, ଦାଦାଙ୍କ ନାଁ ରାମ, ଲକ୍ଷ୍ମଣ ଓ ଭରତ ହେଲେ ସେ ଜାଣି ନାହାନ୍ତି ଏହି ପ୍ରଶ୍ନର ଉତ୍ତର।

ସୂଚନାଯୋଗ୍ୟ ଯେ, ଇନ୍ଦ୍ରଜିତଙ୍କ ଶକ୍ତିଭେଦରେ ମୂର୍ଚ୍ଛା ହୋଇଯାଇଥିବା ଲକ୍ଷ୍ମଣଙ୍କ ପାଇଁ ହନୁମାନ ଜଡିବୁଡି ଆଣିବା ଲାଗି ଯାମ୍ବବାନଙ୍କ ପରାମର୍ଶ କ୍ରମେ ହିମାଳୟରେ ଥିବା ଗନ୍ଧମାର୍ଦ୍ଦନ ପର୍ବତକୁ ଯାଇଥିଲେ । ଜଡିବୁଟି ଚିହ୍ନିନପାରି ହନୁମାନ ପୁରା ଗନ୍ଧମାର୍ଦ୍ଦନ ପର୍ବତକୁ କାନ୍ଧରେ ଧରି ଆକାଶ ମାର୍ଗରେ ଲଙ୍କାକୁ ଫେରିଥିଲେ ।

   Related Posts